30.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶଅଘୋରୀ ବାବାଙ୍କ ଭବିଷ୍ୟବାଣୀ; ପୃଥିବୀରେ ଘଟିବ ବଡ ପରିବର୍ତ୍ତନ

ଅଘୋରୀ ବାବାଙ୍କ ଭବିଷ୍ୟବାଣୀ; ପୃଥିବୀରେ ଘଟିବ ବଡ ପରିବର୍ତ୍ତନ

ପ୍ରୟାଗରାଜ: ଅଘୋରୀ ବାବାଙ୍କ ଭବିଷ୍ୟବାଣୀ । ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ପ୍ରୟାଗରାଜ ମହାକୁମ୍ଭ ମେଳାରେ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଅଘୋରୀ ବାବାଙ୍କ ଭବିଷ୍ୟବାଣୀ ଶୁଣି ଭୟଭୀତ ହୋଇଯାଇଛନ୍ତି ଲୋକେ । ୯୫ ବର୍ଷୀୟ ଅଘୋରୀ ବାବା କାଳପୁରୁଷଙ୍କ ଭବିଷ୍ୟବାଣୀକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି । ମହାକୁମ୍ଭରେ ଦେଖିବାକୁ ମିଳିଛନ୍ତି ୯୫ ବର୍ଷୀୟ ଅଘୋରୀ ବାବା । ଯାହାଙ୍କ ନାମ କାଳପୁରୁଷ । ତାଙ୍କର ମୁଖମଣ୍ଡଳର ରୂପରେଖ ଦେଖି ମହାକୁମ୍ଭରେ ସମସ୍ତ ଭୟଭୀତ ଓ ଥରହର ହେଉଛନ୍ତି । ଭବିଷ୍ୟତରେ ପୃଥିବୀରେ ହେବାକୁ ଥିବା ବଡ଼ ପରିବର୍ତ୍ତନ ବିଷୟରେ ସଙ୍କେତ ଦେଇ ବାବା କାଳପୁରୁଷ କହିଛନ୍ତି, “ଚିତା ଜଲ ଯାଏଗି,ହୱା କାଳୀ ହୋ ଯାଏଗି, ନଦୀ କୋ ବହ ସବ ୟାଦ ହୈ,ଜୋ ଆଦମୀ ଭୁଲ ଗୟା ହୈ, ଯବ ଗଙ୍ଗା ରୋଏଗି ତୋ ଉସକେ ଆସୁଁ ମୈଦନୋ ପର ଗିରେଙ୍ଗେ । ୟହ ଶୁରୁ ହୋ ଗୟା ହୈ” ଅର୍ଥାତ୍ ଚିତା ଜଳିବ, ପବନ କଳା ହୋଇଯିବ । ମଣିଷ ଭୁଲି ଯାଇଛି, ହେଲେ ନଦୀ ସେସବୁ ମନେ ରଖିଛି ।

ଗଙ୍ଗା କାନ୍ଦିଲେ ସେ ଲୁହରେ ଚାରିଆଡେ ଭର୍ତ୍ତି ହୋଇଯିବ । ଆଉ ଏସବୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବାବା କାଳପୁରୁଷ କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ,ପୃଥିବୀ ନିଜ ଗତି ବଦଳାଇଲାଣି । ଆଗାମୀ ଦିନରେ ସଙ୍ଗମ ସ୍ଥଳ ବଦଳି ଯିବ । ସମୟ ସହିତ ସଙ୍ଗମକୁ ନୂଆ ସ୍ଥାନ ମିଳିବ । ଭବିଷ୍ୟତ ପିଢି ନୂଆ ସ୍ଥାନରେ କୁମ୍ଭର ଆୟୋଜନ କରିବେ । ମହାକୁମ୍ଭ ମେଳାରେ ବାବା କାଳପୁରୁଷ ଲୋକଙ୍କ ମନକୁ ମୋହିତ କରିଦେଉଛନ୍ତି । ସେ ମୁଖରେ ଲାଲ ରଙ୍ଗ, ଦେହରେ ଭସ୍ମ ଏବଂ ହାତରେ ମାନବ ଖପୁରୀ ଧରିଛନ୍ତି । ଖପୁରୀରେ ପାଣି ପିଉଛନ୍ତି । ସେ ହିମାଳୟ ଶିଖରରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଧ୍ୟାନ କରିଥିଲେ ସେଥିପାଇଁ ତାଙ୍କ ସ୍ୱର ବଦଳି ଯାଇଛି । ଅତି ମଧୁର, ଉଚ୍ଚ ସ୍ୱରରେ ସେ ଶ୍ରଦ୍ଧାଳୁଙ୍କୁ ମୋହିତ କରିଦେଉଛନ୍ତି । ବାବା କାଳପୁରୁଷ ୭ଟି ମହାକୁମ୍ଭରେ ସାମିଲ ହେଲେଣି । କିନ୍ତୁ ସେ ପ୍ରତି ଥର ଏହି ଅଞ୍ଚଳରେ ବୁଲିବାକୁ ଆସନ୍ତି । ମାତ୍ର ଚଳିତ ଥର କିଛି ଭିନ୍ନ ସଙ୍କେତ ଅନୁଭବ କରୁଥିବା କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking