29.1 C
Bhubaneswar
Monday, March 23, 2026
Homeଓଡିଶାଆଜିର ଅନୁଚିନ୍ତା _

ଆଜିର ଅନୁଚିନ୍ତା _

ଧନରତ୍ନ ସିନା ଦେଇପାରିବନି*
ମିଠାକଥା ପଦେ ଦିଅ,
ଅହଂଭାବ ମନୁ ଛାଡ଼ିଣ ବିଶ୍ୱାସେ
ଆପଣାର କରିନିଅ ।

ଜୀବନରେ ନିଜ ବଳକୁ ନେଇ କେବେ ଗର୍ବ କରିବ ନାହିଁ, କାହିଁକି ନା ଏହି ଗର୍ବ ଅନେକ ସମୟରେ ପତନର କାରଣ ବନିଯାଏ ।*

କେହି ଭଲ ନୁହଁନ୍ତି କି କେହି ଖରାପ୍ ନୁହଁନ୍ତି କିନ୍ତୁ ସମସ୍ତେ ସମୟ ଅନୁସାରେ ନିଜେ ନିଜର ଅଭିନୟ କରିଥାନ୍ତି ।*

ଯଦି କୋୖଣସି କାମରେ Failure ହେଉଛ ତା’ହେଲେ ସେଥିରୁ ଆଶା ଛାଡ଼ନ୍ତୁ ନାହିଁ, Successful ହେବା ପର୍ଯ୍ୟନ୍ତ ଚେଷ୍ଟା ଜାରିରଖ କାହିଁକି ନା ଅନେକ Successful ବ୍ୟକ୍ତି କହିଛନ୍ତି ବାରମ୍ବାର ହାରିବା ହେଉଛି ଜିତିବାର ଲକ୍ଷଣ ।
ଆଜି ଯଦି ଆମର ଏହି ଦୁନିଆରେ କୌଣସି ଅସ୍ତିତ୍ବ ଅଛି କିମ୍ବା ଏହି ଦୁନିଆରେ ଆମର କୌଣସି ପରିଚୟ ଅଛି, ତେବେ ଏହାର ସମ୍ପୂର୍ଣ୍ଣ ଶ୍ରେୟ କେବଳ ଆମର ପିତାମାତାଙ୍କୁ ଯାଇଥାଏ….
ଯେତେବେଳେ ଜିବନର ଚଲା ପଥରେ ସବୁ ବାଟ ବନ୍ଦ ହେଇଯାଏ, ଭଗବାନ ନିଜେ ଗୋଟେ ନୂଆ ବାଟ ତିଆରି କରି ଦିଅନ୍ତି କେବଳ ଧର୍ଯ୍ୟ ଆବଶ୍ୟକ ।।*

ସୁଖର ନାମ ଜୀବନ ନୁହେଁ କଷ୍ଟକୁ ଜୟ କରି ବଞ୍ଚିରହିବାର ନାମ ହିଁ ଜୀବନ ।।*

ଈଶ୍ୱର କୌଣସି ମୂର୍ତ୍ତିରେ ବାସ କରନ୍ତି ନାହିଁ, ମଣିଷର ଅନୁଭୂତି ହିଁ ପ୍ରକୃତ ଈଶ୍ୱର ଏବଂ ଆତ୍ମା ତାର ମନ୍ଦିର ।

ଭୁଲ ହିଁ ହେଉଛି ମଣିଷର ପ୍ରକୃତ ଶିକ୍ଷକ, ଆଉ ଯିଏ କୌଣସି କ୍ଷେତ୍ରରେ ଯଦି ଭୁଲ କରିନାହିଁ, ତା’ ମାନେ ସେ କେବେ ଚେଷ୍ଟା ହିଁ କରିନାହିଁ ।
ଭଣଜା କୁ ନିଜ ଘରେ ରଖିଲେ ମଙ୍ଗଳ ହୁଏ, କିନ୍ତୁ ମାମୁଙ୍କୁ ରଖିଲେ ବିପରୀତ ହୋଇ ଥାଏ l

ଅଦ୍ୟ ନଭେମ୍ବର ମାସ ୨୬ ତାରିଖ ୨୦୨୪ ମସିହା(ମଙ୍ଗଳବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ମାର୍ଗଶୀର ମାସ- କୃଷ୍ଣପକ୍ଷ
ତିଥି- ଏକାଦଶୀ ରାତ୍ରି ଘ ୦୩/୨୮ ଗତେ ଦ୍ଵାଦଶୀ
ନକ୍ଷତ୍ର- ହସ୍ତା ଶେଷରାତ୍ରି ଘ ୦୫/୦୨ ଗତେ ଚିତ୍ରା
ଚନ୍ଦ୍ର – କନ୍ୟା
ଯୋଗ- ପ୍ରୀତି
କରଣ – ବବ
ସୌରମାସ- ବିଛା ୧୧ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୬/୬/୨୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୧୦
*✧═════•❁❀
ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ ୦୩/୨୮ଗତେ ନୈରୁତେ
ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ବୃଷ ରାଶିର ଘାତଚନ୍ଦ୍ର
ମକର ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୭/୨୯ ଗତେ ଘ୦୮/୫୨ ମଧ୍ୟେ
ବାରବେଳା – ଦିବା ଘ୦୧/୫୭ ଗତେ ଘ୦୨/୩୦ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୬/୫୪ ମଧ୍ୟେ ଓ ଘ୦୮/୫୩ ଗତେ ଘ୧୧/୪୨ ମଧ୍ୟେ ଓ ରାତ୍ରି ଘ୦୭/୨୫ ଗତେ ଘ୦୮/୧୪ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୫/୦୮ ଗତେ ଘ୦୭/୨୫ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ଶିମ୍ବ ଶାଗ ଭକ୍ଷଣ ନିଷେଧ

