34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶତ୍ରିପୁରାରେ ଛାତ୍ରଙ୍କ ମଧ୍ୟରେ ବଢ଼ୁଛି ଏଡ୍‌ସ ମାମଲା; ୮୨୮ପଜିଟିଭ୍ ଚିହ୍ନଟ, ୪୭ ମୃତ

ତ୍ରିପୁରାରେ ଛାତ୍ରଙ୍କ ମଧ୍ୟରେ ବଢ଼ୁଛି ଏଡ୍‌ସ ମାମଲା; ୮୨୮ପଜିଟିଭ୍ ଚିହ୍ନଟ, ୪୭ ମୃତ

ଅଗରତାଲା: ତ୍ରିପୁରାରେ ଛାତ୍ରମାନଙ୍କ ମଧ୍ୟରେ ଏଡ୍‌ସ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଗତ କିଛି ବର୍ଷ ମଧ୍ୟରେ ୮୨୮ଜଣ ଛାତ୍ର ଏଚ୍‌ଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୭ଜଣଙ୍କ ମୃତ୍ୟୁ ଘଟିଛି । ତେବେ ମାତ୍ର ୩୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ରାଜ୍ୟରେ ଏଭଳି ଭାବେ ଏଡ୍‌ସ ରୋଗୀ ବୃଦ୍ଧି ମାମଲା ଚିନ୍ତାର ବିଷୟ ପାଲଟିଛି । ରାଜ୍ୟର ଏଡ୍‌ସ ନିୟନ୍ତ୍ରଣ ସୋସାଇଟି ରିପୋର୍ଟ ଅନୁଯାୟୀ,ତ୍ରିପୁରାରେ ୮୨୮ ଛାତ୍ର ଏଚ୍‌ଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୭ଜଣଙ୍କ ମୃତ୍ୟୁ ଘଟିଛି । ଏହି ତାଲିକା ଏପ୍ରିଲ ୨୦୦୭ରୁ ମେ’ ୨୦୨୪ ପର୍ଯ୍ୟନ୍ତର ରହିଛି । ଗତ କିଛି ବର୍ଷ ଧରି ଆକ୍ରାନ୍ତଙ୍କ ମାଗଣା ଚିକିତ୍ସା କରାଯାଉଥିଲେ ହେଁ କିଛି ଜୀବନ ହରାଇଛନ୍ତି । ତେବେ ରାଜ୍ୟର ୨୨୦ ସ୍କୁଲ, ୨୪ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଏହି ଛାତ୍ରମାନେ ଅଧ୍ୟୟନ କରୁଥିବା ଜଣାପଡ଼ିଛି । ତେବେ ନିଶା ସେବନ ଲାଗି ସେମାନେ ଏଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଛନ୍ତି । କାରଣ ସେମାନେ ଇଞ୍ଜେକ୍ସନ ଜରିଆରେ ଡ୍ରଗ୍ସ ନେଉଥିଲେ, ଯାହାଦ୍ୱାରା ଏଡ୍‌ସ ବ୍ୟାପିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking