33.1 C
Bhubaneswar
Wednesday, March 18, 2026
Homeଦେଶ ବିଦେଶଦିଲ୍ଲୀ ପରେ ଆନ୍ଧ୍ର ‘ଶୀଶମହଲ’କୁ ନେଇ ବିବାଦ; ୫୦୦ କୋଟି ଖର୍ଚ୍ଚ ହୋଇଥିବା ଅଭିଯୋଗ

ଦିଲ୍ଲୀ ପରେ ଆନ୍ଧ୍ର ‘ଶୀଶମହଲ’କୁ ନେଇ ବିବାଦ; ୫୦୦ କୋଟି ଖର୍ଚ୍ଚ ହୋଇଥିବା ଅଭିଯୋଗ

ବିଶାଖାପଟନମ୍‌: ଦିଲ୍ଲୀ ନିର୍ବାଚନ ପୂର୍ବରୁ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଦ୍ୱାରା ନିର୍ମିତ ‘ଶୀଶମହଲ’କୁ ନେଇ ବହୁ ଚର୍ଚ୍ଚା ହୋଇଥିଲା। ନିର୍ବାଚନରେ ବିଜେପି ଆମ୍ ଆଦମୀ ପାର୍ଟି(ଆପ) ବିରୋଧରେ ଏହି ପ୍ରସଙ୍ଗକୁ ନେଇ ପ୍ରଚାରକୁ ଜୋରଦାର କରିଥିଲା। ସେହିପରି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ନିର୍ମାଣ କରାଇଥିବା ଅନ୍ୟ ଏକ ‘ଶୀଶମହଲ’ ଏବେ ଆନ୍ଧପ୍ରଦେଶରେ ଚର୍ଚ୍ଚାର କାରଣ ପାଲଟିଛି। ଏହି ବିଳାସପୂର୍ଣ୍ଣ ବଙ୍ଗଳା ୧୦ ଏକର ଜାଗାରେ ନିର୍ମାଣ ହୋଇଛି। ଏହି ବଙ୍ଗଳାର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ଲାଗି ସୁନା ସହିତ ଇଟାଲୀର ମାର୍ବଲ ପଥର ବ୍ୟବହାର କରାଯାଇଛି। ବିଶାଖାପଟନମ୍‌ରେ ନିର୍ମିତ ଏହି ବିଶାଳ ବଙ୍ଗଳା ରଶିକୋଣ୍ଡା ପ୍ୟାଲେସ ନାମରେ ପରିଚିତ।

ପ୍ରକାଶ, ଏହି ଶୀଶମହଲ ଜଗନ ରେଡ୍ଡୀ ନିଜ କାର୍ଯ୍ୟାଳୟ ଏବଂ ବାସଭବନ ରୂପେ ବ୍ୟବହାର କରୁଥିଲେ। ଏହି ବଙ୍ଗଳା ନିକଟରେ ୧୦୦ କେଭିର ବିଦ୍ୟୁତ ଷ୍ଟେଶନ ବି ନିର୍ମାଣ ହୋଇଛି। ବଙ୍ଗଳା ତିଆରିରେ ପ୍ରାୟ ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି। ତେବେ ଏହାର ନିର୍ମାଣ କାର୍ଯ୍ୟକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏହାର ନିର୍ମାଣରେ ସିଆରଜେଡ୍ (କୋଷ୍ଟାଲ ରେଗୁଲେଶନ ଜୋନ)ର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ରୁଷିକୋଣ୍ଡା ପାହାଡ଼ର ଅର୍ଦ୍ଧାଧିକ ଅଂଶକୁ କାଟି ଦିଆଯାଇଛି, ଯାହାଦ୍ୱାରା ସେଠାକାର ପରିବେଶ ପ୍ରତି ବିପଦ ସୃଷ୍ଟି ହୋଇଛି। ସରକାରୀ ତଥ୍ୟ ଅନୁସାରେ, କେନ୍ଦ୍ର ପରିବେଶ ଏବଂ ଜଙ୍ଗଲ ମନ୍ତ୍ରଣାଳୟ ୨୦୨୧ ମେ ୧୯ରେ ଏଠାରେ ପର୍ଯ୍ୟଟନ ବିକାଶ ପ୍ରକଳ୍ପ ନିର୍ମାଣ ଲାଗି ଅନୁମତି ଦେଇଥିଲା। କିନ୍ତୁ ଜଗନ ମୋହନଙ୍କ ସରକାର ସମସ୍ତ ଆଇନକୁ ଉଲ୍ଲଂଘନ କରି ବଙ୍ଗଳା ତିଆରି କରିଛନ୍ତି ବୋଲି ଅଭିଯୋଗ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking