ସତ୍ୟ ଏକ ଏଭଳି ଧନ ଯାହାକୁ ପ୍ରଥମେ ଖର୍ଚ୍ଚ କର ଆଉ ସାରା ଜୀବନ ଆନନ୍ଦ ପାଅ,,,ମିଥ୍ୟା ଏକ ଏପରି ଋଣ ଯେଉଁଥିରେ କ୍ଷଣିକ ସୁଖ ପାଅ ଆଉ ଜୀବନ ସାରା ଶୁଝୁ ଥାଅ ।
ଦୁନିଆରେ କିଏ କେତେଦିନ ବଞ୍ଚିବ କେହି ଜାଣି ନାହାନ୍ତି,,,କଣ ପାଇଁ ଏ ରାଗ,ଅଭିମାନ,ଗର୍ବ ସବୁ କିଛି ଭୁଲିଯାଇ ଖୁସିରେ ବଞ୍ଚିବାକୁ ଚେଷ୍ଟା କର ।
ସମସ୍ଯାର ଶେଷ ସମାଧାନ କେବଳ କ୍ଷମା ଅଟେ,କରିଦିଅ କିମ୍ବା ମାଗିନିଅ –।
ସେହି ଲୋକକୁ କେବେବି ଦୁଃଖ ପହଞ୍ଚାଅ ନାହିଁ, ଯାହା ପାଖରେ ଭଗବାନଙ୍କ ଛଡା ଆଉ କେହି ସାହାରା ନଥାନ୍ତି ।
ଜୀବନରେ
କିଛି କିଛି ପ୍ରଶ୍ନ ଥାଏ,ଯାହାର ଉତ୍ତର କେବେବି ମିଳେନା
କିଛି କିଛି ଭୁଲ୍ ଥାଏ ଯାହା ସୁଧାରି ହୁଏନା
ଆଉ କିଛି କିଛି କଷ୍ଟ ଥାଏ ଯାହା କାହାକୁ କହି ହୁଏନା ।
ମୁହଁର ସେଇ ଛୋଟିଆ SMILE ହେଉଛି ଏମିତି ଏକ ଔଷଧ ଯାହା ଦ୍ଵାରା ମଣିଷ ନିଜ ଶତୃର ହୃଦୟକୁ ବି ଜିଣି ଯାଇଥାଏ ।
.
ବ୍ୟବହାର ସୁନ୍ଦର ହେଲେ ମନ ସୁନ୍ଦର୍ ହୋଇଥାଏ….
ଆହାର ସୁନ୍ଦର ହେଲେ ଶରୀର ସୁନ୍ଦର ହୋଇଥାଏ….
ବିଚାର ସୁନ୍ଦର ହେଲେ ମସ୍ତିଷ୍କ ସୁନ୍ଦର ହୋଇଥାଏ….
ଏବଂ
ଏ ତିନୋଟି ସୁନ୍ଦର ହେଲେ ଜୀବନ ସୁନ୍ଦର ହୋଇଥାଏ.. _
ଅଦ୍ୟ ଜାନୁଆରୀ ମାସ ୦୪ ତାରିଖ ୨୦୨୫ ମସିହା (ଶନିବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ପୌଷ ମାସ- ଶୁକ୍ଳପକ୍ଷ
ତିଥି- ପଞ୍ଚମୀ ରାତ୍ରି ଘ ୧୦/୦୩ ଗତେ ଷଷ୍ଠୀ
ନକ୍ଷତ୍ର- ଶତଭିଷା ରାତ୍ରି ଘ୧୦/୦୧ ଗତେ ପୂର୍ବଭାଦ୍ର
ଚନ୍ଦ୍ର – କୁମ୍ଭ
ଯୋଗ- ଅଶ୍ରୁକ୍
କରଣ – ବବ
ସୌରମାସ- ଧନୁ ୨୦ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୬/୨୬/୫୧
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୭/୪୭
*✧═════•❁❀
ଯୋଗିନୀ ଦକ୍ଷିଣେ ରାତ୍ରି ଘ୧୦/୦୩ ଗତେ ପଶ୍ଚିମେ
ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମୀନ ରାଶିର ଘାତଚନ୍ଦ୍ର
ବୃଷ,ସିଂହ ଓ କନ୍ୟା ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୭/୫୦ ମଧ୍ୟେ ଓ ଘ୦୩/୫୮ ଗତେ ଘ୦୫/୨୦ ମଧ୍ୟେ
ବାରବେଳା – ଦିବା ଘ୦୧/୧୫ ଗତେ ଘ୦୨/୪୦ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୦୨ ଗତେ ଘ୧୦/୨୮ ମଧ୍ୟେ ଓ ଘ୧୨/୫୦ ଗତେ ଘ୦୧/୧୪ ମଧ୍ୟେ ଓ ରାତ୍ରି ଘ୧୨/୩୦ ଗତେ ଘ୦୨/୦୭ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୨/୨୬ ଗତେ ଘ୦୨/୫୭ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ବେଲ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
: ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।*
✧═════•❁❀❁•═════
ବୃଷ
: ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ ।*
✧═════•❁❀❁•═════
ମିଥୁନ
: ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।*
✧═════•❁❀❁•═════
କର୍କଟ
: ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।*
✧═════•❁❀❁•═════
ସିଂହ
: ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।*
✧═════•❁❀❁•═════
କନ୍ୟା
: ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।*
✧═════•❁❀❁•═════
ତୁଳା
: ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।*
✧═════•❁❀❁•═════
ବିଛା
: ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।*
✧═════•❁❀❁•═════
ଧନୁ
: ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।*
✧═════•❁❀❁•═════
ମକର
: ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନ ର କାର୍ଯହେବ।*
✧═════•❁❀❁•═════
କୁମ୍ଭ
: ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।*
✧═════•❁❀❁•═════
ମୀନ
: ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।