16.1 C
Bhubaneswar
Tuesday, December 9, 2025
Homeଓଡିଶାଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ଲିମିଟେଡ୍ ଏବଂ ୱାପକୋସ୍ ଲିମିଟେଡ୍ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ 

ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ଲିମିଟେଡ୍ ଏବଂ ୱାପକୋସ୍ ଲିମିଟେଡ୍ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ 

ଭୁବନେଶ୍ୱର: ଭବିଷ୍ୟତର ଶକ୍ତି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ପାଇଁ ଭାରତର ପ୍ରତିବଦ୍ଧତା ସ୍ୱରୂପ, ଭାରତ ସରକାର ୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତି ଉତ୍ସରୁ ୫୦୦ ଗିଗାୱାଟ କ୍ଷମତା ହାସଲ କରିବାର ଲକ୍ଷ୍ୟ ରଖିଛନ୍ତି । ଏହି ପରିପ୍ରେକ୍ଷିରେ ଆଜି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବଙ୍କ ଉପସ୍ଥିତିରେ ମୁଖୀଗୁଡ଼ାରେ ୬୦୦ ମେଗାୱାଟ କ୍ଷମତା ବିଶିଷ୍ଟ ଅପର ଇନ୍ଦ୍ରାବତୀ ପମ୍ପଡ଼ ଷ୍ଟୋରେଜ୍ ପ୍ରକଳ୍ପ ପରିଚାଳନା ପରାମର୍ଶ ସେବା ପାଇଁ ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ଲିମିଟେଡ୍ ଏବଂ ୱାପକୋସ୍ (WAPCOS) ଲିମିଟେଡ୍ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଅପର ଇନ୍ଦ୍ରାବତୀ ପମ୍ପଡ଼ ଷ୍ଟୋରେଜ୍ ପ୍ରକଳ୍ପର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ୱାପକୋସ୍ ଦ୍ଵାରା ପ୍ରସ୍ତୁତ କରାଯାଇଛି । ଏହା ଏକ ବିଶାଳ ଶକ୍ତି ସଂରକ୍ଷଣ ପ୍ରଣାଳୀ ଯାହା ଗ୍ରୀଡରେ ଉପଲବ୍ଧ ତଳ ଜଳଭଣ୍ଡାରରୁ ଉପର ଜଳଭଣ୍ଡାରକୁ ପାଣି ପମ୍ପ ସାହାଯ୍ୟରେ ଉଠାଯାଏ ଏବଂ ସର୍ବାଧିକ ବିଦ୍ୟୁତ୍ ଚାହିଦା ସମୟରେ ବିଦ୍ୟୁତ ଉତ୍ପାଦନ ପାଇଁ ସେହି ପାଣିକୁ ତଳକୁ ଛଡ଼ାଯାଏ । ଓଏଚପିସି ଏହାର ୬୦୦ ମେଗାୱାଟ ପାରମ୍ପରିକ ଜଳ ବିଦ୍ୟୁତ୍ ଗୃହ ସହିତ ବିଦ୍ୟମାନ ଅପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ନିକଟରେ ଏକ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ନିର୍ମାଣ କରୁଛି । ଏହି ସହଭାଗିତା ଦକ୍ଷତା ବୃଦ୍ଧି କରିବା ସହିତ ଓଡ଼ିଶାର ଶକ୍ତି କ୍ଷେତ୍ରକୁ ଆଗକୁ ବଢାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂହ ଦେଓ କହିଛନ୍ତି। ଏହି ଚୁକ୍ତି ସ୍ୱାକ୍ଷରିତବେଳେ ଜଳସମ୍ପଦ ବିଭାଗ, ଶକ୍ତି ବିଭାଗ, ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ଲିମିଟେଡ଼ର ନିର୍ଦ୍ଦେଶକ, ୱାପକୋସ୍ ର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking