ସବୁଠାରୁ ମୂର୍ଖ, ଯିଏ ସର୍ବଦା ଅନ୍ୟର ଭୁଲ୍ ଖୋଜୁଥାଏ । ସବୁଠାରୁ ବଡ଼ ଭୁଲ୍, ଗୁରୁଜନଙ୍କ ହିତ ଉପଦେଶ ନ ମାନିବା । ସବୁଠାରୁ ଅଧିକ କ୍ଷତି, କଥାବାର୍ତ୍ତାରେ ଅଶାଳୀନତା । ସବୁଠାରୁ ଅଧିକ ଆବଶ୍ୟକ, ସାଧାରଣ ଜ୍ଞାନ । ସବୁଠାରୁ ଦୁର୍ବଳ, ଭୟଭୀତ ହେବା । ସବୁଠାରୁ ଶକ୍ତିଶାଳୀ, ଈଶ୍ୱର ବିଶ୍ୱାସୀ ହେବା । ସବୁଠାରୁ ବଡ ପାପ, ଅନ୍ୟର କ୍ଷତି ଘଟାଇବା । ସବୁଠାରୁ ଶ୍ରେଷ୍ଠ ଦାନ, ଦୟାଶୀଳତା । ଯଦି ତୁମେ ଦେଖିବାକୁ ଚାହୁଁଛ ତେବେ ପ୍ରଥମେ ନିଜକୁ ଦେଖ । ଯଦି ତୁମେ କହିବାକୁ ଚାହୁଁଛ ତେବେ ଭଦ୍ରତାର ସହ କୁହ । ଯଦି ତୁମେ ଗଢିବାକୁ ଚାହୁଁଛ ତେବେ ପ୍ରଥମେ ନିଜ ଚରିତ୍ରକୁ ଗଢ଼ । ଯଦି ତୁମେ ଉପହାର ଦେବାକୁ ଚାହିଁ ତେବେ ପ୍ରେମ ଓ ସେବା ଦିଅ । ଯଦି ତୁମେ ମାରିବାକୁ ଚାହୁଁଛ ତେବେ ନିଜ ଅହଂକାରକୁ ମାର । ଯଦି ତୁମେ ବଞ୍ଚିବାକୁ ଚାହୁଁଛ ତେବେ ସୁଖ ଓ ଦୁଃଖକୁ ଖାପ ଖୁଆଇ ଆନନ୍ଦରେ ବଞ୍ଚ।।
ଜୀବନରେ କାହାକୁ କିଛି ଦେବା ପାଇଁ ଚାହୁଁଛ ତ ଯେତେ ପାର ଖୁସି ବାଣ୍ଟ,କିଛି ଆଣିବା ପାଇଁ ଚାହୁଁଛ ତ କିଛି ଦୁଃଖ ଆଣି ସହଭାଗୀ ହୁଅ,କିଛି ଶିଖିବା ପାଇଁ ଚାହୁଁଛ ତ ଅନ୍ୟକୁ ଅନ୍ତତଃ ଟିକିଏ ଭଲ ପାଇବା ଶିଖ ll ଆମେ ଦୋଷ କଲେ ଶୁଣିବା,ନ କଲେ ମଧ୍ୟ ଶୁଣିବା….।ଲୋକଙ୍କ ଅଭ୍ୟାସ ଲୋକେ କହିବେ କିନ୍ତୁ ଯଦି ଆମେ ଠିକ୍ ଥିବା ତାଙ୍କ ପ୍ରଶଂସା ହେଉ କି ନିନ୍ଦା ଆମକୁ କିଛି ଫରକ୍ ପଡିବନି।କାହାକୁ କିଛି ଖରାପ କହିବା ପୂର୍ବରୁ ତୁମେ ନିଜେ ଥରେ ଚିନ୍ତା କରି ଦେଖ ଯଦି ତୁମକୁ କେହି ସେତିକି କହିଲେ ତୁମେ ସହିପାରିବ ତ? ସେଥିପାଇଁ ଅନ୍ୟକୁ ସେତିକି କୁହ ଯେତିକି ତୁମେ ସହିପାରିବ। ଅସୁବିଧାରେ ପଡିଲା ପରେ ଲୋକଙ୍କୁ ଗ୍ରୁହ ଦୋଷ, ବାସ୍ତୁଦୋଷ,ପିତ୍ରୁ ଦୋଷ,ଶନି ଦୋଷ ଇତ୍ୟାଦି ଦେଖାଯାଏ।କିନ୍ତୁ ନିଜେ କରିଥିବା ଦୋଷ ଗୁଡିକ ଦେଖାଯାଏ ନାହିଁ। କଠିନ ପରିଶ୍ରମ ଜାରି ରଖିଥାନ୍ତୁ ଏବଂ ଦିନେ ଆପଣ ପଛକୁ ଚାହିଁ ଆଶ୍ଚର୍ଯ୍ୟ ହେବେ ଯେ ଆପଣ ଜୀବନରେ କେତେ ସଫଳତା ପାଇଛନ୍ତି ।।
ଅଦ୍ୟ ଜାନୁଆରୀ ମାସ ୨୫ତାରିଖ ୨୦୨୫ ମସିହା (ଶନିବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ମାଘମାସ- କୃଷ୍ଣପକ୍ଷ
ତିଥି- ଏକାଦଶୀ ରାତ୍ରି ଘ ୦୮/୪୯ ଗତେ ଦ୍ୱାଦଶୀ
ନକ୍ଷତ୍ର- ଅନୁରାଧା ଦିବା ଘ ୦୭/୫୯ ଗତେ ଜ୍ୟେଷ୍ଠା
ଚନ୍ଦ୍ର – ବିଛା
ଯୋଗ- ବୃଦ୍ଧି
କରଣ – ଧ୍ରୁବ
ସୌରମାସ- ମକର ୧୨ ଦିନ ✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୪୬
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୧/୨୨
*✧═════•❁❀
ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୮/୪୯ ଗତେ ନୈରୁତେ
ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ବୃଷ,ସିଂହ ଓ କନ୍ୟା ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୭/୪୯ ମଧ୍ୟେ ଓ ଦିବା ଘ୦୪/୧୦ ଗତେ ଘ୦୫/୩୩ ମଧ୍ୟେ
ବାରବେଳା – ଦିବା ଘ୦୧/୨୬ ଗତେ ଘ୦୨/୪୯ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୧୦/୨୬ ଗତେ ଘ୦୧/୩୭ ମଧ୍ୟେ ଓ ରାତ୍ରି ଘ୦୭/୫୬ ଗତେ ଘ୧୦/୧୩ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ଶିମ୍ବ ରାତ୍ରି ଘ୦୮/୪୯ ଗତେ ପୋଇ ଭକ୍ଷଣ ନିଷେଧ
═✧══•❁❀❁•═════✧
ଆଜିର ରାଶିଫଳ ✧═════•❁❀❁•═════
ମେଷ
: ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।*
✧═════•❁❀❁•═════
ବୃଷ
: ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।ବ୍ୟବସାୟ ବାଣିଜ୍ୟରେ ଆସାତିତ ଲାଭ ହେବ।*
✧═════•❁❀❁•═════
ମିଥୁନ
: ପୂର୍ବରୁ ବିରୁଦ୍ଧରେ ଥିବା ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ରହିବ । ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମର ଫଳ ମିଳିପାରିବ । ଶତ୍ରୁ ଅପସରି ଯିବେ । କିନ୍ତୁ ଆପଣ ନିଜ କ୍ରୋଧ ଉପରେ ଅକ୍ତିଆର ରଖିବାକୁ ହେବ । ଏବେ ଖୁସିର ସମୟ ଆସିଗଲାଣି ।*
✧═════•❁❀❁•═════
କର୍କଟ
: କିଛି ବ୍ୟକ୍ତିଗତ ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ ।*
✧═════•❁❀❁•═════
ସିଂହ
: ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା ।ଯାତ୍ରାକରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।*
✧═════•❁❀❁•═════
କନ୍ୟା
: ଅବାଞ୍ଛିତ ଭାବେ ଉଚ୍ଚଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବେ । ଯଦି ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ କୌଣସି ପ୍ରକାରର ସମସ୍ୟା ଦେଖାଯାଏ ତା` ହେଲେ ନିଜ ଅଧିକାରୀଙ୍କୁ ନିଶ୍ଚିତ ଜଣାନ୍ତୁ । ତାଙ୍କୁ କାର୍ଯ୍ୟାଳୟର ପରିବେଶଟିକୁ ଭଲ କରିବା କଥା କୁହନ୍ତୁ ।*
✧═════•❁❀❁•═════
ତୁଳା
: ଆଜି ବ୍ୟୟ ବୃଦ୍ଧି ହେଲେହେଁ ଆପଣଙ୍କର ପରିବାର ଲୋକଙ୍କ ପାଇଁ ଖୁସିର ଦିନ ଅଟେ କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ । ପରିବାରର ସମସ୍ତେ ଏକ ହେବାର ଏବେ ସମୟ ଅଟେ । ବୋଧହୁଏ ଆପଣ ବାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି ।*
✧═════•❁❀❁•═════
ବିଛା
: ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ । ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁ ନାହିଁ ।*
✧═════•❁❀❁•═════
ଧନୁ
: ଆଜି ଶାରୀରିକ କଷ୍ଟ ସହ ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷ ତା.ର ସଂଗତିରୁ ହିଁ ଜଣାଯାଏ । କୁସଙ୍ଗ ଯୋଗରେ ଆପଣ କ୍ଷତି ସହି ପାରନ୍ତି ।*
✧═════•❁❀❁•═════
ମକର
: ଆଜିର ଦିନ ଆୟ ବର୍ଦ୍ଧକ ସହ ନୂଆ ବନ୍ଧୁ କରିବାର ଦିନ ଅଟେ । ସେମାନଙ୍କ ଅନୁଷ୍ଠାନରେ ଭାଗ ନିଅନ୍ତୁ ଏବଂ ନୂଆ ବନ୍ଧୁ ସୃଷ୍ଟି କରନ୍ତୁ । ଆପଣ କିଛି ନୂଆ ବନ୍ଧୁ କରି ପାରିବେ । କାହାକୁ ବା ଜଣା ଆପଣଙ୍କ ପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲି ପାରେ ।*
✧═════•❁❀❁•═════
କୁମ୍ଭ
: ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ଆସାକରିବେ କିନ୍ତୁ ମିଳିପାରିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ । ଆପଣଙ୍କର ସବୁ କଥାରେ ବାଧା ରହିବ ଓ ଆକସ୍ମିକ ଅର୍ଥବ୍ୟୟ ହେବାର ଯୋଗ ରହିଛି ।*
✧═════•❁❀❁•═════
ମୀନ
: ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି ।










