30.1 C
Bhubaneswar
Monday, July 8, 2024
Homeଓଡିଶାବିଷ ପିଇଦେଲେ ଶାଳୀ, ଭିଣୋଇ

ବିଷ ପିଇଦେଲେ ଶାଳୀ, ଭିଣୋଇ

କଳାହାଣ୍ଡି : କଳାହାଣ୍ଡି ଜଲ୍ଲା ଧର୍ମଗଡ଼ ବ୍ଲକ କୋକସରା ଥାନା ପଲସପାଣି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । କୌଣସି କାରଣକୁ ନେଇ ଶାଳୀ ଓ ଭିଣୋଇ ବିଷ ପିଇଥିବା ବେଳେ ଭିଣୋଇଙ୍କ ମୃତ୍ୟୁ ଘଟିଛି ।  ସୂଚନା ଅନୁଯାୟୀ,  ପଲସପାଣି ଗ୍ରାମର ତୁଳସିରାମ ନାଏକ ଓ ତାଙ୍କ ଶାଳୀ ଛତିଶଗଡ଼ ଦହିଗାଁର ସୁନିତା ବୋଡକିଆଙ୍କ ମଧ୍ୟରେ ଦୀର୍ଘବର୍ଷ ହେବ ପ୍ରେମସମ୍ପର୍କ ଗଢି ଉଠିଥିଲା । ଉଭୟେ ବିବାହିତ ଥିଲେ ମଧ୍ୟ ଗତ ମଙ୍ଗଳବାର ରାତିରୁ କେଉଁଆଡେ ଚାଲିଯାଇଥିଲେ । ଏ ନେଇ ଉଭୟ ପରିବାର ଲୋକେ ଗୁରୁବାର ଏକ ବୈଠକ କରି ପୁଅ ଝିଅଙ୍କୁ ଡକାଇ ସମାଧାନ ଉଦ୍ୟମ କରିଥିଲେ । କିନ୍ତୁ ଉଭୟ ଶାଳୀ ଓ ଭିଣୋଇ ଆପୋସ କଥାବାର୍ତ୍ତା ହେବା ବାହାନାରେ ସଭାସ୍ଥଳରୁ ଦୂରକୁ ଯାଇ ବିଷ ପିଇ ଦେଇଥିଲେ । ଏହା ଜାଣି ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ଭିଣୋଇ ତୁଳସୀରାମଙ୍କୁ ମୃତ ଘୋଷଣା କରିଥିଲେ । ଶାଳୀ ସୁନିତା ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ତୁଳସୀରାମ ୬ବର୍ଷ ତଳେ ବିବାହ କରିଥିବା ବେଳେ ତାଙ୍କର ଏକ ୩ ବର୍ଷର ଝିଅ ରହିଛି । ଅନ୍ୟପଟେ ସୁନିତା ୭ବର୍ଷ ତଳେ ଧର୍ମଗଡ ବ୍ଲକ ଡୁମେରଗୁଡାରେ ବିବାହ କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking