ଯାହା ବି କରୁଛ କର ନିଜ ପାଇଁ ଖାଅ, ପିଅ , ଭଲ ପୋଷାକ ପିନ୍ଧ , ଦାନ କର, ଜୀବନର ଲକ୍ଷ୍ୟ ବି ରଖ ।ଅପଚୟ ଓ ଅହଙ୍କାରଠୁ ସବୁବେଳେ ଦୂରେଇ ରୁହ, ମନେ ରଖ ତୁମେ ପୃଥିବୀରେ ଅତିଥି, ମାଲିକ ନୁହେଁ ।
କାହାର ଦୁଃଖ ସମୟରେ ଥଟ୍ଟା ପରିହାସ କରିବା ଉଚିତ୍ ନୁହେଁ, କିଏ ଜାଣେ ସମୟ କେତେବେଳେ ବଦଳି ଯିବ ଓ ଆମର ସେହି ପରିସ୍ଥିତି ହୋଇଯିବ ।*
ଚିତା ଆଉ ଚିନ୍ତା ଭିତରେ କେବଳ ଏତିକି ଫରକ — ଚିତା — ଗୋଟିଏ ନିର୍ଜୀବକୁ ଜାଳି ପୋଡି ପାଉଁଶ କରିଦେଇଥାଏ ଆଉ ଚିନ୍ତା — ଗୋଟିଏ ଜୀବିତକୁ ଜାଳି ପୋଡି ପାଉଁଶ କରିଦେଇଥାଏ ।
ଉପଦେଶ ଦେବା ସହଜ କିନ୍ତୁ ଉପାୟ ବତାଇବା ଭାରି କଷ୍ଟ ।ଅନ୍ୟର ଦୁଃଖକୁ ଦେଖି ଅନେକ ଦୁଃଖୀ ହୁଅନ୍ତି ସତ, କିନ୍ତୁ କେହି ଦୁଃଖ ଦୂର କରିବା ପାଇଁ ଆଗେଇ ଆସନ୍ତି ନାହିଁ ।
ଜୀବନରେ ଗୋଟିଏ ଜିନିଷ କେବେ Delete ହୁଏନାହିଁ,ଆଉ ସେଇଟା ହେଉଛି ସ୍ମୃତି । .
ଏହା ଜରୁରୀ ନୁହେଁ ଯେ ଆପଣ ସବୁଦିନ ମନ୍ଦିର ଯିବେ….
ବରଂ
କର୍ମ ଏମିତି କରନ୍ତୁ ଯେ ଆପଣ ଯେଉଁଠିକୁ ବି ଯିବେ ତାହା ମନ୍ଦିର ପାଲଟି ଯିବ….
ଅଦ୍ୟ ଡିସେମ୍ବର ମାସ ୨୮ ତାରିଖ ୨୦୨୪ ମସିହା (ଶନିବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ପୌଷ ମାସ- କୃଷ୍ଣପକ୍ଷ
ତିଥି- ତ୍ରୟୋଦଶୀ ରାତ୍ରି ଘ ୦୩/୩୬ ଗତେ ଚତୁର୍ଦ୍ଦଶୀ
ନକ୍ଷତ୍ର- ଅନୁରାଧା ରାତ୍ରି ଘ୧୦/୫୬ ଗତେ ଜ୍ୟେଷ୍ଠା
ଚନ୍ଦ୍ର – ବିଛା
ଯୋଗ- ଶୂଳ
କରଣ – ଗର
ସୌରମାସ- ଧନୁ ୧୩ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୬/୨୪/୨୧
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୩/୪୦
*✧═════•❁❀
ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୩/୩୬ ଗତେ ପଶ୍ଚିମେ
ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ବୃଷ,ସିଂହ ଓ କନ୍ୟା ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୭/୪୪ମଧ୍ୟେ ଓ ଦିବା ଘ୦୩/୫୩ ଗତେ ଘ୦୫/୧୫ ମଧ୍ୟେ
ବାରବେଳା – ଦିବା ଘ୦୧/୧୦ ଗତେ ଘ୦୨/୩୩ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୦୧ ଗତେ ଘ୧୦/୨୫ ମଧ୍ୟେ ଓ ଘ୧୨/୪୭ ଗତେ ଘ୦୧/୦୯ ମଧ୍ୟେ ରାତ୍ରି ଘ୧୨/୨୭ ଗତେ ଘ୦୧/୦୩ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୨/୦୦ ଗତେ ଘ୦୨/୫୪ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ବାଇଗଣ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ।*
✧═════•❁❀❁•═════
ବୃଷ:
ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।*
✧═════•❁❀❁•═════
ମିଥୁନ:
ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରିେବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।*
✧═════•❁❀❁•═════
କର୍କଟ:
ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।*
✧═════•❁❀❁•═════
ସି˚ହ:
ଆଜି ଶୁଭଗ୍ରହ ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।*
✧═════•❁❀❁•═════
କନ୍ୟା:
ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।*
✧═════•❁❀❁•═════
ତୁଳା:
ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ଓ ବଡ ବ୍ୟବସାୟୀମାନେ ନୂଆ ଡିଲ୍ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।*
✧═════•❁❀❁•═════
ବିଛା:
ଆଜି କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍ ଆନନ୍ଦ ମିଳିବ।*
✧═════•❁❀❁•═════
ଧନୁ:
ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।*
✧═════•❁❀❁•═════
ମକର:
ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ* ।
✧═════•❁❀❁•═════
କୁମ୍ଭ:
ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ।*
✧═════•❁❀❁•═════
ମୀନ:
ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।