✧═════•❁❀❁•═════
ଆଜିର ରାଶିଫଳ*
✧═════•❁❀❁•═════
ମେଷ-ବ୍ୟବସାୟରେ କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। କର୍ମକ୍ଷେତ୍ର କୃତକାର୍ଯ୍ୟ ହେବେ। ହରେଇଥିବା ଦ୍ରବ୍ୟ ଫେରି ପାଇବେ। ମହିଳାମାନେ ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମକରିଲେ ଭଲ ହେବ।*
✧═════•❁❀❁•═════
ବୃଷ- ହସଖୁସିରେ ସମୟ ବିତାଇବେ। ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ। ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବ । ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ।*
✧═════•❁❀❁•═════
ମିଥୁନ-ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀ ମାନେ ପ୍ରଚୁର ଲାଭ କରିବେ। ନୂଆ ନିଯୁକ୍ତି ଯୋଗ ଅଛି। ସୁଖ ସମୃଦ୍ଧି ବୃଦ୍ଧି ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ମାଲିମୋକଦ୍ଦମା କୃତକାର୍ଯ୍ୟ ହେବେ।*
✧═════•❁❀❁•═════
କର୍କଟ -ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ। କର୍ମ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ।*
✧═════•❁❀❁•═════
ସିଂହ -ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ରୋଜଗାର ସମସ୍ୟା ସୁଧୁରି ଯିବ। ଧନ ଲାଭ ହେବାରୁ ମନ ଖୁସି ରହିବ। କାର୍ଯ୍ୟ ପୁରଣରେ ବିଳମ୍ବ ହେବ। ସମୟ ଗୁଡିକ ହସ ଖୁସିରେ ବିତିବ। କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ।*
✧═════•❁❀❁•═════
କନ୍ୟା -ଆର୍ଥିକ ଦିଗରୁ ବେଶ୍ ଅନୁକୂଳ ଥିବାରୁ କିଛି ନୂତନ ପଦାର୍ଥ ସଂଗ୍ରହ ବା ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ। ମହିଳାମାନେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ। ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ।*
✧═════•❁❀❁•═════
ତୁଳା- ଅଚାନକ ଧନପ୍ରାପ୍ତି ହେବ। ଦୂରଯାତ୍ରାରେ ସଫଳ ହେବେ। କାର୍ଯ୍ୟ କ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବ ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ। ଯାତ୍ରାରେ ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ କଟିବ।*
✧═════•❁❀❁•═════
ବିଛା-ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। ସଂଘର୍ଷ ଦ୍ଵାରା ସଫଳତା ମିଳିବ। ଅଧିକାରୀଙ୍କଠାରୁ ସହଯୋଗ ମିଳିବ। ନିଜ ଲୋକ ମନମୋଟିଆ ହେବେ। ମହିଳାମାନଙ୍କର ସନ୍ତାନଙ୍କ ଚିନ୍ତାରେ ମାନସିକ ଅସ୍ଥିରତା ବୃଦ୍ଧି ହେବ ଓ ଉଚିତପନ୍ଥା ଗ୍ରହଣ କରିବେ।
✧═════•❁❀❁•═════

ଧନୁ -ପରିଶ୍ରମର ଆଶାଜନକ ଫଳପ୍ରାପ୍ତି ହେବ। ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ। କର୍ମ କ୍ଷେତ୍ରରେ ଉନ୍ନତି କରିପାରିବେ। ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ ପ୍ରବାସରେ  ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ।*
✧═════•❁❀❁•═════
ମକର- ଅଫିସରେ ଅଟକି ରହିଥିବା କାମ ଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ। ବାଣିଜ୍ୟ ଓ ପରିବହନରେ ଆଶାଜନକ ସଫଳତା ହାସଲ କରିବେ। ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବା ସହ ସନ୍ତାନ ସୁଖ ମିଳିବ। ଶାରୀରିକ ସୁସ୍ଥତା ଦେଖାଦେବ।
✧═════•❁❀❁•═════
କୁମ୍ଭ -ଗୁରୁଜନ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। କୃଷିଜିବୀମାନେ ହସଖୁସିରେ ସମୟ ବିତାଇବେ।ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରେ। ପ୍ରତିଯୋଗିତାରେ ବିଜୟୀ ହେବେ।

✧═════•❁❀❁•═════
ମୀନ-ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ଘଟିପାରେ। ରାଜନୈତିକ କ୍ଷେତ୍ରରେ ପୁରୁଣା ସମସ୍ୟା ସମାଧାନ କରି ବିଜୟୀ ହେବେ। ବାସଗୃହ ଓ ଯାନବାହାନ ନେଇ କେତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ପାରିବାରିକ ସମ୍ପର୍କରେ ଉନ୍ନତି ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking