31.1 C
Bhubaneswar
Sunday, September 22, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ପ୍ରକୃତ ଶିକ୍ଷାର ଲକ୍ଷ୍ୟ ହେଉଛି ଚରିତ୍ର ସହିତ ବୁଦ୍ଧି ବିକାଶ କରିବା ପୂର୍ଣ୍ଣ ଏକାଗ୍ରତା ସହିତ ଚିନ୍ତା କରିବାର କ୍ଷମତା ହେଉଛି ଶିକ୍ଷାର କାର୍ଯ୍ୟ । ମଣିଷ ଯେତେ ଶିକ୍ଷିତ ହେଉନା କାହିଁକି ଯଦି ସଂସ୍କାର ଆଉ ବ୍ୟବହାର ନଥିଲେ ସେ ଶିକ୍ଷା ବି ମୂଲ୍ୟହୀନ ।*

ମାଂସପେଶୀୟ ବଳ ଅଧିକ ଥିଲେ ଜଣେ ବଳୁଆ ହୋଇପାରେ କିନ୍ତୁ ତା ଦ୍ୱାରା ଯେ ସେ ସର୍ବଦା ଜିତିପାରିବ ତା ନୁହଁ,କିନ୍ତୁ ମନୋବିଜ୍ଞାନର ବଳ ଥିଲେ ଜଣେ ଖାଲି ମଣିଷ ନୁହଁ ବରଂ ଏ ବିଶ୍ୱକୁ ଜିଣିପାରିବ.. ଧନରେ ଯେ ଧନୀ ସେ ନିଜକୁ ନେଇ ଗର୍ବ କରେ ହେଲେ ମନରେ ଯେ ଧନୀ ତାକୁ ନେଇ ସମାଜ ଗର୍ବ କରେ ।
ଅଳ୍ପ ରେ ଖୁସି ହୁଅନ୍ତୁ ଅଧିକ ଆଶା କରନ୍ତୁ ନାହିଁ, କାହିଁକିନା ଛୋଟ ଛୋଟ ଖୁସି ହିଁ ମଣିଷକୁ ବଞ୍ଚିବା ପାଇଁ ପ୍ରେରଣା ଯୋଗାଇ ଥାଏ…। ଆଉ ଛୋଟ ଛୋଟ ଆଶା ହିଁ ମଣିଷକୁ ଦୁଃଖରେ କାନ୍ଦେଇ ଦେଇଥାଏ, ତେଣୁ କ୍ଷଣିକ ଦୁଃଖରେ ବିଚଳିତ ନହୋଇ ନିର୍ଭୟରେ ଜୀବନ କୁ ସାମ୍ନା କରନ୍ତୁ ।

ମନକୁ ଯିଏ ନିୟନ୍ତ୍ରଣ କରିପାରିବ କେବଳ ସେ ହିଁ ଏଠି ସୁଖୀ ହୋଇପାରିବ
Relationship ରେ ଭଲପାଇବା କମ୍ ହେଇଯାଇ ପାରେ,*
” କିନ୍ତୁ ”
Friendship ରେ କେବେ ଭଲପାଇବା କମ୍ ହୋଇନଥାଏ ।
ଭଲପାଇବା ଆଉ ମ୍ରୃତ୍ୟୁ ସମସ୍ତଙ୍କ ଜୀବନରେ ଅଜଣା ଅତିଥି ହୋଇ ଆସିଥାନ୍ତି….

*ଭଲପାଇବା ମନ କିଣି ନେଇଥାଏ ଆଉ ମ୍ରୃତ୍ୟୁ ପ୍ରାଣ ଛଡେଇ ନେଇଥାଏ….

କିଛି ଭୁଲ ହୋଇଯାଇପାରେ ଚିନ୍ତାକରି ଭୟଭୀତ ହେବା ପରିବର୍ତ୍ତେ କ’ଣ କଲେ ଠିକ ହେବ,ତା’ରି ଉପରେ ନଜର ରଖିବା ଉଚିତ। ଆସନ୍ତୁ; ଆଜିଠାରୁ ଆମେ ସର୍ବଦା ପରିସ୍ଥିତିଗୁଡ଼ିକର ସକାରାତ୍ମକ ଦିଗ ପ୍ରତି ଧ୍ୟାନ ଦେବା।* ଲୋକେ କହନ୍ତି କେହି ଜଣେ ଚାଲିଗଲେ ଜୀବନ ତା’ପାଇଁ ଅଟକି ଯାଏନାହିଁ କିନ୍ତୁ ସମସ୍ତଙ୍କ ଜୀବନରେ ଏମିତି କେହି ଜଣେ ଅବଶ୍ୟ ଥାଆନ୍ତି ଯାହାର ଜାଗା ଆଉ କେହି ନେଇ ପାରିବେ ନାହିଁ।*
ଭଲପାଇବା ଆଉ ମ୍ରୃତ୍ୟୁ ସମସ୍ତଙ୍କ ଜୀବନରେ ଅଜଣା ଅତିଥି ହୋଇ ଆସିଥାନ୍ତି..ଭଲପାଇବା ମନ କିଣି ନେଇଥାଏ ଆଉ ମ୍ରୃତ୍ୟୁ ପ୍ରାଣ ଛଡେଇ ନେଇଥାଏ..

କାହାକୁ ସତ କହି ଧୋକା ଦେବା କେବେକେବେ ଗ୍ରହଣିୟ….

କିନ୍ତୁ ମିଛ କହି କାହାକୁ ଆଶା ଦେବା ବା ବିଶ୍ବାସ ଭାଙ୍ଗିବା ଠିକ୍ ନୁହେଁ….

ଅଦ୍ୟ ସେପ୍ଟେମ୍ବର ମାସ ୨୨ ତାରିଖ ୨୦୨୪ ମସିହା(ରବିବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ଆଶ୍ୱିନମାସ- କୃଷ୍ଣପକ୍ଷ
ତିଥି- ପଞ୍ଚମୀ ଦିବା ଘ୦୩/୪୬ଗତେ ଷଷ୍ଠୀ
ନକ୍ଷତ୍ର- କୃତ୍ତିକା ରାତ୍ରି ଘ୧୧/୪୦ ଗତେ ରୋହିଣୀ
ଚନ୍ଦ୍ର -ମେଷ ଦିବା ଘ୦୬/୪୪ ଗତେ ବୃଷ
ଯୋଗ- ହର୍ଷଣ
କରଣ – ତୈତିଳ
ସୌରମାସ- କନ୍ୟା ୦୭ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/୨୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୧/୧୦
*✧═════•❁❀
ଯୋଗିନୀ ଦକ୍ଷିଣେ ଦିବା ଘ୦୩/୪୫ ଗତେ ପଶ୍ଚିମେ
ପଞ୍ଚମୀ ର ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ
ବିଛା ରାଶିର ଘାତଚନ୍ଦ୍ର
ମେଷ ରାଶି ର ଘାତବାର
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୧୦/୦୯ଗତେ ଘ୦୧/୧୦ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୬/୨୬ ଗତେ ଘ୦୮/୫୦ ମଧ୍ୟେ ଓ ଘ୦୧/୧୧ ଗତେ ଘ୦୩/୧୭ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୦୪ ଗତେ ଘ୦୪/୫୩ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ବେଲ ଦିବା ଘ୦୩/୪୫ ଗତେ ନିମ୍ବ ଭକ୍ଷଣ ନିଷେଧ
═✧══•❁❀❁•═════✧

ଆଜିର ରାଶିଫଳ
✧═════•❁❀❁•═════
ମେଷ
: ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ।*
✧═════•❁❀❁•═════
ବୃଷ
: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ।*
*✧═════•❁❀❁•═════
ମିଥୁନ
: ରୋଜଗାର ବୃଦ୍ଧି ହୋଇପାରେ। ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି। କାର୍ଯ୍ୟରେ ବାଧା ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।*
✧═════•❁❀❁•═════
କର୍କଟ
: ଜମି-ଜମା ବାବଦ ବିବାଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତି ଲାଭ ହେବ।*
✧═════•❁❀❁•═════
ସିଂହ
କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସଂପାଦନ କରି ପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବଦର୍ଶନ ଯୋଗରହିଛି ।*
*✧═════•❁❀❁•═════
କନ୍ୟା
ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।*
✧═════•❁❀❁•═════
ତୁଳା
: କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ।*
✧═════•❁❀❁•═════
ବିଛା
: ବନ୍ଧୁଙ୍କ ସାହାଯ୍ୟ ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି। ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।*
✧═════•❁❀❁•═════✧
ଧନୁ
: ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ। ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି। ବସ୍ତ୍ର-ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ।*
*✧═════•❁❀❁•═════
ମକର
: ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଭ୍ରମଣ ଯୋଗ ଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।*
✧═════•❁❀❁•═════
କୁମ୍ଭ
: କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି। ଭୟ ଓ ଆଶଙ୍କା ଲାଗି ରହି ଥିଲେ ବି ବହୁ ଶୁଭ ଫଳ ଆଶା କରାଯାଏ। ଖଳ ଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଉଦାର ଓ ଦାନଶୀଳ ହେବେ।*
✧═════•❁❀❁•═════
ମୀନ
: ଏପରି କାର୍ଯ୍ୟ ନ କରନ୍ତୁ; ଯୋଉଁ ଥିରେ କି ନିଜ ସୁନାମର ଆଞ୍ଚ ଆସିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ରହିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଦୋନ୍ନତି ମିଳିପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking