ଭୁବନେଶ୍ୱର: ବଳଙ୍ଗା ପୀଡିତାଙ୍କୁ ଏୟାରଲିଫ୍ଟ କରାଗଲା । ଉନ୍ନତମାନର ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଉଛି । ଭୁବନେଶ୍ୱର ବିମାନ ବନ୍ଦର ଯାଏଁ ଗ୍ରାନ କରିଡର ବ୍ୟବସ୍ଥା କରାଯାଇଛି । ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ପୀଡିତାଙ୍କୁ ଭୁବନେଶ୍ୱର ବିମାନ ବନ୍ଦରକୁ ନିଆଯାଇଛି । ବିମାନ ବନ୍ଦରରେ ପହଞ୍ଚି ଦିଲ୍ଲୀ ଏମ୍ସ ଯିବେ ପୀଡିତା । ଦିଲ୍ଲୀ ଏମ୍ସରେ ପୀଡିତାଙ୍କର ଅଧିକ ଚିକିତ୍ସା ହେବ । ପୀଡିତାଙ୍କ ପରିବାରକୁ ମଧ୍ୟ ସ୍ୱତନ୍ତ୍ର ପୋଲିସ ଭ୍ୟାନ ରେ ଅଣାଯାଇଚି । ସେ ମଧ୍ୟ ଦିଲ୍ଲୀ ଯିବେ । ଏମ୍ସରେ ଚିକିତ୍ସିତ ହେଉଥିବା ବଳଙ୍ଗା ନାବାଳିକାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ୪୮ ଘଣ୍ଟା ପୀଡ଼ିତାଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ୧୪ ଜଣିଆ ଟିମ୍ ପୀଡ଼ିତାଙ୍କ ଚିକିତ୍ସା କରୁଥିଲେ । ବଳଙ୍ଗା ପୀଡ଼ିତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେବା ଘଟଣାରେ ଆରମ୍ଭ ହୋଇଛି ତଦନ୍ତ। ଷଡଯନ୍ତ୍ର ଦିଗକୁ ତଦନ୍ତରେ ପ୍ରାଥମିକତା ଦିଆଯାଇଛି ।










