ଅନ୍ୟ ଉପରେ ଦୋଷ ନ ଦେଇ ନିଜ କାମ ଓ କ୍ଷମତା ଉପରେ ଭରସା ରଖି ଆଗକୁ ବଢିବା ଦରକାର । କାହା ଉପରେ ଦୋଷ ଦେଲେ କେହି ଆମ ଉପରେ ଦୋଷ ଦେବ, ନିଜ କାମରେ ଧ୍ୟାନ ଦେଲେ ଅନ୍ୟ କେହି ଆମକୁ ସାହାଯ୍ୟର ହାତ ବଢ଼େଇବ । ତେଣୁ ସବୁବେଳେ ନିଜ କାମ ଉପରେ ଧ୍ୟାନ ଦେବା ଉଚିତ୍ ।।
ଯେପରି କ୍ଷୁଦ୍ର ପିମ୍ପୁଡିଟିଏ ବିରାଟ ହସ୍ତୀକୁ କାବୁ କରି ପରାସ୍ତ କରିଦିଏ,ଠିକ୍ ସେହିପରି ଛୋଟିଆ ଛଳନାଟିଏ ବିଶାଳ ବିଶ୍ୱାସକୁ ଭାଙ୍ଗି ଚୁରମାର କରିଦିଏ।
ଯେପରି ଛୋଟ ଛିଦ୍ରଟିଏ ବିରାଟ ବନ୍ଧକୁ ଅନ୍ଧକରି ଭାଙ୍ଗି ବନ୍ୟା ପ୍ଲାବିତ କରି ଧ୍ୱସ୍ତ ବିଧ୍ୱସ୍ତ କରିଦିଏ,ଠିକ୍ ସେହିପରି ସାମାନ୍ୟ ମିଛଟିଏ ବିଶାଳକାୟ ନଭଶ୍ଚୁମ୍ବୀ ଆଶା ଆକାଂକ୍ଷାକୁ ଚୁରମାର କରିଦିଏ ଏଣୁ କେବେ ଛୋଟକୁ ଆଣଦେଖା କରନ୍ତୁ ନାହିଁ ll
ଜୀବନରେ ସବୁ ଶିକ୍ଷା ମଣିଷ ବହିରୁ ପାଇପାରି ନଥାଏ, ଯଦି ବି ବହିରୁ କିଛି ଶିକ୍ଷା ପାଇଥାଏ ତାହା ସେ ସମୟର ସୁଅରେ ଭୁଲିଯାଏ କିନ୍ତୁ ଯେଉଁ ଶିକ୍ଷା ମଣିଷ ଖରାପ ସମୟରୁ ପାଇଥାଏ ତାହା ମଣିଷର ମାନସ ପଟରେ ଆଜୀବନ ରହିଥାଏ ll
ଅଦ୍ୟ ଡିସେମ୍ବର ମାସ ୦୨ ତାରିଖ ୨୦୨୪ ମସିହା(ସୋମବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ମାର୍ଗଶୀର ମାସ- ଶୁକ୍ଳପକ୍ଷ
ତିଥି- ପ୍ରତିପଦ ଦିବା ଘ ୧୨/୪୦ ଗତେ ଦ୍ଵିତୀୟା
ନକ୍ଷତ୍ର- ଜ୍ୟେଷ୍ଠା ଦିବା ଘ୦୪/୨୫ ଗତେ ମୂଳା
ଚନ୍ଦ୍ର – ବିଛା ଦିବା ଘ୦୪/୨୫ ଗତେ ଧନୁ
ଯୋଗ- ଧୃତି
କରଣ – ବବ
ସୌରମାସ- ବିଛା ୧୭ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୬/୯/୪୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୧୦
*✧═════•❁❀
ଯୋଗିନୀ ପୂର୍ବେ ଦିବା ଘ ୧୨/୪୦ ଗତେ ଉତ୍ତରେ
ପ୍ରତିପଦ ଏକୋଦିଷ୍ଟ ଓ ଦ୍ଵିତୀୟା ର ପାର୍ବଣ ଶ୍ରାଦ୍ଧ
ତୁଳା ଓ କୁମ୍ଭ ରାଶି ର ଘାତ ଚନ୍ଦ୍ର
ମିଥୁନ ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୭/୩୩ ଗତେ ଘ୦୮/୫୫ମଧ୍ୟେ
ବାରବେଳା – ଦିବା ଘ୦୨/୧୯ ଗତେ ଘ୦୩/୪୨ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୭/୩୨ ମଧ୍ୟେ ଓ ଘ୦୯/୨୪ ଗତେ ଘ୧୧/୪୮ ମଧ୍ୟେ ଓ ରାତ୍ରି ଘ୦୭/୨୮ ଗତେ ଘ୧୦/୪୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ପାଣିକଖାରୁ ଦିବା ଘ ୧୨/୪୦ ଗତେ ବୋଇତିକଖାରୁ ଭକ୍ଷଣ ନିଷେଧ
✧═════•❁❀❁•═════
* ଆଜିର ରାଶି ଫଳ
✧═════•❁❀❁•═════*ମେଷ
: ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ।
✧═════•❁❀❁•═════
ବୃଷ:
ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି।*
✧═════•❁❀❁•═════
ମିଥୁନ: ଆଜି ନିଜର ନୂଆ ବିଚାର ଆର୍ଥିକ ଉନ୍ନତି ଲାଗି ଲାଭଦାୟକ ରହିବ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଅଫିସରେ କୌଣସି ଖୁସି ଖବର ମିଳିବ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ।
✧═════•❁❀❁•═════
କର୍କଟ:
ଆଜି ଦିନଟି ଆପଣଙ୍କ ଲାଗି ଅନୁକୂଳ। ସାହସିକ ଫଇସଲାରେ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।*
✧═════•❁❀❁•════⁵
*ସି˚ହ:
ଆଜି ଆପଣ କୌଣସି ନିଷ୍ପତି ତରବରିଆ ଭାବେ କଲେ କ୍ଷତିରେ ପଡିପାରନ୍ତି। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।*
✧═════•❁❀❁•═════
*କନ୍ୟା:
ଆଜି ଦିନଟି ଆପଣଙ୍କ ଲାଗି ଠିକ୍ଠାକ୍ ରହିବ। ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମୟ କଟିବ। ମିତ୍ରଙ୍କର ପୂରା ସହଯୋଗ ପାଇବେ। ହଠାତ୍ ଧନପ୍ରାପ୍ତି ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ।*
✧═════•❁❀❁•═════
ତୁଳା:
ଆଜି ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲରହିବ । ଖୁବ୍ ମଜା କରିବେ ଓ ଖୁସି ରହିବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ସୁଯୋଗ ମିଳିବ।
✧═════•❁❀❁•═════
ବିଛା:
କୌଣସି ରଚନାତ୍ମକ କାମରେ ଆଜି ଆପଣଙ୍କର ନାମ ଚର୍ଚ୍ଚା ରେ ରହିବ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପରିବାର ଲୋକେ ଆପଣଙ୍କ ଉପରେ ବହୁତ ଭରସା କରିବେ।*
✧═════•❁❀❁•═════
ଧନୁ:
ଆପଣ ଅନ୍ୟମାନଙ୍କ ଭାବନା ପ୍ରତି ଆଜି ବିଶେଷ ଯତ୍ନବାନj ରହିପାରନ୍ତି। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ସ୍ଥଗିତ ଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କ ଦ୍ବାରା ପୂରା ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।*
✧═════•❁❀❁•═════
ମକର:
ଆପଣ ନିଜ କାମରେ ଆଜି ପ୍ରଶ˚ସା ଓ ପୁରସ୍କାର ପାରନ୍ତି ।ବାଣିଜ୍ୟ କରବାର ବୃଦ୍ଧି ଲାଗି ଦିନଟି ବିଶେଷ ଶୁଭ। ଧନ ସ˚ପତ୍ତି ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସଖୁସିରେ ସମୟ କଟିବ।
✧═════•❁❀❁•═════
କୁମ୍ଭ:
ଆଜି ଇଷ୍ଟଦେବୀ ଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।*
═════•❁❀❁•═════
ମୀନ:
ଦିନଟି ଆପଣଙ୍କୁ ଆଜି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ। ବଡ଼ ବ୍ୟବସାୟ ଲାଗି କୌଣସି ବ୍ୟକ୍ତିସହ ଚୁକ୍ତି କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟ କଚେରି ମାମଲାରେ ଚିନ୍ତା ବଢ଼ି ପାରେ