17.1 C
Bhubaneswar
Thursday, December 18, 2025
Homeଓଡିଶାରାଜ୍ୟରେ ଖରିଫ ଫସଲ ପାଇଁ ସାର ଯୋଗାଣ ସ୍ଥିତିର ସମୀକ୍ଷା କଲେ କୃଷି ସଚିବ ଡ଼...

ରାଜ୍ୟରେ ଖରିଫ ଫସଲ ପାଇଁ ସାର ଯୋଗାଣ ସ୍ଥିତିର ସମୀକ୍ଷା କଲେ କୃଷି ସଚିବ ଡ଼ ଅରବିନ୍ଦ ପାଢୀ

– ପର୍ଯ୍ୟାପ୍ତ ପରିମାଣର ସାର ଆଗୁଆ ମହଜୁଦ ରଖିବାକୁ ସମସ୍ତ ସାର କମ୍ପାନୀଙ୍କୁ ନିର୍ଦ୍ଦେଶ
– ନକଲି ସାରର ବିକ୍ରୟ/ କଳାବଜାରୀ ରୋକିବା ପାଇଁ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡର ଚଢାଉ ଜାରି
ଭୁବନେଶ୍ଵର:  ଖରିଫ ଋତୁ ଆରମ୍ଭ ହୋଇସାରିଛି l ଏହି କ୍ରମରେ ରାଜ୍ୟରେ ପ୍ରାୟ ୫୮.୫୦ ଲକ୍ଷ ହେକ୍ଟର ଜମିରେ ଖରିଫ ଫସଲ ଯୋଜନା ରହିଛି l କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟରେ ଖରିଫ ଫସଲ ପାଇଁ ସାର ଯୋଗାଣ ସ୍ଥିତିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l କୃଷି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ସମବାୟ ବିଭାଗ, ମାର୍କଫେଡ଼, ଓଡ଼ିଶା କୃଷି ଶିଳ୍ପ ନିଗମ ଲିମିଟେଡ଼ ଇତ୍ୟାଦି ସଂସ୍ଥା ତଥା ଇଫ୍ କୋ ଭଳି ପ୍ରମୁଖ ସାର ଉତ୍ପାଦନକାରୀ ସଂସ୍ଥା ଇତ୍ୟାଦିରୁ ବହୁ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ l

ପୂର୍ବ ବର୍ଷର ରେକର୍ଡ ପରିମାଣକୁ ଅନୁଧ୍ୟାନ କରି ସେହି ଅନୁସାରେ ଆଗୁଆ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ରଖିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡ଼ ପାଢ଼ୀ l ଖରିଫ ଋତୁ ପାଇଁ ପ୍ରାୟତଃ ଅଗଷ୍ଟରୁ ସେପ୍ଟେମ୍ବର ମାସ ମଧ୍ୟଭାଗ ପର୍ଯନ୍ତ ସାରର ସର୍ବାଧିକ ଚାହିଦା ରହିଥାଏ l ଏହି ଚାହିଦାକୁ ମେଣ୍ଟାଇବା ପାଇଁ ଖରିଫ ଋତୁ ଆରମ୍ଭରେ ସରକାର ମାର୍କଫେଡ଼, ପାକ୍ସ, ଲ୍ୟାମ୍ପସ ତଥା ଖୁଚୁରା ଡିଲରମାନଙ୍କ ପାଖରେ ବିଭିନ୍ନ ସାର ଯଥା ୟୁରିଆ, ଡିଏପି, ଏମଓପି, ଏନପିକେଏସ୍ , ଏସଏସପି ଆଦି ଉପଲବ୍ଧ କରାଇବା ପାଇଁ ବିଭାଗ ତରଫରୁ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଇଛି l

ସେହିଭଳି ନାନୋ ସାର ଭଳି ଅନ୍ୟାନ୍ୟ ଇନପୁଟର ଟ୍ୟାଗିଂ ନ କରିବାକୁ ସାର ଉତ୍ପାଦନକାରୀଙ୍କୁ ସରକାରଙ୍କ ତରଫରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ଯେପରି ଚାଷୀମାନେ କୌଣସି ବାଧ୍ୟବାଧକତା ବିନା ସ୍ଵାଧୀନ ଭାବେ ଆବଶ୍ୟକୀୟ ସାର କ୍ରୟ କରିପାରିବେ l ନକଲି ସାରର ବିକ୍ରୟ/ କଳାବଜାରୀ/ ଗଚ୍ଛିତ ରଖିବା ଆଦି ବେଆଇନ୍ କାର୍ଯ୍ୟକୁ ରୋକିବା ପାଇଁ ସାର ଯୋଗାଣ କାରୀ ସଂସ୍ଥା ଓ ସାର ବିକ୍ରେତା ମାନଙ୍କୁ କୃଷି ସଚିବ ଡ଼ ପାଢ଼ୀ ତାଗିଦ କରିଛନ୍ତି l ସୂଚନାଯୋଗ୍ୟ ଯେ, କଳାବଜାରୀ ଆଦିକୁ ରୋକିବା ପାଇଁ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଦ୍ଵାରା ଚଢାଉ ଜାରି ରହିଛି l ନିୟମିତ ଭାବରେ ସାର ଖୁଚୁରା ବିକ୍ରେତା ଏବଂ ପାଇକାରୀ ବିକ୍ରେତା ପଏଣ୍ଟଗୁଡ଼ିକର ଅଚାନକ ଯାଞ୍ଚ ଏବଂ ଚାଷୀଙ୍କ ସ୍ଵାର୍ଥ ରକ୍ଷା ପାଇଁ ଯେକୌଣସି ପ୍ରକାରର ବେଆଇନ କାର୍ଯ୍ୟକଳାପ ଯାଞ୍ଚ କରି ରାଜ୍ୟ ସାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି l ସାରା ଓଡ଼ିଶାରେ ସମୟାନୁସାରେ ସାରର ଯୋଗାଣ ସୁନିଶ୍ଚିତ କରିବା ପାଇଁ ନୂତନ ରେକ୍ ପଏଣ୍ଟ ସ୍ଥାପନ ପାଇଁ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking