17.1 C
Bhubaneswar
Saturday, January 4, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ପାର୍ଥନାକରିବା ବେଳେ ମନୁଷ୍ୟ ଭାବିନିଏ ଭଗବାନ ତା କଥା ଶୁଣନ୍ତି,କିନ୍ତୁ ନିନ୍ଦାକରିବା ସମୟରେ ସେ ଭୁଲିଯାଏ,
ପୂର୍ଣ୍ୟକେରବା ସମୟରେ ମନୁଷ୍ୟ ଭାବିନିଏ ଭଗବାନ ଦେଖନ୍ତି ,କିନ୍ତୁ ପାପ କରିବା ସମୟରେ ସେ ଭୁଲିଯାଏ,
ଦାନ କରିବା ବେଳେ ମନୁଷ୍ୟ ଭାବିନିଏ ଭଗବାନ ସର୍ବତ୍ର ବିଦ୍ୟମାନ କିନ୍ତୁ ,ଚୋରି କରିବା ସମୟରେ ସେ ଭୁଲିଯାଏ,
ପ୍ରମ କରିବା ବେଳେ ମନୁଷ୍ୟ ଭାବିନିଏ ସମଗ୍ର ଦୁନିଆ ଭଗବାନଙ୍କ ଦ୍ବାରା ନିର୍ମିତ ,କିନ୍ତୁ ଘୃଣା କରିବା ସମୟରେ ସେ ଭୁଲିଯାଏ ll

ବଜାରରେ ମିଳୁଥିବା ଚ୍ଛୋଟିଆ ଫଳଟିଏ ନିଜର ଆକାର ପାଇଁ ନୂହେଁ ନିଜର ମଧୁର ସ୍ଵାଦ ପାଇଁ ଅଧିକ ଦାମ ରେ ବିକ୍ରି ହୋଇଯାଏ, ଠିକ୍ ସେହିପରି ମଣିଷ ଛୋଟ ହେଉ ଅବା ବଡ, ଧନୀ ହେଉ ଅବା ଗରିବ.. ନିଜର ଭଲ ବ୍ୟବହାର ପାଇଁ ସମାଜରେ ସମ୍ମାନ ପାଇଥାଏ ll
ଜଣେ କେବଳ ଶିକ୍ଷିତ ହୋଇଗଲେ ଦୁନିଆରେ ସଫଳତା ପାଇ ନଥାଏ.. ଜୀବନରେ ଶିକ୍ଷା ସହିତ ସଂସ୍କାରର ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ହୋଇଥାଏ, ଶିକ୍ଷା ମଣିଷକୁ ପ୍ରତିଷ୍ଠା ଦେଇଥାଏ କିନ୍ତୁ ସଂସ୍କାର ଦ୍ଵାରା ମଣିଷ ସମାଜରେ ସମ୍ମାନିତ ହୋଇଥାଏ ll.
କ୍ୟାଲେଣ୍ଡର ବଦଳିଗଲା ବୋଲି ଜୀବନ ବଦଳିଗଲା ତାହା ନୁହେଁ। ମନେରଖନ୍ତୁ ଆପଣଙ୍କ ଜୀବନ ସେହିଦିନ ବଦଳିବ ଯେଉଁଦିନ ଆପଣଙ୍କ ପାଇଁ ଅନ୍ୟର ମୁହଁରେ ହସ ଫୁଟି ପାରିବ।

ଏହା ନିଶ୍ଚୟ ମନେ ରଖନ୍ତୁ ଯେ ଆପଣଙ୍କ ଅତୀତ ହେଉଛି ଶିକ୍ଷା ,ବର୍ତ୍ତମାନ ହେଉଛି ଏକ ସୁନ୍ଦର ଉପହାର,ଆଉ ଭବିଷ୍ୟତ ହେଉଛି ଜୀବନର ଏକ ପ୍ରେରଣ।

ନ୍ୟାୟ ଉପାର୍ଜ୍ଜିତ ଧନ ଓ ସଂଚିତ ସମ୍ପଦକୁ ଯତ୍ନ ସହକାରେ ସାଇତି ରଖିବ । ନିଜର ବୟସନୁସାରେ ସ୍ୱାସ୍ଥ୍ୟକୁ ଜଗିବ। ଉପଯୁକ୍ତ ଯତ୍ନ ନେବ, ବନ୍ଧୁର ଉପଯୁକ୍ତ ସତ୍କାର କରିବ।
” ଦୀପ ” ତା’ର ପରିଚୟ କହେ ନାହିଁ କେବଳ ପ୍ରକାଶ କରିଥାଏ , ଠିକ ସେହିପରି ନିଜର ପରିଚୟ କାହା ଆଗରେ ପ୍ରକାଶ କରିବା କିଛି ଆବଶ୍ୟକତା ନାହିଁ , ସଠିକ୍ କର୍ମ କରିଚାଲ ଦେଖିବ ତାହା ହିଁ ନିଜର ପରିଚୟ ହେବ।

ଅତୀତକୁ କେବେ ବି ବର୍ତ୍ତମାନକୁ ଆଣିବାକୁ ଦିଅନ୍ତୁନାହିଁ….

କାରଣ

ଏଇ ଅତୀତ ଯେତେବେଳେ ବର୍ତ୍ତମାନକୁ ଆସିଯାଏ, ସେ ବର୍ତ୍ତମାନ ସହିତ ଭବିଷ୍ୟତକୁ ବି ନଷ୍ଟ କରିଦେଇଥାଏ….
ଅନ୍ୟକୁ ସାହାଯ୍ୟ କରିବାକୁ କାହା ପାଖରେ ସମୟ ନାହିଁ କିନ୍ତୁ ଅନ୍ୟର ରାସ୍ତାରେ ବାଧକ ସାଜିବାକୁ ସମସ୍ତଙ୍କ ପାଖରେ ସମୟ ଅଛି।*.
ଆଜିର ପ୍ରେରଣା”ଯେଉଁ ବ୍ୟକ୍ତି ଆଜିର ବର୍ତ୍ତମାନ ସମୟରେ ସନ୍ତୁଷ୍ଟ ନାହିଁ ତେବେ ସେ ଆସନ୍ତା ଭବିଷ୍ୟତରେ ମଧ୍ୟ ସନ୍ତୁଷ୍ଟ ହୋଇପାରିବ ନାହିଁ “,ଏବେ ଠାରୁ ଆପଣ ନିଜକୁ ସନ୍ତୁଷ୍ଟ ରଖିନ

କିଛି ଲୋକ ଉଚ୍ଚତାରେ ପହଞ୍ଚିବାକୁ ଏତେ ତତ୍ପର ଅଟନ୍ତି ଯେ….

ସେମାନେ ଗରିବ ଲୋକଙ୍କ ହାତ ଧରିବା ପରିବର୍ତ୍ତେ ….

ଧନୀ ଲୋକଙ୍କ ପାଦ ଧରିବାକୁ ପସନ୍ଦ କରନ୍ତି….

ଅଦ୍ୟ ଜାନୁଆରୀ ମାସ ୦୨ ତାରିଖ ୨୦୨୫ ମସିହା (ଗୁରୁବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ପୌଷ ମାସ- ଶୁକ୍ଳପକ୍ଷ
ତିଥି- ତୃତୀୟା ରାତ୍ରି ଘ ୦୧/୧୯ ଗତେ ଚତୁର୍ଥୀ
ନକ୍ଷତ୍ର- ଶ୍ରବଣା ରାତ୍ରି ଘ୧୧/୫୮ ଗତେ ଧନିଷ୍ଟା
ଚନ୍ଦ୍ର – ମକର
ଯୋଗ- ହର୍ଷଣ
କରଣ – ତୈତିଳ
ସୌରମାସ- ଧନୁ ୧୮ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୬/୨୬/୨୧
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୬/୩୭
*✧═════•❁❀
ଯୋଗିନୀ ଅଗ୍ନିକୋଣ ରାତ୍ରି ଘ୦୧/୧୯ ଗତେ ନୈରୁତେ
ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ସିଂହ ରାଶିର ଘାତଚନ୍ଦ୍ର
ତୁଳା ଓ କୁମ୍ଭ ରାଶି ର ଘାତବାର
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୨/୩୫ ଗତେ ଘ୦୫/୧୮ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୦୧ ମଧ୍ୟେ ଓ ରାତ୍ରି ଘ୦୬/୦୪ ଗତେ ଘ୦୯/୧୭ ମଧ୍ୟେ ଓ ରାତ୍ରି ଘ୧୧/୪୦ ଗତେ ଘ୦୨/୪୯ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ପୋଟଳ ଭକ୍ଷଣ ନିଷେଧ

✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
: ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।*
✧═════•❁❀❁•═════
ବୃଷ
: ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।ବ୍ୟବସାୟ ବାଣିଜ୍ୟରେ ଆସାତିତ ଲାଭ ହେବ।*
✧═════•❁❀❁•═════
ମିଥୁନ
: ପୂର୍ବରୁ ବିରୁଦ୍ଧରେ ଥିବା ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ରହିବ । ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମର ଫଳ ମିଳିପାରିବ । ଶତ୍ରୁ ଅପସରି ଯିବେ । କିନ୍ତୁ ଆପଣ ନିଜ କ୍ରୋଧ ଉପରେ ଅକ୍ତିଆର ରଖିବାକୁ ହେବ । ଏବେ ଖୁସିର ସମୟ ଆସିଗଲାଣି ।*
✧═════•❁❀❁•═════
କର୍କଟ
: କିଛି ବ୍ୟକ୍ତିଗତ ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ ।*
✧═════•❁❀❁•═════
ସିଂହ
: ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା ।ଯାତ୍ରାକରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।*
✧═════•❁❀❁•═════
କନ୍ୟା
: ଅବାଞ୍ଛିତ ଭାବେ ଉଚ୍ଚଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବେ । ଯଦି ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ କୌଣସି ପ୍ରକାରର ସମସ୍ୟା ଦେଖାଯାଏ ତା` ହେଲେ ନିଜ ଅଧିକାରୀଙ୍କୁ ନିଶ୍ଚିତ ଜଣାନ୍ତୁ । ତାଙ୍କୁ କାର୍ଯ୍ୟାଳୟର ପରିବେଶଟିକୁ ଭଲ କରିବା କଥା କୁହନ୍ତୁ ।*
✧═════•❁❀❁•═════
ତୁଳା
: ଆଜି ବ୍ୟୟ ବୃଦ୍ଧି ହେଲେହେଁ ଆପଣଙ୍କର ପରିବାର ଲୋକଙ୍କ ପାଇଁ ଖୁସିର ଦିନ ଅଟେ କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ । ପରିବାରର ସମସ୍ତେ ଏକ ହେବାର ଏବେ ସମୟ ଅଟେ । ବୋଧହୁଏ ଆପଣ ବାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି ।*
✧═════•❁❀❁•═════
ବିଛା
: ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ । ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁ ନାହିଁ ।*
✧═════•❁❀❁•═════
ଧନୁ
: ଆଜି ଶାରୀରିକ କଷ୍ଟ ସହ ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷ ତା.ର ସଂଗତିରୁ ହିଁ ଜଣାଯାଏ । କୁସଙ୍ଗ ଯୋଗରେ ଆପଣ କ୍ଷତି ସହି ପାରନ୍ତି ।*
✧═════•❁❀❁•═════
ମକର
: ଆଜିର ଦିନ ଆୟ ବର୍ଦ୍ଧକ ସହ ନୂଆ ବନ୍ଧୁ କରିବାର ଦିନ ଅଟେ । ସେମାନଙ୍କ ଅନୁଷ୍ଠାନରେ ଭାଗ ନିଅନ୍ତୁ ଏବଂ ନୂଆ ବନ୍ଧୁ ସୃଷ୍ଟି କରନ୍ତୁ । ଆପଣ କିଛି ନୂଆ ବନ୍ଧୁ କରି ପାରିବେ । କାହାକୁ ବା ଜଣା ଆପଣଙ୍କ ପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲି ପାରେ ।*
✧═════•❁❀❁•═════
କୁମ୍ଭ : ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ଆସାକରିବେ କିନ୍ତୁ ମିଳିପାରିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ । ଆପଣଙ୍କର ସବୁ କଥାରେ ବାଧା ରହିବ ଓ ଆକସ୍ମିକ ଅର୍ଥବ୍ୟୟ ହେବାର ଯୋଗ ରହିଛି ।*
✧═════•❁❀❁•═════
ମୀନ
: ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି ।*

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking