36.1 C
Bhubaneswar
Friday, April 3, 2026
Homeଅପରାଧଦୁଷ୍କର୍ମ ଶିକାର ହେବ ପରେ ମେଡିକାଲରେ ଗଲା ନାବାଳିକାଙ୍କ ଜୀବନ

ଦୁଷ୍କର୍ମ ଶିକାର ହେବ ପରେ ମେଡିକାଲରେ ଗଲା ନାବାଳିକାଙ୍କ ଜୀବନ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ସୋନଭଦ୍ରରେ ଜଣେ ୧୪ ବର୍ଷର ନାବାଳିକାକୁ ତାଙ୍କ ଶିକ୍ଷକ ଦୁଷ୍କର୍ମ କରିଥିବା ବେଳେ ନିକଟରେ ତାଙ୍କର ମୃତ୍ୟୁ ଘଟିଛି। ସୋନଭଦ୍ରା ଜିଲ୍ଲାର ଦୁଧୀ ଗାଁର ୧୪ ବର୍ଷୀୟା ପୀଡିତା ମଙ୍ଗଳବାର ବିଳମ୍ବିତ ରାତିରେ ବାରାଣାସୀର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି; ଯେଉଁଠାରେ ତାଙ୍କୁ ୨୦ ଦିନ ତଳେ ଭର୍ତ୍ତି କରାଯାଇଥିଲା। ତେବେ ଅଭିଯୁକ୍ତ ବିଶ୍ବମ୍ବର ଏବେ ବି ନିଖୋଜ ଥିବା ଜାଣିବାକୁ ମିଳିଛି। ପୀଡିତାଙ୍କ ପରିବାର ଅନୁଯାୟୀ ଅଭିଯୁକ୍ତ ହେଉଛନ୍ତି ବିଦ୍ୟାଳୟରେ କ୍ରୀଡ଼ା ପ୍ରଶିକ୍ଷକ। ଗତ ବର୍ଷ ଡିସେମ୍ବର ୩୦ ତାରିଖରେ ସେ ପୀଡ଼ିତା ଯୁବତୀଙ୍କୁ କ୍ରୀଡ଼ାରେ ଭାଗ ନେବାକୁ କହିଥିଲେ। ତା’ପରେ ସେ ତାଙ୍କୁ ତାଙ୍କ ଘରକୁ ନେଇ ଦୁଷ୍କର୍ମ କରିଥିଲେ। ପରିବାର ଲୋକ କହିଛନ୍ତି ଯେ ଲୋକ ଲଜ୍ଜା ଭୟରେ ପୀଡିତା ପ୍ରଥମେ କାହାକୁ କିଛି କହିନଥିଲେ। ‌ହେଲେ ଘଟଣା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ଖରାପ ହେବାକୁ ଲାଗିଲା। ଏହା ପରେ ପୀଡିତା ନୀରବତା ଭାଙ୍ଗି ତାଙ୍କ ମାଉସୀଙ୍କୁ ଏହି ଘଟଣା ବିଷୟରେ କହିଥିଲେ ଏବଂ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରିବାର ଅନୁଯାୟୀ, ଚୁପ୍ ରହିବାକୁ ଅଭିଯୁକ୍ତ ସେମାନଙ୍କୁ ୩୦ ହଜାର ଟଙ୍କା ଦେଇଥିଲା। ପରିବାର ଲୋକ କହିଛନ୍ତି ଯେ ସେମାନେ ଲୋକ ଲଜ୍ଜାର ଭୟରେ ଘଟଣାକୁ ଅଧିକାରୀମାନଙ୍କୁ ଜଣାଇ ନଥିଲେ। କିନ୍ତୁ ପୀଡିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିବାରୁ ତାଙ୍କ ପିତା ଜୁଲାଇ ୧୦ରେ ପୁଲିସରେ ଅଭିଯୋଗ କରିଥିଲେ ଏବଂ ଉତ୍ତରପ୍ରଦେଶର ବାଲିଆ ନିବାସୀ ବିଶମ୍ବରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ପୋଲିସ ପୋ‌‌କ୍ସୋ ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିବା ପାଇଁ ଦୁଇଟି ଟିମ୍ ଗଠନ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking