ନିଜର ଜ୍ଞାନ ହିଁ ମଣିଷର ପ୍ରକୃତ ଶକ୍ତି !!
ପ୍ରତେକ ମଣିଷ ସମାନ ରକ୍ତ ମାଂସ ରେ ଗଢା| କେବଳ ସେହି ମଣିଷ ସଫଳତା ର ସ୍ୱାଦ ଚାଖିପାରେ ଯାହା ପାଖରେ ଦୃଢ ଇଛା ଶକ୍ତି ଅଛି !!
ମୃତ୍ୟୁ ମୁଖରୁ କେହି ବଞ୍ଚିପାରେନା | ତେଣୁ ଜୀବନ ନ କାଟି, ଜୀବନ କୁ ଜିଇଁବା ଦରକାର !!
ପ୍ରକୃତ ପୁରୁଷ ସବୁବେଳେ ନିଜ ନିଷ୍ପତି ରେ ଅଟଳ ରହିଥାଏ !!
ସନ୍ତାନ ଓ ଜଳ ମଧ୍ୟ ରେ କିଛି ତଫାତ ନାହିଁ | ଯେପରି ଜଳ କୁ ଯେଉଁ ପାତ୍ର ରେ ରଖିଲେ ସେ ସେହି ପାତ୍ର ର ଆକାର ଧାରଣ କରେ ସେହିପରି ସନ୍ତାନ କୁ ଯେମିତି ଗଢିଲେ ସେମିତି ଗଢି ହୋଇଥାଏ !!
ଯଦି ଗୋଟେ ମିଛ ରେ କାହା ଉପରୁ ବିପଦ ଟଳିଯାଏ ତେବେ ସେପରି ମିଛ କହିଲେ ପାପ ନୁହେ ବରଂ ପୁଣ୍ୟ ମିଳିଥାଏ !!
ଯେ ନିଶ୍ଚିତ ବସ୍ତୁ ଅପେକ୍ଷା ଅନିଶ୍ଚିତତା ପଛରେ ଗୋଡ଼ାଇ ଥାଏ ସେ ଦୁଇଟି ଯାକ ହରାଏ !!
ଦାନ ଦ୍ୱାରା ହିଁ ହାତର ଶୋଭା ବର୍ଦ୍ଧନ ହୋଇଥାଏ !!
ବାସ୍ତବରେ ଏହି ‘ବନ୍ଧୁତା’ ଶବ୍ଦଟି ଅତ୍ୟନ୍ତ ‘ଚମତ୍କାର’ ଅଟେ.. ଯେତେବେଳେ ଦୁଇଟି ସତ୍ତାର ମିଳନ ହୁଏ,ତାହା ହିଁ ବନ୍ଧୁତାର ପ୍ରକୃତ ଅର୍ଥ; ଏକ ଉଦାହରଣ:-,ଯେତେବେଳେ ଆତ୍ମା ଶୁଦ୍ଧ ହୃଦୟ ସହିତ ସ୍ମରଣ ମାଧ୍ୟମରେ ‘ପରମାତ୍ମା’ ଙ୍କ ସହ ମିଳନ କରେ ସେତେବେଳେ ଉଭୟ ପ୍ରକୃତ ବନ୍ଧୁ ହୋଇଯାଆନ୍ତି”
ମା, ବାପା, ଭାଇ, ଭଉଣୀ, ସ୍ୱାମୀ, ସ୍ତ୍ରୀ, ବନ୍ଧୁ ଇତ୍ୟାଦି…, କ’ଣ ସେମାନେ ସର୍ବଦା ତୁମକୁ ରକ୍ଷା କରିପାରିବେ କି❓ ଉଦାହରଣ : ଯଦି ତୁମେ କଣ୍ଟାରେ ପରିପୂର୍ଣ୍ଣ ଏକ ଜଙ୍ଗଲରେ ଏକୁଟିଆ ଅଟକି ଯାଅ ,ତେବେ !!? ସେହି ସମୟରେ କେବଳ ତୁମର ଜୋତା କିମ୍ବା ଚପଲ ତୁମକୁ ରକ୍ଷା କରେ; ତେଣୁ,ଏହା ସ୍ମରଣ ରହୁ ଯେ ଜୀବନର ସବୁକିଛି ବିଷୟରେ ମୋହ ଆଡ଼କୁ ଆକୃଷ୍ଟ ହେବା ଠିକ୍ ନୁହେଁ |
କୁହାଯାଏ ଯେ… ହୈ ପ୍ରିୟ ବନ୍ଧୁଗଣ, ନିନ୍ଦାକୁ କେବେ ବି ଭୟ ନ କର … ଏହି ନିନ୍ଦା ଜଳସ୍ରୋତର ଏକମାତ୍ର ଧାର..; ଯଦି ମୀରା ଭୟ କରିଥାନ୍ତେ ନିନ୍ଦାକୁ.., ତେବେ କିପରି ସେ ପ୍ରେମ କରିପାରିଥାନ୍ତେ ଭଗବାନଙ୍କୁ ??
ମନେରଖନ୍ତୁ..,ନିଜକୁ ଛୋଟ ମନେ କରି କାହା ଗୋଡ଼ ଧରିବା ଅପେକ୍ଷା,ଚେଷ୍ଟା କରନ୍ତୁ ନିଜେ କେମିତି ବଡ଼ ହେବାକୁ କାରଣ ନିଜ ଭିତରେ ଥିବା ଆତ୍ମ ବିଶ୍ବାସ ହିଁ ସଫଳତାର ଶିଖର ଛୁଆଁଇ ଥାଏ।
ଜୀବନରେ ସବୁ ଶିକ୍ଷା ମଣିଷ ବହିରୁ ପାଇପାରି ନଥାଏ….
ଯଦି ବି ବହିରୁ କିଛି ଶିକ୍ଷା ପାଇଥାଏ ତାହା ସେ ସମୟର ସୁଅରେ ଭୁଲିଯାଏ….
କିନ୍ତୁ ଯେଉଁ ଶିକ୍ଷା ମଣିଷ ଖରାପ ସମୟରୁ ପାଇଥାଏ ତାହା ମଣିଷର ମାନସ ପଟରେ ଆଜୀବନ ରହିଥାଏ….
ଜୟ ଶ୍ରୀ ଶ୍ରୀ ଜଗନ୍ନାଥ ଶରଣ
ଅଦ୍ୟ ଡିସେମ୍ବର ମାସ ୨୩ ତାରିଖ ୨୦୨୪ ମସିହା (ସୋମବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ପୌଷ ମାସ- କୃଷ୍ଣପକ୍ଷ
ତିଥି- ଅଷ୍ଟମୀ ଦିବା ଘ ୦୪/୫୭ ଗତେ ନବମୀ
ନକ୍ଷତ୍ର- ଉତ୍ତରା ଫା ଦିବା ଘ ୦୪୨ ଗତେ ହସ୍ତା
ଚନ୍ଦ୍ର -କନ୍ୟା
ଯୋଗ- ସୌଭାଗ୍ୟ
କରଣ – କୌଳବ
ସୌରମାସ- ଧନୁ ୦୮ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୬/୨୧/୫୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୦/୩୦
*✧═════•❁❀
ଯୋଗିନୀ ଐଶାନ୍ୟେ ଦିବା ଘ୦୪/୫୭ ଗତେ ପୂର୍ବେ
ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ବୃଷ ରାଶି ର ଘାତଚନ୍ଦ୍ର
ମିଥୁନ ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୭/୪୦ ଗତେ ଘ୦୯/୦୬ ମଧ୍ୟେ
ବାରବେଳା – ଦିବା ଘ୦୨/୩୦ ଗତେ ଘ୦୩/୫୨ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୩୯ ମଧ୍ୟେ ଓ ଘ୦୯/୩୬ ଗତେ ଘ୧୨/୫୯ ମଧ୍ୟେ ଓ ରାତ୍ରି ଘ୦୭/୩୫ ଗତେ ଘ୧୦/୪୨ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ନଡ଼ିଆ ଦିବା ଘ୦୪/୫୭ ଗତେ ଲାଉ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
: ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ।
✧═════•❁❀❁•═════
ବୁଶ:
ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି।*
✧═════•❁❀❁•═════
ମିଥୁନ:ଆଜି ନିଜର ନୂଆ ବିଚାର ଆର୍ଥିକ ଉନ୍ନତି ଲାଗି ଲାଭଦାୟକ ରହିବ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଅଫିସରେ କୌଣସି ଖୁସି ଖବର ମିଳିବ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ।
✧═════•❁❀❁•═════
କର୍କଟ:
ଆଜି ଦିନଟି ଆପଣଙ୍କ ଲାଗି ଅନୁକୂଳ। ସାହସିକ ଫଇସଲାରେ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।*
✧═════•❁❀❁•═════
ସି˚ହ:
ଆଜି ଆପଣ କୌଣସି ନିଷ୍ପତି ତରବରିଆ ଭାବେ କଲେ କ୍ଷତିରେ ପଡିପାରନ୍ତି। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।*
✧═════•❁❀❁•═════
କନ୍ୟା:
ଆଜି ଦିନଟି ଆପଣଙ୍କ ଲାଗି ଠିକ୍ଠାକ୍ ରହିବ। ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମୟ କଟିବ। ମିତ୍ରଙ୍କର ପୂରା ସହଯୋଗ ପାଇବେ। ହଠାତ୍ ଧନପ୍ରାପ୍ତି ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ।*
✧═════•❁❀❁•═════
ତୁଳା:
ଆଜି ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲରହିବ । ଖୁବ୍ ମଜା କରିବେ ଓ ଖୁସି ରହିବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ସୁଯୋଗ ମିଳିବ।
✧═════•❁❀❁•═════
ବିଛା:
କୌଣସି ରଚନାତ୍ମକ କାମରେ ଆଜି ଆପଣଙ୍କର ନାମ ଚର୍ଚ୍ଚା ରେ ରହିବ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପରିବାର ଲୋକେ ଆପଣଙ୍କ ଉପରେ ବହୁତ ଭରସା କରିବେ।*
✧═════•❁❀❁•═════
ଧନୁ:
ଆପଣ ଅନ୍ୟମାନଙ୍କ ଭାବନା ପ୍ରତି ଆଜି ବିଶେଷ ଯତ୍ନବାନ ରହିପାରନ୍ତି। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ସ୍ଥଗିତ ଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କ ଦ୍ବାରା ପୂରା ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।*
✧═════•❁❀❁•════
ମକର:
ଆପଣ ନିଜ କାମରେ ଆଜି ପ୍ରଶ˚ସା ଓ ପୁରସ୍କାର ପାରନ୍ତି ।ବାଣିଜ୍ୟ କରବାର ବୃଦ୍ଧି ଲାଗି ଦିନଟି ବିଶେଷ ଶୁଭ। ଧନ ସ˚ପତ୍ତି ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସଖୁସିରେ ସମୟ କଟିବ।
✧═════•❁❀❁•═════
କୁମ୍ଭ:
ଆଜି ଇଷ୍ଟଦେବୀ ଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।*
✧═════•❁❀❁•═════
ମୀନ:
ଦିନଟି ଆପଣଙ୍କୁ ଆଜି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ। ବଡ଼ ବ୍ୟବସାୟ ଲାଗି କୌଣସି ବ୍ୟକ୍ତିସହ ଚୁକ୍ତି କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟ କଚେରି ମାମଲାରେ ଚିନ୍ତା ବଢ଼ି ପାରେ