25.9 C
Bhubaneswar
Monday, April 6, 2026
Homeଦେଶ ବିଦେଶ୧୬୬ ଦିନ ପରେ ଜେଲରୁ ବାହାରିଲେ କେ.କବିତା

୧୬୬ ଦିନ ପରେ ଜେଲରୁ ବାହାରିଲେ କେ.କବିତା

ନୂଆଦିଲ୍ଲୀ : ୧୬୬ ଦିନ ପରେ ଜେଲରୁ ବାହାରିଲେ କେ.କବିତା । ଅବକାରୀ ନୀତି ମାମଲାରେ ୫ ମାସ ଧରି ତିହାର ଜେଲରେ ଥିବା ବିଆରଏସ ନେତ୍ରୀ କେ. କବିତା ମଙ୍ଗଳବାର ସନ୍ଧ୍ୟାରେ ଜେଲରୁ ବାହାରିଛନ୍ତି । ସୁପ୍ରିମକୋର୍ଟ ଆଜି କବିତାଙ୍କୁ ଜାମିନରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ୍ ବିଆର୍ ଗବାଇ ଏବଂ ଜଷ୍ଟିସ୍ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ କବିତା ପାଞ୍ଚ ମାସରୁ ଅଧିକ ସମୟ ଧରି ହେପାଜତରେ ଥିବାରୁ ତାଙ୍କୁ ବର୍ତ୍ତମାନ ହେପାଜତରେ ରଖିବାର ଆବଶ୍ୟକତା ନାହିଁ ଏବଂ ଏହି ମାମଲାଗୁଡ଼ିକରେ ତାଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ଶେଷ ହୋଇଛି। ସେପଟେ ତିହାର ଜେଲ ବାହାରେ ବିଆରଏସ ନେତାମାନେ କେ କବିତାଙ୍କୁ ସ୍ୱାଗତ କରିଛନ୍ତି । ସାଢ଼େ ପାଞ୍ଚ ମାସ ପରେ ପରିବାରକୁ ଭେଟିବା ପରେ ଆମେ ଭାବପ୍ରବଣ ହୋଇପଡ଼ିଛୁ, କିନ୍ତୁ ଏହି ପରିସ୍ଥିତି ପାଇଁ କେବଳ ରାଜନୀତି ଦାୟୀ। ସମଗ୍ର ଦେଶ ଜାଣେ ମୁଁ କେବଳ ରାଜନୀତି ପାଇଁ ଜେଲରେ ଥିଲି । ଆମର କୌଣସି ଦୋଷ ନଥିଲା, ଆମେ ଲଢ଼େଇ କରି ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବୁ। ଆମେ ସଂଗ୍ରାମୀ, ଆମେ ଆଇନଗତ ଓ ରାଜନୈତିକ ଭାବେ ଲଢ଼ିବୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking