20.1 C
Bhubaneswar
Saturday, December 6, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

Impossible କୁ ଯଦି ଆମେ ନିରେଖି ଦେଖିବା ଏହା ଆମକୁ i am possible ଦେଖାଯିବ, କହିବାର ଅର୍ଥ ବେଳେବେଳେ ସମସ୍ୟାର ସମାଧାନ ମଣିଷ ସାମନାରେ ହିଁ ଥାଏ କିନ୍ତୁ ମଣିଷ ତାକୁ ସଠିକ୍ ଭାବେ ଦେଖିନପାରି ଭୁଲ୍ ରାସ୍ତାକୁ ଆପଣେଇ ନିଏ ll

କଥା ଜ୍ଞାନର ପରିଚୟ ଦିଏ, କାମ ମଣିଷ ଯୋଗ୍ୟତାର ପରିଚୟ ଦିଏ, ବ୍ୟବହାର ମଣିଷର ବଂଶର ପରିଚୟ ଦିଏ । “ଶୁଆ” ମରିଚ ଖାଇ ମଧ୍ୟ ସବୁବେଳେ ମିଠା କଥା କହୁଥାଏ କିନ୍ତୁ ସବୁଠୁ ବଡ ଦୁଃଖର କଥା ଯେ ମଣିଷ ଏତେ ମହଙ୍ଗା ଚିନି ଖାଇ ମଧ୍ୟ ସବୁବେଳେ ପୀଡା ଦାୟକ କଥା ହିଁ କହିଥାଏ ।।

ଆପଣଙ୍କ ଲୁହକୁ ଏତେ ଦାମିକା କରିଦିଅନ୍ତୁ ଯେ.. କେହି ଯେମିତି ଏହାର ମୂଲ୍ୟ ଦେଇ ନ ପାରିବେ.. ଆଉ ଆପଣଙ୍କ ହସକୁ ଏତେ ଶସ୍ତା କରିଦିଅନ୍ତୁ ଯେ.. ସମସ୍ତେ ଯେମିତି ଏହାକୁ ଆପଣଙ୍କଠାରୁ ମାଗଣାରେ ପାଇପାରିବେ ଏବଂ ଆପଣଙ୍କ ହସ ସମସ୍ତଙ୍କ ଓଠରେ ଥିବ ll

ଯଦି ଆପଣ ଦୃଢ଼ ସଂକଳ୍ପର ସହ କାମ କରୁଛନ୍ତି ତ ସଫଳତା ଆପଣଙ୍କ ପଛରେ ପଡ଼ିଯିବ । କଠିନ ସମୟରେ ବି ନିଜର ଲକ୍ଷ୍ୟରୁ ଓହରି ଯାଆନ୍ତୁ ନାହିଁ, ବିପଦକୁ ବିଜ୍ଞାପନରେ ବଦଳାନ୍ତୁ ।।.

କ୍ୟାଲେଣ୍ଡର ବଦଳିଗଲା ବୋଲି ଜୀବନ ବଦଳିଗଲା ତାହା ନୁହେଁ, ମନେ ରଖନ୍ତୁ ଆପଣଙ୍କ ଜୀବନ ସେହିଦିନ ବଦଳିବ ଯେଉଁଦିନ ଆପଣଙ୍କ ପାଇଁ ଅନ୍ୟର ମୁହଁରେ ହସ ଫୁଟି ପାରିବ l
“ଆପଣ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ବହୁତ୍ ଭଲ ହୋଇଥାଇ ପାରନ୍ତି,ତଥାପି ବି ସମସ୍ତଙ୍କ ପାଇଁ ଭଲ ହୋଇପାରିବେ ନାହିଁ … କିଛି ଲୋକ ଆପଣଙ୍କୁ ଖରାପ୍ ବୋଲି କହି ପାରନ୍ତି ଏବଂ ଆଉ ଅନ୍ୟମାନେ ତୁମକୁ ଖରାପ ପ୍ରମାଣ ମଧ୍ୟ କରିପାରନ୍ତି।”
ଯେଉଁମାନେ ଅନ୍ୟମାନଙ୍କ ପ୍ରତ୍ୟେକ ଖରାପ୍ ଜିନିଷକୁ ହୃଦୟଙ୍ଗମ କରିନିଅନ୍ତି,ସେମାନଙ୍କୁ ସର୍ବଦା କାନ୍ଦିବାକୁ ପଡ଼ିଥାଏ, ସେଥିପାଇଁ…|
କୁହାଯାଏ ଯେ ତୁମେ ଯେପରି ବି ହୋଇଥାଅ ସେହିପରି ରୁହ ଏବଂ ଅନ୍ୟ ମାନେ ଯିଏ ଯେମିତି ବି ହୋଇଥାନ୍ତୁ ତୁମେ ସେହିପରି ସ୍ବିକାର କରିବାକୁ ହେବ,ମନେରଖନ୍ତୁ ଯେ ଯଦି ଆପଣ ସନ୍ତୁଷ୍ଟ ରହିବା ଆରମ୍ଭ କରିଦେବ,ତେବେ କେହି ଆପଣଙ୍କୁ ଅସୁବିଧାରେ ପକାଇ ପାରିବେ ନାହିଁ କିମ୍ବା ଦୁଃଖିତ କରିପାରିବେ ନାହିଁ |

ଅଦ୍ୟ ଡିସେମ୍ବର ମାସ ୦୭ ତାରିଖ ୨୦୨୪ ମସିହା(ଶନିବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ମାର୍ଗଶୀର ମାସ- ଶୁକ୍ଳପକ୍ଷ
ତିଥି- ଷଷ୍ଠୀ ଦିବା ଘ ୧୧/୦୬ ଗତେ ସପ୍ତମୀ
ନକ୍ଷତ୍ର- ଧନିଷ୍ଟା ସନ୍ଧ୍ୟା ଘ୦୫/୨୮ ଗତେ ଶତଭିଶା
ଚନ୍ଦ୍ର – କୁମ୍ଭ
ଯୋଗ- ବ୍ୟାଘାତ
କରଣ – ତୈତିଳ
ସୌରମାସ- ବିଛା ୨୨ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୬/୧୨/୪୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୫୮
*✧═════•❁❀
ଯୋଗିନୀ ପଶ୍ଚିମେ ଦିବା ଘ ୧୧/୦୬ ଗତେ ବାୟବ୍ୟେ
ସପ୍ତମ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମିଥୁନ ଓ ମୀନ ରାଶି ର ଘାତ ଚନ୍ଦ୍ର
ବୃଷ ,ସିଂହ ଓ କନ୍ୟା ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୭/୩୬ ମଧ୍ୟେ ଓ ଦିବା ଘ୦୩/୪୩ ଗତେ ଘ୦୫/୦୫ ମଧ୍ୟେ
ବାରବେଳା – ଦିବା ଘ୦୧/୦୦ ଗତେ ଘ୦୨/୨୨ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୫୦ ଗତେ ଘ୧୦/୧୫ ମଧ୍ୟେ ଓ ଘ୧୨/୩୭ଗତେ ଘ୦୧/୦୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୧/୫୦ ଗତେ ଘ୦୨/୫୦ ମଧ୍ୟେ*
═✧*══•❁❀❁•═════✧
ଅଦ୍ୟ ନିମ୍ବ ଦିବା ଘ ୧୧/୦୬ ଗତେ ତାଳ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।*
✧═════•❁❀❁•═════
ବୃଷ
: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।*
✧═════•❁❀❁•═════
ମିଥୁନ
: ଧ୍ୟାନ ଓ ଯୋଗ ମାଧ୍ୟମ ରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।*
✧═════•❁❀❁•═════
କର୍କଟ
: ସକାରାତ୍ମକ ମନୋଭାବରେ ରହନ୍ତୁ, କାମ କରିବା ସହଜ ହେବ। ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାର କରିବେ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।*
✧═════•❁❀❁•═════
ସିଂହ
: ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ କାମ ପାଇଁ ଆର୍ଥିକ ସହାୟତା ମିଳିବ। ଗଣମାଧୢମ ଓ ସ˚ଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।*
✧═════•❁❀❁•═════
କନ୍ୟା
: ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ନୂଆ ପରିଯୋଜନାରେ କାମ କରିବେ। ଆପଣଙ୍କ କାମରେ ସବୁ ଲୋକ ଖୁସି ରହିବେ। ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭ ହେବ। ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ।*
✧═════•❁❀❁•═════
ତୁଳା
: କାମ ଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ। ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଖେଳାଳିମାନେ ସୁନାମ ଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ। ପାରିବାରିକ ଜୀବନ ସୁଖମୟ ହେବ।*
✧═════•❁❀❁•═════
ବିଛା
: ନିଜକୁ ଊର୍ଜାବାନ ଅନୁଭବ କରିବେ। କୌଣସି ଅନୁଭବୀ ବ୍ୟକ୍ତିଙ୍କର ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।*
✧═════•❁❀❁•═════
ଧନୁ
: କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ପଇସା ଚିନ୍ତା ଦୂର ହେବ। କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ। ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।*
✧═════•❁❀❁•═════
ମକର
: ଆପଣଙ୍କ ମନୋବଳ ଦୃଢ଼ ରହିବ। ଆପଣଙ୍କର କୌଣସି କାମ ବାଧା ପ୍ରାପ୍ତ ହେବ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ ।*
✧═════•❁❀❁•═════
କୁମ୍ଭ
: ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ପ୍ରିୟତମଙ୍କଠାରୁ ଉପହାର ପାଇବେ।*
✧═════•❁❀❁•═════
ମୀନ
: ଦିନଟି ଆପଣଙ୍କ ପାଇଁ ଉତ୍‌ଥାନ ପତନ ଲାଗି ରହିବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପିଲା ଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ବୈବାହିକ ଜୀବନ ଖୁସିରେ ଭରା ରହିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking