ଭୁବନେଶ୍ୱର: ଶୃଙ୍ଖଳିତ ରଥଯାତ୍ରା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗୁରୁତ୍ୱାରୋପ । ଅଘଟଣ ଶୂନ୍ୟ ରଥଯାତ୍ରା ପ୍ରାଥମିକତା ହେବ କହିଲେ ମୁଖ୍ୟମନ୍ତ୍ରୀ । ସମ୍ଭାବ୍ୟ ଦଳାଚକଟା ସ୍ଥାନରେ ତୀକ୍ଷ୍ମ ନଜର ରଖାଯାଇଛି । ଡ୍ରୋନ ଓ ଏଆଇ କ୍ୟାମେରା ବ୍ୟବସ୍ଥା କରାଯାଇଛି । ଏନଏସଜି ଓ ସ୍ନାଇପର ଟିମ ମୁତୟନ ହେବେ । ଯେକୌଣସି ଆତଙ୍କୀ କାର୍ଯ୍ୟର ପ୍ରତିହତ ପାଇଁ ପ୍ରସ୍ତୁତ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।










