ନୂଆଦିଲ୍ଲୀ: ମୁମ୍ବାଇରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ ଯାତ୍ରୀ ହନ୍ତସନ୍ତ । ବିମାନଟି ରନୱେରେ ଅଧିକ ସମୟ ଠିଆ ହୋଇଥିବାରୁ ଯାତ୍ରୀମାନେ ଅଖିଆ ଅପିଆ ପଡିରହିଥିଲେ । ଯାତ୍ରୀଙ୍କ ସମସ୍ୟା ବଢିଚାଲିଥିଲେ ମଧ୍ୟ କେହି କିଛି ଶୁଣିନଥିଲେ । ଯାତ୍ରୀଙ୍କ ଅବସ୍ଥା ବେହାଲ ହୋଇପଡିଥିଲା । ସୂଚନା ମୁତାବକ, ଏୟାର ଇଣ୍ଡିଆ ବିମାନ ଏଆଇ ୨୯୯୪ ମୁମ୍ବାଇର ଟର୍ମିନାଲ ୨ରୁ ସକାଳ ୧୦.୨୫ ଉଡାଣ ଭରିବାର ଥିଲା । ଏଥିପାଇଁ ଯାତ୍ରୀମାନେ ବିମାନରେ ମଧ୍ୟ ଏଣ୍ଟ୍ରି କରିନେଇଥିଲେ । ହେଲେ ଯାତ୍ରୀ ବିମାନରୁ ବସିବା ପରେ ରନୱେରେ ବିମାନଟି ଉଡାଣ ଭରିବା ପରିବର୍ତ୍ତେ ସେଠାରେ ସେମିତି ଅଟକି ରହିଥିଲା । ଯାତ୍ରୀମାନେ କିଛି ସମୟରେ ବିମାନ ଉଡାଣ ଭରିବ ବୋଲି ଭାବି ଚୁପଚାପ ବସି ରହିଥିଲେ । ହେଲେ ବିମାନଟି ଉଡାଣ ଭରିନଥିଲା । ସକାଳ ୧୦.୨୫ ବିମାନ ଉଡାଣ ଭରିବା ସମୟ ରହିଥିବାରୁ ଯାତ୍ରୀମାନେ ସକାଳୁ ବାହାରି ଆସିଥିଲେ । ଅଖିଆ ଅପିଆ ଯାତ୍ରୀମାନେ ବିମାନରେ ବସିଥିଲେ କିନ୍ତୁ ସେମାନଙ୍କ କଥା କେହି ଶୁଣିନଥିଲେ । କାହିଁକି ବିମାନ ଉଡାଣରେ ବିମାଣ ହେଉଛି, ତାହା ମଧ୍ୟ କେହି ଜଣାଇଥିଲେ । ବିମାନ ସଦସ୍ୟ ମଧ୍ୟ କିଛି କହିନଥିଲେ ।