25.1 C
Bhubaneswar
Thursday, February 12, 2026
Homeଅପରାଧହତ୍ୟା ପରେ ହାତ ଗୋଡ଼ ବାନ୍ଧି ଡ୍ୟାମକୁ ଫିଙ୍ଗିଦେଲେ

ହତ୍ୟା ପରେ ହାତ ଗୋଡ଼ ବାନ୍ଧି ଡ୍ୟାମକୁ ଫିଙ୍ଗିଦେଲେ

ଗଜପତି: ଡ୍ୟାମରୁ ମିଳିଲା ଯୁବକଙ୍କ ମୃତଦେହ। ହାତ ଗୋଡ଼ ବନ୍ଧା ହୋଇଛି ଏବଂ ପଥର ଝୁଲୁଛି। ଆଉ ପାଣି ଭିତରେ ପଡିଛି ଯୁବକଙ୍କ ଶବ। ପ୍ରଥମେ ଯୁବକଙ୍କୁ ହତ୍ୟା କରିବା ପରେ ପଥରରେ ହାତ ଗୋଡ଼ ବାନ୍ଧି ଡ୍ୟାମ ଭିତରକୁ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି। ଗଜପତି ଜିଲ୍ଲା ରାମଗିରି ନିକଟ ନୂଆସାହି ଡ୍ୟାମରୁ ମିଳିଲା ହାତଗୋଡ଼ ବନ୍ଧା ମୃତଦେହ। ସେହି ଅଞ୍ଚଳର ଯୁବକ ଗତ ୨୨ ତାରିଖରୁ ନିଖୋଜ ଥିଲେ। ପରିବାର ଲୋକ ଅନେକ ଖୋଜାଖୋଜି କରିବା ସତ୍ତ୍ୱେ ମଧ୍ୟ ଯୁବକଙ୍କୁ ପାଇନଥିଲେ। ହେଲେ ଆଜି ଡ୍ୟାମରୁ ଯୁବକଙ୍କ ହାତ ଗୋଡ଼ ବନ୍ଧା ମୃତଦେହ ଠାବ ହୋଇଛି। ମୁଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି। ହତ୍ୟା ପରେ ପଥର ବାନ୍ଧି ଡ୍ୟାମକୁ ଫିଙ୍ଗାଯାଇଛି କହିଲେ ଏସଡିପିଓ। ତେବେ ହତ୍ୟାକାଣ୍ଡ କାହିଁକି ହେଲା ତାହା ଏବେସୁଦ୍ଧା ଜଣା ପଡିନଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking