ଜୀବନରେ ସଫଳ ହେବାକୁ ହେଲେ ପ୍ରଥମେ ନିଜ କାମ ପ୍ରତି ଧ୍ୟାନ ଦିଅନ୍ତୁ । ଆଜି କାମ ବର୍ତ୍ତମାନ କରନ୍ତୁ । ସବୁବେଳେ ଭଲ କାମ ପ୍ରତି ମନ ଦିଅନ୍ତୁ । କମ୍ ଅଭିଯୋଗ କରନ୍ତୁ । ଅଯଥା ଯୁକ୍ତି ଲଗାନ୍ତୁ ନାହିଁ । ସବୁବେଳେ ସକାରାତ୍ମକ ବିଚାର ଓ ଭଲ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନା କରନ୍ତୁ ଆଉ ସବୁବେଳେ ମୁହଁ ହସ ହସ ରଖନ୍ତୁ । ଦେଖିବେ କେବେ ବି ଦୁଃଖ ଆପଣଙ୍କ ପାଖ ଛୁଇଁବ ନାହିଁ ।।
ରାଗିବାର କାରଣ ଠାରୁ ରାଗିବାର ଫଳ ଅଧିକ କଷ୍ଟ ଦାୟକ ହୋଇଥାଏ । ଜ୍ଞାନ ସର୍ବଦା ଧନ ଠାରୁ ଉତ୍ତମ ଅଟେ କାରଣ ଧନକୁ ସର୍ବଦା ମନୁଷ୍ୟ ରକ୍ଷା କରେ, କିନ୍ତୁ ଜ୍ଞାନ ମନୁଷ୍ୟକୁ ସର୍ବଦା ରକ୍ଷାକରେ । ଆଖି ଅନ୍ୟ ସବୁ ଦେଖିପାରେ, କିନ୍ତୁ ନିଜକୁ ଦେଖିପାରେ ନାହିଁ । ମଣିଷ ଅନ୍ୟର ଭୁଲ ବାଛି ବସେ,କିନ୍ତୁ ନିଜର ଭୁଲକୁ ସ୍ୱୀକାର କରି ନଥାଏ ।।
ଯିଏ ଜ୍ଞାନୀ ହୋଇଥାଏ ବୁଝେଇ ହେବ, ଯିଏ ଅଜ୍ଞାନୀ ହୋଇଥାଏ ତାକୁ ବି ବୁଝେଇ ହେବ କିନ୍ତୁ ଯିଏ ଅଭିମାନି ତାକୁ ବୁଝେଇବା ସମ୍ଭବ ନୁହେଁ । କେବଳ ସମୟ ହିଁ ତାକୁ ବୁଝେଇ ଦେଇଥାଏ । ଭାଗ୍ୟ ଏବଂ ହୃଦୟ ମଧ୍ୟରେ କେବେ ବି ଭଲ ସମ୍ପର୍କ ନଥାଏ । ଯାହା ହୃଦୟରେ ଥାଏ, ତାହା ହୃଦୟରେ ନଥାଏ ।
ସମୟ ଠାରୁ ବଡ ନ୍ୟାୟଧାରୀ କେହି ବି ନାହାନ୍ତି….
କାହିଁକି ନା ସମୟ ଯାହା ବି ନିର୍ଣ୍ଣୟ କରିଥାଏ ତାହା ସମସ୍ତଙ୍କୁ ମାନିବାକୁ ପଡିଥାଏ….
ଅଦ୍ୟ ମାର୍ଚ୍ଚ ମାସ ୧୮ ତାରିଖ ୨୦୨୫ ମସିହା (ମଙ୍ଗଳବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ଚୈତ୍ର ମାସ- କୃଷ୍ଣପକ୍ଷ
ତିଥି- ଚତୁର୍ଥୀ ରାତ୍ରି ଘ୧୦/୧୫ ଗତେ ପଞ୍ଚମୀ
ନକ୍ଷତ୍ର- ସ୍ଵାତୀ ରାତ୍ରି ଘ୦୬/୩୮ ଗତେ ବିଶାଖା
ଚନ୍ଦ୍ର – ତୁଳା
ଯୋଗ- ବ୍ୟାଘାତ
କରଣ – ବବ
ସୌରମାସ- ମୀନ ୦୫ ଦିନ ✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୫୭/୩୭
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪/୨୮
*✧═════•❁❀
ଯୋଗିନୀ ନୈରୁତେ ରାତ୍ରି ଘ୧୦/୧୫ ଗତେ ଦକ୍ଷିଣେ
ମକର ରାଶି ର ଘାତବାର
ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ଅଦ୍ୟ ମୃତେ ଏକ ପାଦ ଓ ରାତ୍ରି ଘ୦୬/୩୮ ଗତେ ଦ୍ଵୀପାଦ ପୁଷ୍କର ଦୋଷ
✧═════•❁❀❁•═══
କାଳବେଳା -ଦିବା ଘ୦୧/୨୫ ଗତେ ଘ୦୨/୫୭ମଧ୍ୟେ
ବାରବେଳା – ଦିବା ଘ୦୭/୨୪ ଗତେ ଘ୦୮/୫୫ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୫୬ ଗତେ ଘ୧୦/୪୩ ମଧ୍ୟେ ଓ ଘ୦୩/୩୦ ଗତେ ଘ୦୫/୦୭ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ମୂଳା ଭକ୍ଷଣ ନିଷେଧ
✧═════•❁❀❁•═════ ଆଜିର ରାଶିଫଳ
✧═════•❁❀❁•═════
ମେଷ
ଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।ଯିବା ଆସିବା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ହାତକୁ ନେଇଥିବା ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ସୁଭଫଳ ମିଳିବ ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ ଶତ୍ରୁତା କରିଥିବା ଲୋକ ଠାରୁ ଦୂରେଇ ରୁହନ୍ତୁ
ବୃଷ
: ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ ସଫଳତା ମିଳିବ। ପାଚନତନ୍ତ୍ରର ସମସ୍ୟାରେ ସ୍ୱାସ୍ଥ୍ୟ ଖରାପ ହେବାର ଆଶଂକା ଅଛି।*
✧═════•❁❀❁•═════
ମିଥୁନ
:ସମସ୍ତ କାର୍ଯ୍ୟରେ ଆପଣ ଦ୍ୱନ୍ଦ୍ୱ ଅନୁଭବ କରିବେ। ମାତା ଏବଂ ମହିଳାମାନଙ୍କ ମାମଲାରେ ଅଧିକ ସମ୍ବେଦନଶୀଳ ହେବେ। ବିଚାରର ଭରମାରରେ ମାନସିକ ଆଳସ୍ୟ ଅନୁଭବ କରିବେ। ଅନିଦ୍ରା କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ। ପାଣି କିମ୍ବା ଅନ୍ୟ ତରଳ ପଦାର୍ଥ ଭୟାନକ ପ୍ରମାଣିତ ହୋଇପାରନ୍ତି।*
✧═════•❁❀❁•═════
କର୍କଟ
: କାର୍ଯ୍ୟସଫଳ ପାଇଁ ଆଜିର ଦିନ ଭଲ ରହିବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ସାକ୍ଷାତକରି ଆପଣ ଖୁସି ରହିବେ। ଲଘୁ ଯାତ୍ରାର ଯୋଗ ଅଛି। ଭାଇ-ବନ୍ଧୁମାନଙ୍କସହ ମିଳାମିଶା ରହିବ। ଆର୍ଥିକ ଲାଭ ତଥା ସମାଜରେ ଆଦର ସମ୍ମାନ ମିଳିବ। ବିରୋଧିମାନଙ୍କୁ ପରାଜିତ କରି ପାରିବେ।*
✧═════•❁❀❁•═════
ସିଂହ
: ଦୂରରେ ବାସ କରୁଥିବା ସ୍ନେହୀଜନ ତଥା ମିତ୍ରମାନଙ୍କ ସହିତ ସନ୍ଦେଶ ବ୍ୟବହାରରେ ଆପଣଙ୍କୁ ଲାଭ ହେବ। ପରିବାରରେ ସୁଖ-ଶାନ୍ତି ରହିବ। ଉତ୍ତମ ଭୋଜନର ପ୍ରାପ୍ତି ହେବ। ନିର୍ଦ୍ଧାରିତ କାମରେ ସଫଳତା ମିଳିବ। ମହିଳା ମିତ୍ର ଆପଣଙ୍କୁ ସହାୟକ ପ୍ରମାଣିତ ହେବେ।*
✧═════•❁❀❁•═════
କନ୍ୟା
: ଆଜି ଆପଣ ସୌହାର୍ଦପୂର୍ଣ୍ଣ ସମ୍ବନ୍ଧ ବିକସିତ କରି ନିଜର କାମ କାଢ଼ି ପାରିବେ। ବ୍ୟବସାୟ ଦୃଷ୍ଟିରେ ଆଜିର ଦିନ ଲାଭଦାୟକ ପ୍ରମାଣିତ ହେବ। ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ସୁସ୍ଥ ରହିବ। ପରିଜନମାନଙ୍କ ସହିତ ସାକ୍ଷାତକରି ଏବଂ ସୁଖ-ଆନନ୍ଦ ପ୍ରାପ୍ତି ହେବ। ଧନ ଲାଭ ତଥା ପର୍ଯ୍ୟଟନର ଯୋଗ ଅଛି।*
✧═════•❁❀❁•═════
ତୁଳା
: ଆଜି ଆପଣ ଅନ୍ୟ ବ୍ୟକ୍ତି କିମ୍ବା କୁଟୁମ୍ବଜନମାନଙ୍କ ସହିତ ଉଗ୍ର ବାର୍ତ୍ତାବିନିମୟ ହେବାର ସଂଭାବନା ଅଛି। ପରୋପକାର ବଦଳରେ ଉପକାର ମିଳିପାରେ। ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଏବଂ ସମସ୍ୟା ମନର ଶାନ୍ତି ଭଙ୍ଗ କରିବ। ଆଧ୍ୟାତ୍ମିକ ବଚନ କିମ୍ବା ଈଶ୍ଵରଙ୍କର ନାମ ସ୍ମରଣ ଶାନ୍ତି ଦେବ।*
✧═════•❁❀❁•═════
ବିଚ୍ଛା
: ଆଜି ଆପଣଙ୍କ ଗୃହସ୍ଥଜୀବନରେ ସୁଖ ଏବଂ ସନ୍ତୋଷର ଅନୁଭୂତି ମିଳିବ। ପତ୍ନୀ ତଥା ପୁତ୍ରଙ୍କ ତରଫରୁ ଶୁଭ ସମାଚାର ମିଳିବ। ମାଙ୍ଗଳିକ କାର୍ଯ୍ୟ ହେବ। ବିବାହ ପାଇଁ ସଂଯୋଗ ବନିବ। ଚାକିରି ଧନ୍ଦାରେ ଭଲ ଅବସର ଆସିବ। ଆୟରେ ବୃଦ୍ଧି ହେବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବାର ଯୋଗ ଅଛି।*
✧═════•❁❀❁•═════
ଧନୁ
: ଆଜି ଆପଣଙ୍କ କାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ। ପରୋପକାର ଭାବନା ଆଜି ବଲବତ୍ତର ରହିବ। ଆମୋଦ- ପ୍ରମୋଦ ସହିତ ଆପଣଙ୍କ ଦିନ କଟିବ। ଚାକିରି-ବ୍ୟବସାୟରେ ମାନ-ସମ୍ମାନ ପ୍ରାପ୍ତି ହେବ। ଗୃହସ୍ଥଜୀବନରେ ଆନନ୍ଦ ବ୍ୟାପ୍ତି ରହିବ।*
✧═════•❁❀❁•═════
ମକର
: ଆପଣଙ୍କ ଆଜିର ଦିନ ମିଶ୍ର ଫଳଦାୟକ ପ୍ରମାଣିତ ହେବ। ବୌଦ୍ଧିକ କାର୍ଯ୍ୟଗୁଡ଼ିକରେ ଏବଂ ବ୍ୟବସାୟରେ ନୂଆ ବିଚାରଧାରା ଉଦ୍ରେକ ହେବ। ତଥାପି ମଧ୍ୟ ମନର କୌଣସି କୋଣରେ ଆପଣ ଅସୁସ୍ଥତା ଅନୁଭବ ହୋଇପାରେ।ସନ୍ତାନମାନଙ୍କ ସମସ୍ୟା ବିଷୟରେ ଚିନ୍ତା ସୃଷ୍ଟି ହୋଇପାରେ।*
✧═════•❁❀❁•═════
କୁମ୍ଭ
: ନକାରାତ୍ମକ ବିଚାରରେ ମନରେ ହତାସା ସୃଷ୍ଟି ହୋଇପାରେ। ଏହି ସମୟ ମାନସିକ ଉଦ୍ଵେଗ ଏବଂ କ୍ରୋଧର ଭାବନା ଅନୁଭବ କରିପାରନ୍ତି। ବାଣୀ ଉପରେ ନିୟନ୍ତ୍ରଣ ନ ରହିବା କାରଣରୁ ପରିବାରରେ ମନମାଳିନ୍ୟ ଏବଂ ଝଗଡ଼ା ହେବାର ଆଶଂକା ଅଛି। ସ୍ଵାସ୍ଥ୍ୟ ଖରାପ ହୋଇପାରେ ।*
✧═════•❁❀❁•═════
ମୀନ
: ଆଜିର ଦିନ ସୁଖ-ଶାନ୍ତିରେ କଟିବ। ବ୍ୟାପାରିମାନଙ୍କ ଉତ୍ତମ ସମୟ ଅଟେ। ପତି-ପତ୍ନୀଙ୍କର ମଧ୍ୟରେ ଦାମ୍ପତ୍ୟ ଜୀବନରେ ନିକଟତା ଅନୁଭବ ହେବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ମିଳନ ତଥା ସାକ୍ଷାତ ସାର୍ବଜନିକ ଜୀବନରେ ପ୍ରସିଦ୍ଧି ମିଳିବ। ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ।