30.1 C
Bhubaneswar
Saturday, September 21, 2024
Homeଅପରାଧ୮ ବର୍ଷର ଝିଅକୁ ଗଣଦୁଷ୍କର୍ମ ପରେ ହତ୍ୟା କରି କେନାଲକୁ ଫିଙ୍ଗି ଦେଲେ ଦୁର୍ବୃତ୍ତ

୮ ବର୍ଷର ଝିଅକୁ ଗଣଦୁଷ୍କର୍ମ ପରେ ହତ୍ୟା କରି କେନାଲକୁ ଫିଙ୍ଗି ଦେଲେ ଦୁର୍ବୃତ୍ତ

ହାଇଦ୍ରାବଦ: ତୃତୀୟ ଶ୍ରେଣୀର ଝିଅକୁ ବିଭତ୍ସ ହତ୍ୟା । ଗଣଦୁଷ୍କର୍ମ ପରେ ହତ୍ୟା କରି କେନାଲକୁ ଫିଙ୍ଗି ଦେଲେ ଦୁର୍ବୃତ୍ତ । ଏପରି ଜଘନ୍ୟ କାଣ୍ଡ ଆଉ କେହି ନୁହେଁ, ସେହି ସ୍କୁଲରେ ପଢୁଥିବା ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ର ଘଟାଇଛନ୍ତି । ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶର ଜଣେ ତୃତୀୟ ଶ୍ରେଣୀର ଛାତ୍ରୀ ଗତ ରବିବାର ରେ ମୁଚୁମାରି ଅଞ୍ଚଳରେ ଥିବା ଏକ ପାର୍କରେ ଖେଳୁଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । କୌଣସି ସନ୍ଧାନ ନ ମିଳିବାରୁ ଏନେଇ ତାଙ୍କ ବାପା ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ଖବର ପାଇ ପୁଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସହ ପଡୋଶୀ ଏବଂ ସ୍କୁଲ୍ ପିଲାମାନଙ୍କୁ ପଚରା ଉଚରା କରିଥିଲା ।

ତଦନ୍ତ ସମୟରେ ଛାତ୍ରୀ ଜଣକ ପଢୁଥିବା ସ୍କୁଲର କିଛି ଛାତ୍ର ତାଙ୍କୁ ଦୁଷ୍କର୍ମ ପରେ ମାରି ଫିଙ୍ଗି ଦେଇଥିବା ସ୍ୱୀକାର କରିଛନ୍ତି । ସେମାନେ କହିଛନ୍ତି ଯେ, ଛାତ୍ରୀଙ୍କୁ ଏକ ପାର୍କରେ ଖେଳୁଥିବାର ଦେଖି ତାଙ୍କ ପାଖକୁ ଯାଇଥିଲେ ଏବଂ ତାଙ୍କ ସହ ଖେଳିଥିଲେ । ଏହାପରେ ମୁଚୁମାରି ଡ୍ୟାମ୍ ନିକଟରେ ଥିବା ଏକ ନିଛାଟିଆ ସ୍ଥାନକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲେ । ଏନେଇ ସେ ପରିବାର ଲୋକଙ୍କୁ କହିଦେବା ଭୟରେ ତାଙ୍କୁ ହତ୍ୟା କରି ଡ୍ୟାମରେ ଫିଙ୍ଗି ଦେଇଥିବା କହିଛନ୍ତି । ପୁଲିସର କହିବା ଅନୁସାରେ, ଅଭିଯୁକ୍ତ ଛାତ୍ରମାନେ ନାବାଳିକା ପଢୁଥିବା ସ୍କୁଲର ଛାତ୍ର । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଷଷ୍ଠ ଓ ଅନ୍ୟ ଜଣେ ସପ୍ତମ ଶ୍ରେଣୀରେ ପଢୁଥିଲେ । ବର୍ତ୍ତମାନ ସୁଦ୍ଧା ଛାତ୍ରୀଙ୍କ ମୃତଦେହର ସନ୍ଧାନ ମିଳିନଥିବାରୁ ହତ୍ୟା କି ଦୁଷ୍କର୍ମ ମାମଲା ରୁଜୁ କରାଯାଇ ନାହିଁ । ଛାତ୍ରମାନଙ୍କୁ ଥାନାରେ ଅଟକ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking