26.1 C
Bhubaneswar
Thursday, September 19, 2024
Homeଅପରାଧଅପହରଣ ମାମଲାରେ ଜେଲରୁ ଜାମିନ ପାଇବା ପରେ ପୁଣି ନାବାଳିକାକୁ କଲେ ଦୁଷ୍କର୍ମ

ଅପହରଣ ମାମଲାରେ ଜେଲରୁ ଜାମିନ ପାଇବା ପରେ ପୁଣି ନାବାଳିକାକୁ କଲେ ଦୁଷ୍କର୍ମ

ପାଟନା: ଅପହରଣ ମାମଲାରେ ଜେଲରୁ ଜାମିନ ଆସିବା ପରେ ପୁଣିଥରେ ନାବାଳିକାକୁ ଅପହରଣ କରିନେଇଛି ଅଭିଯୁକ୍ତ । ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଆଉ ପୋଲିସ ଏହି ମାମଲାରେ ଦୋଷୀକୁ ଗିରଫ ପୁଣି ଗିରଫ କରିଛି । ତେବେ ଏଭଳି ଚକିତ କଲାଭଳି ଘଟଣା ବିହାର ଭୋଜପୁର ଜିଲ୍ଲାରୁ ସାମ୍ନାକୁ ଆସିଛି । ସୂଚନା ମୁତାବକ, ଅଭିଯୁକ୍ତ ବୀରନାଥ ପାଣ୍ଡେ ବିହାରର ଭୋଜପୁର ଜିଲ୍ଲାରେ ରହୁଥିବା ବେଳେ ପୂର୍ବରୁ ଜଣେ ନାବାଳିକାକୁ ଅପହରଣ କରିଥିବା ମାମଲାରେ ଜେଲ ଯାଇଥିଲା । ଏହି ମାମଲାରେ ଜାମିନରେ ଫେରିବା ପରେ ପୁଣିଥରେ ସେହି ନାବାଳିକାକୁ ଅପହରଣ କରି ମାସେ ପର୍ଯ୍ୟନ୍ତ ଯୌନ ଶୋଷଣ କରିଥିଲା । ପୋଲିସ ନିକଟରେ ପୀଡିତା ନାବାଳିକାଙ୍କ ବାପା ମା ଅଭିଯୋଗ କରିଥିଲେ କି, କିଛିଦିନ ହେଲାଣି ତାଙ୍କ ଝିଅ ନିଖୋଜ ରହିଛି । ପୋଲିସ ବହୁତ ଖୋଜାଖୋଜି କରିବା ପରେ ନାବାଳିକାକୁ ଉଦ୍ଧାର କରିବା ପରେ ଅପହରଣକାରୀକୁ ଗିରଫ କରିଛି । କୋଇରୋନା ପୋଲିସ ଷ୍ଟେସନର ଇନ୍ସପେକ୍ଟର ମନୋଜ କୁମାର କହିଛନ୍ତି, ପୂର୍ବରୁ ଅପହରଣ ମାମଲାରେ ଗିରଫ ହୋଇଥିବା ପାଣ୍ଡେ ଜାମିନରେ ଯିବା ପରେ ନାବାଳିକା ଜଣକ ଶୌଚ କରିବା ସମୟରେ ତାଙ୍କୁ ଅପହରଣ କରିନେଇଥିଲେ । ଏହାପରେ ସେପ୍େଟମ୍ବର ୨ରେ ନାବାଳିକାକୁ ଜଙ୍ଗୀଗଂଜ ଷ୍ଟେସନ ପାଖରେ ଛାଡି ଦେଇଥିଲା । ନାବାଳିକା ଜଣକ ସେହିଦିନ ପୋଲିସକୁ ଫୋନ କରି ଏହା ବିଷୟରେ ଖବର ଦେଇଥିଲେ । ପୋଲିସ ନାବାଳିକାକୁ ଉଦ୍ଧାର କରି ମେଡିକାଲ ଯାଞ୍ଚ କରିବା ବେଳେ ଦୁଷ୍କର୍ମ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି । ପୋଲିସ ଅପହରଣକାରୀ ବିରୋଧରେ ଦୁଷ୍କର୍ମ ଏବଂ ଅପହରଣ ପାଇଁ ଭାରତୀୟ ନ୍ୟାୟ ସଂହିତାରେ ପୋକୋସ ଅଧିନିୟମ ଅନୁଯାୟୀ ରିପୋର୍ଟ ଗ୍ରହଣ କରାଯାଇଛି । ଅପହରଣକାରୀକୁ ଗିରଫ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking