24.4 C
Bhubaneswar
Tuesday, April 7, 2026
Homeଦେଶ ବିଦେଶମୁମ୍ବାଇରେ ବାୟୁପ୍ରଦୂଷଣ : ଲାଗିଲା ଗ୍ରାପ -୪

ମୁମ୍ବାଇରେ ବାୟୁପ୍ରଦୂଷଣ : ଲାଗିଲା ଗ୍ରାପ -୪

ନୂଆଦିଲ୍ଲୀ : ମୁମ୍ବାଇରେ ଗତକିଛି ଦିନ ବାୟୁର ମାନ ହ୍ରାସ ପାଇଛି ।  ବାୟୁ ପ୍ରଦୂଷଣ ପାଇଁ ସହରବାସୀ ଅଡୁଆରେ ପଡିଛନ୍ତି ।  ଏହାକୁ ଦୃଷ୍ଟିରେ ରଖି  ବିଏମସି ପକ୍ଷରୁ ଆଜି ଗ୍ରାପ -୪  କଟକଣା ଲାଗୁ କରାଯାଇଛି ।  ଯେଉଁଠାରେ ଏକ୍ୟୁଆଇ  ୨୦୦ ଟପିଛି ସେଠାରେ   ନିର୍ମାଣ କାଯ୍ୟ ସ୍ଥଗିତ   ରହିବ । ବିଏମ୍‌ସି ପକ୍ଷରୁ ଜାରି ଏକ ବିବୃତି ଅନୁଯାୟୀ ୮୭୭ଟି ନିର୍ମାଣ ପ୍ରକଳ୍ପର ଅନୁଧ୍ୟାନ କରାଯାଇଥିଲା। ସେଥିରୁ ପ୍ରାୟ ୨୮୬ଟି ସ୍ଥାନରେ କାମ ବନ୍ଦ ନୋଟିସ ବର୍ତ୍ତମାନ ସୁଦ୍ଧା ଦିଆଯାଇଛି। ଏହି ପ୍ରକ୍ରିୟା ନିରବଚ୍ଛିନ୍ନ ଭାବେ ଜାରି ରହିବ ବୋଲି କୁହାଯାଇଛି। ମୁମ୍ବାଇବାସୀ ସହରର ବାୟୁ ମାନ ସଂପର୍କରେ ‘ମୁମ୍ବାଇ ଏୟାର ଆପ୍‌’ରେ ଅଭିଯୋଗ ପଞ୍ଜୀକରଣ କରିପାରିବେ। ବର୍ତ୍ତମାନ ସୁଦ୍ଧା ଏହି ଆପ୍‌ରେ ୪୨୨ଟି ଅଭିଯୋଗ ଗ୍ରହଣ କରାଯାଇଛି। ସେଥିରୁ ୩୫୦ଟି ମାମଲାର ସମାଧାନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking