32.1 C
Bhubaneswar
Tuesday, March 31, 2026
Homeଓଡିଶାଏଆଇ ଲିଭାଇବ ଜଙ୍ଗଲ ନିଆଁ: ମନ୍ତ୍ରୀ

ଏଆଇ ଲିଭାଇବ ଜଙ୍ଗଲ ନିଆଁ: ମନ୍ତ୍ରୀ

ଭୁବନେଶ୍ୱର: ଏଆଇ ଲିଭାଇବ ଜଙ୍ଗଲ ନିଆଁ । ଜଙ୍ଗଲ ନିଆଁ ଲିଭାଇବା ପାଇଁ ଏଆଇ ଟେକନୋଲୋଜର ବ୍ୟବହାର କରୁଛନ୍ତି ସରକାର । ରାଜ୍ୟର ସଂବେଦନଶୀଳ ଜଙ୍ଗଲ ଅଞ୍ଚଳଗୁଡିକରେ ନିଆଁର ପୂର୍ବାନୁମାନ, ନିରୀକ୍ଷଣ ଓ ପ୍ରତିରୋଧ ପାଇଁ ସରକାର କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ପ୍ରଯୁକ୍ତିବିଦ୍ୟା ଆପଣାଇଛନ୍ତି ସରକାର । AI ଆଧାରିତ ସଫ୍ଟୱେର୍ Bi-Spectral 360° PTZ କ୍ୟାମେରା, Al-Based Data Processing and Analysis Unit, ମେସ ନେଟୱାର୍କ (Mesh Network), Al-ଆଧାରିତ ବିଶ୍ଳେଷଣ ୟୁନିଟ୍ ଓ ମଲ୍ଟି-ଲେଭେଲ ଆଲର୍ଟ ବ୍ୟବସ୍ଥା ମାଧ୍ୟମରେ SMS,WhatsApp, ଇମେଲ୍ ଏବଂ Dashboard ମାଧ୍ୟମରେ ସଂପୃକ୍ତ କ୍ଷେତ୍ର ଅଧିକାରୀମାନଙ୍କୁ ସତର୍କ କରାଯାଉଛି ।

ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଉତ୍ତର ଓ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡ, ବରଗଡ ଜିଲ୍ଲାର ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ, ଅନୁଗୁଳ ଜିଲ୍ଲାର ଅନୁଗୁଳ ବନଖଣ୍ଡ, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଓ ବଣାଇ ବନଖଣ୍ଡରେ ଏହି AI ଆଧାରିତ ଅତ୍ୟାଧୁନିକ ମନିଟରିଂ ବ୍ୟବସ୍ଥା କରାଯାଇଛି । ଏହି ପ୍ରଯୁକ୍ତିର ରୂପାୟନ ପାଇଁ ମୋଟ୍ ୧୦.୭୫୯୮ କୋଟି ଟଙ୍କା ଅର୍ଥ ଖର୍ଚ୍ଚ ହୋଇଛି । ଏହା ସହ ତଥ୍ୟ କହୁଛି ୨୦୨୫ରେ ୪ ହଜାର ୬୭ ଏବଂ ୨୦୨୫ରେ ୪ ହଜାର ୬୦୯ହେକ୍ଟର ଜଙ୍ଗଲ ପ୍ରଭାବିତ ହୋଇଛି । ଏନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking