28.1 C
Bhubaneswar
Saturday, September 21, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ବିଶାଳ ସଂସାର ନୁହେଁ ତୋର ଘର*
ଶୁଣ ଆରେ ବାୟା ମନ,
ଅଢେଇ ଦିନର ଅତିଥି ଏଘରେ
ନାହିଁ ତୋର ଏହି ଜ୍ଞାନ।

ଜଣେ କେବଳ ଖାଲି ଶିକ୍ଷିତ ହୋଇଗଲେ ସେ ଦୁନିଆଁରେ ସଫଳତା ପାଇନଥାଏ କାରଣ ଜୀବନରେ ଶିକ୍ଷା ସହିତ ସଂସ୍କାରର ବହୁତ ଗୁରୁତ୍ବପୁର୍ଣ ଭୂମିକା ରହିଥାଏ।ସେହିପରି ଅଶୁଦ୍ଧ ଭାଷା ବହୁତ କଷ୍ଟ ଲାଗେ ଏବଂ କହିବା ଲୋକ ଜାଣି ପାରି ନଥାଏ। ଯେତେବେଳେ ସେହି ଅଶୁଦ୍ଧ ଭାଷା ନିଜେ କାହାଠାରୁ ଶୁଣେ,ଭାଷାର କଷ୍ଟକୁ ଠିକ୍ ରୂପେ ବୁଝି ପାରିଥାଏ ।

ମନ ଯେତେ ବି ଖରାପ୍ ଥାଉ ପଛେ କାହା ପ୍ରତି ଖରାପ୍ ଶବ୍ଦ ପ୍ରୟୋଗ କରନ୍ତୁ ନାହିଁ। କାରଣ ପରବର୍ତ୍ତୀ ସମୟରେ ମନକୁ ଠିକ୍ କରାଯାଇପାରେ, କିନ୍ତୁ କୁହାଯାଇ ଥିବା ଖରାପ୍ ଶବ୍ଦକୁ ନୁହେଁ ।
ଦୁନିଆଁର ସବୁଠାରୁ ଦାମୀ ଜିନିଷ ହେଲା ‘ ବିଶ୍ବାସ ‘ ଯାହା ଅର୍ଜନ କରିବାକୁ ବର୍ଷ ପରେ ବର୍ଷ ଲାଗିଯାଏ କିନ୍ତୁ ହରେଇବାକୁ ଗୋଟେ Second ମଧ୍ୟ ଲାଗି ନଥାଏ ।

ମଣିଷକୁ ଆତ୍ମଗର୍ବ ସବୁବେଳେ ବିପଦରେ ପକାଏ….

ହେଲେ ଏ ମଣିଷ ନିଜ ସମ୍ମାନ ହରେଇ ନିଜକୁ ମହାନ୍ ବୋଲି ପରିଚୟ ଦିଏ ….

ଅଦ୍ୟ ସେପ୍ଟେମ୍ବର ମାସ ୧୦ ତାରିଖ ୨୦୨୪ ମସିହା(ମଙ୍ଗଳବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-କାଳ
ଭାଦ୍ରବ ମାସ- ଶୁକ୍ଳପକ୍ଷ
ତିଥି- ସପ୍ତମୀ ସନ୍ଧ୍ୟା ଘ୧୧/୦୧ ଗତେ ଅଷ୍ଟମୀ
ନକ୍ଷତ୍ର- ଅନୁରାଧା ରାତ୍ରି ଘ୦୮/୩୭ ଗତେ ଜ୍ୟେଷ୍ଠା
ଚନ୍ଦ୍ର -ବିଛା
ଯୋଗ- ବିସ୍କୁମ୍ଭ
କରଣ – ଗର
ସୌରମାସ- ସିଂହ ୨୬ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୫/୩୭/୨୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୧/୪୦
*✧═════•❁❀
ଯୋଗିନୀ ବାୟବ୍ୟେ ରାତ୍ରି ଘ୧୧/୦୧ ଗତେ ଐଶାନ୍ୟେ
ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମକର ରାଶି ର ଘାତବାର
ମୃତେ ଦ୍ଵିପାଦଦୋଷ ରାତ୍ରି ଘ ୧୧/୦୧ ଗତେ ଏକପାଦ ପୁଷ୍କର ଦୋଷ
✧═════•❁❀❁•═══
କାଳବେଳା -ଦିବା ଘ୦୧/୧୪ ଗତେ ଘ୦୨/୪୫ ମଧ୍ୟେ
ବାରବେଳା – ଦିବା ଘ୦୭/୦୮ ଗତେ ଘ୦୮/୪୦ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୪୨ ଗତେ ଘ୧୦/୨୪ ମଧ୍ୟେ ଓ ଘ୧୨/୪୮ ଗତେ ଘ୦୧/୧୩ ମଧ୍ୟେ ଓ ଘ୦୩/୧୩ ଗତେ ଘ୦୪/୫୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ତାଳ ଭକ୍ଷଣ ନିଷେଧ

ଆଜିର ରାଶିଫଳ
✧═════•❁❀❁•═════
ମେଷ
ଆଜି ଯାତ୍ରା, ବ୍ୟବସାୟ, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ଦିଗରେ ସହାୟକ ହେବ। ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ବୀକାର କରିହେବନି। ସଭାସମିତି ଓ ନୂତନ କାର୍ଯ୍ୟାରମ୍ଭ ସକାଶେ ଦିନଟି ପ୍ରଶସ୍ତ। କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡିପାରେ।

✧═════•❁❀❁•═════
ବୃଷ
ଆଜି କୌଣସି କର୍ମାରମ୍ଭ ପାଇଁ ମନ୍ଦ ନ ହେଲେ ମଧ୍ୟ ଝିନଝଟ୍‌ ଜନିତ ବ୍ୟସ୍ତତାରୁ ମୁକ୍ତି ମିଳିବ ନାହିଁ। ଏପରି କି ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ, ନତୁବା ଆକସ୍ମିକ ଭାବରେ କଳହ ଲାଗିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।
✧═════•❁❀❁•═════

ମିଥୁନ
ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି ଅବଶ୍ୟ ପାଇବେ। ମୃଗଶିରା ନକ୍ଷତ୍ର ସନ୍ତାନ ହେତୁକ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। କୌଣସି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ।

✧═════•❁❀❁•═════
କର୍କଟ
ଆଜି ବିଳମ୍ବିତ ସମୟରେ ସମସ୍ତ କାର୍ଯ୍ୟ ସାଧିତ ହେବ। ସମସ୍ୟା ରହିଥିଲେ ମଧ୍ୟ ଆବଶ୍ୟକୀୟ ସୁଯୋଗ ମିଳିବ। ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବ୍ୟବସାୟ କିମ୍ବା ପରିବହନରେ ଲାଭ ହେବା ବଦଳରେ କ୍ଷତିରେ ହିଁ ପଡିପାରନ୍ତି।
✧═════•❁❀❁•═════
ସିଂହ

ଆଜି ପ୍ରତ୍ୟେକ ପରିସ୍ଥିତିକୁ ଲାଘବ କରିବା ଦିଗରେ ଆପଣଙ୍କ ନରମ କଥା ଓ କିଛିଟା ଅର୍ଥବ୍ୟୟ ସାହାଯ୍ୟ କରିବ। ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା, କଳା, ସାହିତ୍ୟ ଓ ସଭା ସମିତିରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ।
✧═════•❁❀❁•═════
କନ୍ୟା

ଆଜି ଉପୁଜିଥିବା ପ୍ରତିବନ୍ଧକ କୁ ବନ୍ଧୁଙ୍କ ମାଧ୍ୟମରେ ମେଣ୍ଟାଇବେ।କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି। ପୁରାତନ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ମନ ଭଲ ରହି ନ ପାରେ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ।

✧═════•❁❀❁•═════
ତୁଳା
ଆପଣସାମାଜିକ ପ୍ରତିଷ୍ଠା ସହ ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ । ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ଚେଷ୍ଟା କରି ସଫଳ ହେବେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ। ଆଗଭଳି ପ୍ରିୟ ବନ୍ଧୁଟିର ମନୋଭାବ ନ ଥିବା ତାହାଙ୍କର କାର୍ଯ୍ୟଶୈଳୀରୁ ଅନୁଭବ କରିପାରନ୍ତି।

✧═════•❁❀❁•═════
ବିଛା

ଅଧିକାଂଶ କ୍ଷେତ୍ରରେ ବିଚାର ବିଗିଡିଯାଉଥିବାରୁ କ୍ଷୋଭ ପ୍ରକାଶ କରିପାରନ୍ତି। ଆର୍ଥିକ ଦିଗକୁ ପରିପୁଷ୍ଟ କରିବେ ଗତକାଲି ଠାରୁ ଯେଉଁ ବିଷୟ ସକାଶେ ଚିନ୍ତିତ ରହିଛନ୍ତି ସେଥିରେ କିଛି ଅସୁବିଧା ହେବନି। ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ।

✧═════•❁❀❁•═════
ଧନୁ

ଆଜି ଦିନଟି ଆପଣଙ୍କ ପାଇଁ କ୍ଷତିକାରକ ହେବନାହିଁ। କିନ୍ତୁ କାଳକ୍ଷେପଣ ନୀତି ସଙ୍ଗକୁ ଆଳସ୍ୟ ଓ ଅବହେଳାଜନିତ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

✧═════•❁❀❁•═════
ମକର

ମାନସିକ ଅସ୍ଥିରତା ସଙ୍ଗକୁ କଡ଼ା ମିଜାଜର କଥା ପରିସ୍ଥିତିକୁ ସଙ୍ଗିନ କରିଦେଇପାରେ। ଆଜି ଆପଣ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ କାମଗୁଡିକ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ। ନିକଟ ଅତୀତର ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ। କଥା ଦେଇଥିବା ବନ୍ଧୁ ଠିକ୍‌ ସମୟରେ ଫେରିପାରିବେ ନାହିଁ।

✧═════•❁❀❁•═════
କୁମ୍ଭ

ସମ୍ପର୍କୀୟଙ୍କ ସହ ବିବାଦ ଘନେଇପାରେ। କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମ କରିବେ ସତ କିନ୍ତୁ ପ୍ରତିବଦଳରେ ଓଲଟା ଫଳ ପାଇବେ। ଫେରନ୍ତା ବାଟରେ ହଠାତ୍‌ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।

✧═════•❁❀❁•═════
ମୀନ
ବନ୍ଧୁମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇ କାମ ହାସଲ କରିବେ । ପରିବାର ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟାକୁ ସାମ୍‌ନା କରି ନ ପାରି ବିବ୍ରତ ବୋଧ କରି ପାରନ୍ତି। ପଡୋଶୀ ଏବଂ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking