19.1 C
Bhubaneswar
Friday, December 27, 2024
Homeଓଡିଶା" ଆଜିର ନୀତିବାଣୀ "

” ଆଜିର ନୀତିବାଣୀ “

“କେବେବି ନିଜକୁ ଛୋଟ ମନେ କରନ୍ତୁ ନାହିଁ। ମନେରଖନ୍ତୁ ପାଦ ତଳର ଦୁବଘାସ ପୂଜାରେ ଲାଗେ,ମୁଣ୍ଡ ଉପରେ ଥିବା ବିଶାଳ ତାଳଗଛ ନୁହେଁ !!”*

“ଲକ୍ଷ୍ଯ ସ୍ଥଳର ପଥ ଯେତେ ବି କଠିନ ହେଉଥାଉ ନା କାହିଁକି ନିଜର ଇଛା ଶକ୍ତି ଆତ୍ମ ବିଶ୍ଵାସ ଯଦି ଥିବ ସେ ଲକ୍ଷ୍ୟ ସ୍ଥଳରେ ନିଶ୍ଚିନ୍ତ ପହଞ୍ଚି ପାରିବ ଏଥିରେ ସନ୍ଦେହ ନାହିଁ !!”*

“ନୀରବତା ଏବଂ ଧର୍ଯ୍ୟ ଠାରୁ ବଡ କୌଣସି ଗୁଣ ନାହିଁ ନୀରବତା ଦ୍ୱାରା ସମସ୍ତ ପରିସ୍ଥିତିକୁ ସାମ୍ନା କରାଯାଇପାରେ ଏବଂ ଧର୍ଯ୍ୟ ଦ୍ୱାରା ସମସ୍ତ ବିପଦକୁ ପାରି କରାଯାଇପାରେ !!”*

“ଯେବେ ଆପଣ ଉଚ୍ଚତାର ସିଡି ଚଢୁଛନ୍ତି ତା ପଛକୁ ରହିଯାଉଥିବା ଲୋକଙ୍କ ସହିତ ଭଲ ବ୍ୟବହାର କରନ୍ତୁ କାରଣ ତଳକୁ ଆସିବା ସମୟରେ ଏଇମାନେ ସବୁ ବାଟରେ ସାକ୍ଷାତ ହେବେ !!”*

“ନିଜର ଲକ୍ଷ୍ୟ ହାସଲ କରିବାବେଳେ, କେବଳ ଦୁଇଟି ଚିନ୍ତାଧାରା ରଖିବା ଉଚିତ, ଯଦି ରାସ୍ତାଟି ମିଳି ଗଲା ଠିକ, ତେବେ ଯଦି ଏହା ନ ମିଳେ, ତେବେ ନିଜେ ରାସ୍ତା ତିଆରି କରିବା !!”*

ଯେଉଁ ଲୋକ ପ୍ରତେକ ଦିନ ବ୍ରହ୍ମ ମୂହୁର୍ତ୍ତରେ ଉଠେ ସେ ଜୀବନରେ ଖୁସି ରହିବା ସହିତ ସମୃଦ୍ଧି ଶାଳି ହୋଇଥାଏ ।

ଆୟୁର୍ବେଦ ଅନୁସାରେ ଚନ୍ଦ୍ରଙ୍କ ଅମୃତ କିରଣ ଦ୍ଵାରା ସକାଳର ପବନ ଅମୃତ ତୁଲ୍ୟ ହୋଇଥାଏ । ଏବଂ ଏହାକୁ ବୀରବାୟୁ ଯାହା ଫଳରେ ଶକ୍ତିର ସଂଚାର ହୋଇଥାଏ ।
ସକାଳୁ ଉଠି ବାହାର ତାଜା ପବନରେ ନିଶ୍ଵାସ ନେବା ଦ୍ଵାରା ଏବଂ କିଛି ସମୟ ବୟାମ କରିବା ଦ୍ଵାରା ଶରୀରର ସୌନ୍ଦର୍ଜ୍ୟ ବୃଦ୍ଧି ହୋଇଥାଏ ।*
ସକାଳର ବାୟୁ ଶରୀରରେ ବାଜିବା ଦ୍ଵାରା ଶରୀରର ବଳ ତେଜ, ପୁର୍ତି ଏବଂ କାନ୍ତି ବୃଦ୍ଧି ହୋଇଥାଏ ତା ସହିତ ମନ ଶାନ୍ତ ରହେ ।

ସକାଳର ପବନରେ ନିଶ୍ଵାସ ମାରିବା ଦ୍ଵାରା ଫୁସଫୁସ ସୁସ୍ଥ ଓ ମଜବୁତ ହୁଏ ଯାହା ଦ୍ଵାରା ରକ୍ତ ପରିଷ୍କାର ହୋଇଥାଏ ।
ସକାଳୁ ଶୀଘ୍ର ଉଠିବା ପାଇଁ ହେଲେ ରାତିରେ କମ ଖାଦ୍ୟ ଖାଇବା ଉଚିତ ଏବଂ ତା ସହିତ ଦୁଇ ଗ୍ଳାସ ପାଣି ପିଇବା ଉଚିତ ।
ଜୟ ଜଗନ୍ନାଥ

ଅଦ୍ୟ ନଭେମ୍ବର ମାସ ୦୯ ତାରିଖ ୨୦୨୪ ମସିହା(ଶନିବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
କାର୍ତ୍ତିକମାସ- ଶୁକ୍ଳପକ୍ଷ
ତିଥି- ଅଷ୍ଟମୀ ରାତ୍ରି ଘ ୧୦/୨୭ ଗତେ ନବମୀ
ନକ୍ଷତ୍ର- ଶ୍ରବଣା ଦିବା ଘ ୧୨/୨୪ ଗତେ ଧନିଷ୍ଟା
ଚନ୍ଦ୍ର – ମକର ରାତ୍ରି ଘ ୧୨/୦୪ ଗତେ କୁମ୍ଭ
ଯୋଗ- ଗଣ୍ଡ
କରଣ – ଵିଷ୍ଟି
ସୌରମାସ- ତୁଳା ୨୪ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୫/୫୬/୩୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୬/୨୬
*✧═════•❁❀
ଯୋଗିନୀ ଐଶାନ୍ୟେ ରାତ୍ରି ଘ୧୦/୨୭ ଗତେ ପୂର୍ବେ
ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମିଥୁନ ଓ ମୀନ ରାଶି ର ଘାତ ଚନ୍ଦ୍ର
ବୃଷ,ସିଂହ ଓ କନ୍ୟା ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୭/୨୩ ମଧ୍ୟେ ଓ ଦିବା ଘ୦୩/୪୪ ଗତେ ଘ୦୫/୦୫ ମଧ୍ୟେ
ବାରବେଳା – ଦିବା ଘ୧୨/୫୨ ଗତେ ଘ୦୧/୧୭ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୭/୩୫ ଗତେ ଘ୦୯/୫୭ ମଧ୍ୟେ ଓ ଘ୦୧/୧୮ ଗତେ ଘ୦୩/୩୩ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୧/୫୩ ଗତେ ଘ୦୨/୪୩ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ନଡ଼ିଆ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
: ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ।*
✧═════•❁❀❁•═════
ବୃଷ
: ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ ସଫଳତା ମିଳିବ। ପାଚନତନ୍ତ୍ରର ସମସ୍ୟାରେ ସ୍ୱାସ୍ଥ୍ୟ ଖରାପ ହେବାର ଆଶଂକା ଅଛି।*
✧═════•❁❀❁•═════
ମିଥୁନ
:ସମସ୍ତ କାର୍ଯ୍ୟରେ ଆପଣ ଦ୍ୱନ୍ଦ୍ୱ ଅନୁଭବ କରିବେ। ମାତା ଏବଂ ମହିଳାମାନଙ୍କ ମାମଲାରେ ଅଧିକ ସମ୍ବେଦନଶୀଳ ହେବେ। ବିଚାରର ଭରମାରରେ ମାନସିକ ଆଳସ୍ୟ ଅନୁଭବ କରିବେ। ଅନିଦ୍ରା କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ। ପାଣି କିମ୍ବା ଅନ୍ୟ ତରଳ ପଦାର୍ଥ ଭୟାନକ ପ୍ରମାଣିତ ହୋଇପାରନ୍ତି।*
✧═════•❁❀❁•═════
କର୍କଟ
: କାର୍ଯ୍ୟସଫଳ ପାଇଁ ଆଜିର ଦିନ ଭଲ ରହିବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ସାକ୍ଷାତକରି ଆପଣ ଖୁସି ରହିବେ। ଲଘୁ ଯାତ୍ରାର ଯୋଗ ଅଛି। ଭାଇ-ବନ୍ଧୁମାନଙ୍କସହ ମିଳାମିଶା ରହିବ। ଆର୍ଥିକ ଲାଭ ତଥା ସମାଜରେ ଆଦର ସମ୍ମାନ ମିଳିବ। ବିରୋଧିମାନଙ୍କୁ ପରାଜିତ କରି ପାରିବେ।*
✧═════•❁❀❁•═════
ସିଂହ
: ଦୂରରେ ବାସ କରୁଥିବା ସ୍ନେହୀଜନ ତଥା ମିତ୍ରମାନଙ୍କ ସହିତ ସନ୍ଦେଶ ବ୍ୟବହାରରେ ଆପଣଙ୍କୁ ଲାଭ ହେବ। ପରିବାରରେ ସୁଖ-ଶାନ୍ତି ରହିବ। ଉତ୍ତମ ଭୋଜନର ପ୍ରାପ୍ତି ହେବ। ନିର୍ଦ୍ଧାରିତ କାମରେ ସଫଳତା ମିଳିବ। ମହିଳା ମିତ୍ର ଆପଣଙ୍କୁ ସହାୟକ ପ୍ରମାଣିତ ହେବେ।*
✧═════•❁❀❁•═════
କନ୍ୟା
: ଆଜି ଆପଣ ସୌହାର୍ଦପୂର୍ଣ୍ଣ ସମ୍ବନ୍ଧ ବିକସିତ କରି ନିଜର କାମ କାଢ଼ି ପାରିବେ। ବ୍ୟବସାୟ ଦୃଷ୍ଟିରେ ଆଜିର ଦିନ ଲାଭଦାୟକ ପ୍ରମାଣିତ ହେବ। ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ସୁସ୍ଥ ରହିବ। ପରିଜନମାନଙ୍କ ସହିତ ସାକ୍ଷାତକରି ଏବଂ ସୁଖ-ଆନନ୍ଦ ପ୍ରାପ୍ତି ହେବ। ଧନ ଲାଭ ତଥା ପର୍ଯ୍ୟଟନର ଯୋଗ ଅଛି।*
✧═════•❁❀❁•═════
ତୁଳା
: ଆଜି ଆପଣ ଅନ୍ୟ ବ୍ୟକ୍ତି କିମ୍ବା କୁଟୁମ୍ବଜନମାନଙ୍କ ସହିତ ଉଗ୍ର ବାର୍ତ୍ତାବିନିମୟ ହେବାର ସଂଭାବନା ଅଛି। ପରୋପକାର ବଦଳରେ ଉପକାର ମିଳିପାରେ। ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଏବଂ ସମସ୍ୟା ମନର ଶାନ୍ତି ଭଙ୍ଗ କରିବ। ଆଧ୍ୟାତ୍ମିକ ବଚନ କିମ୍ବା ଈଶ୍ଵରଙ୍କର ନାମ ସ୍ମରଣ ଶାନ୍ତି ଦେବ।*
✧═════•❁❀❁•═════
ବିଚ୍ଛା
: ଆଜି ଆପଣଙ୍କ ଗୃହସ୍ଥଜୀବନରେ ସୁଖ ଏବଂ ସନ୍ତୋଷର ଅନୁଭୂତି ମିଳିବ। ପତ୍ନୀ ତଥା ପୁତ୍ରଙ୍କ ତରଫରୁ ଶୁଭ ସମାଚାର ମିଳିବ। ମାଙ୍ଗଳିକ କାର୍ଯ୍ୟ ହେବ। ବିବାହ ପାଇଁ ସଂଯୋଗ ବନିବ। ଚାକିରି ଧନ୍ଦାରେ ଭଲ ଅବସର ଆସିବ। ଆୟରେ ବୃଦ୍ଧି ହେବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବାର ଯୋଗ ଅଛି।*
✧═════•❁❀❁•═════
ଧନୁ
: ଆଜି ଆପଣଙ୍କ କାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ। ପରୋପକାର ଭାବନା ଆଜି ବଲବତ୍ତର ରହିବ। ଆମୋଦ- ପ୍ରମୋଦ ସହିତ ଆପଣଙ୍କ ଦିନ କଟିବ। ଚାକିରି-ବ୍ୟବସାୟରେ ମାନ-ସମ୍ମାନ ପ୍ରାପ୍ତି ହେବ। ଗୃହସ୍ଥଜୀବନରେ ଆନନ୍ଦ ବ୍ୟାପ୍ତି ରହିବ।*
✧═════•❁❀❁•═════
ମକର
: ଆପଣଙ୍କ ଆଜିର ଦିନ ମିଶ୍ର ଫଳଦାୟକ ପ୍ରମାଣିତ ହେବ। ବୌଦ୍ଧିକ କାର୍ଯ୍ୟଗୁଡ଼ିକରେ ଏବଂ ବ୍ୟବସାୟରେ ନୂଆ ବିଚାରଧାରା ଉଦ୍ରେକ ହେବ। ତଥାପି ମଧ୍ୟ ମନର କୌଣସି କୋଣରେ ଆପଣ ଅସୁସ୍ଥତା ଅନୁଭବ ହୋଇପାରେ।ସନ୍ତାନମାନଙ୍କ ସମସ୍ୟା ବିଷୟରେ ଚିନ୍ତା ସୃଷ୍ଟି ହୋଇପାରେ।*
✧═════•❁❀❁•═════
କୁମ୍ଭ
: ନକାରାତ୍ମକ ବିଚାରରେ ମନରେ ହତାସା ସୃଷ୍ଟି ହୋଇପାରେ। ଏହି ସମୟ ମାନସିକ ଉଦ୍ଵେଗ ଏବଂ କ୍ରୋଧର ଭାବନା ଅନୁଭବ କରିପାରନ୍ତି। ବାଣୀ ଉପରେ ନିୟନ୍ତ୍ରଣ ନ ରହିବା କାରଣରୁ ପରିବାରରେ ମନମାଳିନ୍ୟ ଏବଂ ଝଗଡ଼ା ହେବାର ଆଶଂକା ଅଛି। ସ୍ଵାସ୍ଥ୍ୟ ଖରାପ ହୋଇପାରେ ।*

✧═════•❁❀❁•═════
ମୀନ
: ଆଜିର ଦିନ ସୁଖ-ଶାନ୍ତିରେ କଟିବ। ବ୍ୟାପାରିମାନଙ୍କ ଉତ୍ତମ ସମୟ ଅଟେ। ପତି-ପତ୍ନୀଙ୍କର ମଧ୍ୟରେ ଦାମ୍ପତ୍ୟ ଜୀବନରେ ନିକଟତା ଅନୁଭବ ହେବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ମିଳନ ତଥା ସାକ୍ଷାତ ସାର୍ବଜନିକ ଜୀବନରେ ପ୍ରସିଦ୍ଧି ମିଳିବ। ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking