17.1 C
Bhubaneswar
Tuesday, December 9, 2025
Homeଖେଳସେମିଫାଇନାଲରେ ଏଣ୍ଟ୍ରି ମାରିଲା ଆଫଗାନିସ୍ତାନ

ସେମିଫାଇନାଲରେ ଏଣ୍ଟ୍ରି ମାରିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ : ଟି-୨୦ ବିଶ୍ବକପରେ ପ୍ରଥମ ଥର ପାଇଁ ସେମିଫାଇନାଲରେ ଏଣ୍ଟ୍ରି ମାରିଛି ଆଫଗାନିସ୍ତାନ । ବାଂଲାଦେଶକୁ ୮ ରନରେ ପରାସ୍ତ କରି ଗ୍ରୁପ-୧ର ଦ୍ବିତୀୟ ଦଳ ଭାବେ ସେମିରେ ପ୍ରବେଶ କରିଛି ରସିଦ ବାହିନୀ । ବର୍ଷା ବାଧାପ୍ରାପ୍ତ ମ୍ୟାଚକୁ ଡିଏଲ୍ଏସ ମେଥଡରେ ଜିତିଲା ଦଳ । ଆଫଗାନିସ୍ତାନର ବିଜୟ ପରେ ବିଶ୍ବକପରୁ ବାଦ୍ ପଡ଼ିଲା ଅଷ୍ଟ୍ରେଲିଆ । ରସିଦ ଖାନ ଓ ନବୀନ ଉଲ ହକଙ୍କ ଘାତକ ବୋଲିଂ ଯୋଗୁଁ ଦଳ ପ୍ରଥମ ଥର ପାଇଁ ଦଳ ଏହି ଯୋଗ୍ୟତା ଅର୍ଜନ କରିବାରେ ସଫଳ ହୋଇଛି । ୪ ଓ୍ବିକେଟ ନେଇ ନବୀନ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି । ଆସନ୍ତା ୨୭ ତାରିଖରେ ପ୍ରଥମ ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଆଫଗାନ । ସୂଚନା ଯୋଗ୍ୟ ଯେ, ୨୦୧୦ରୁ ଟି-୨୦ ବିଶ୍ବକପ ଖେଳୁଛି ଆଫଗାନିସ୍ତାନ । କିନ୍ତୁ କୌଣସି ଟୁର୍ଣ୍ଣାମେଣ୍ଟରେ ଦଳ ସେମିକୁ ପ୍ରବେଶ କରିପାରିନଥିଲା । ଚଳିତ ବର୍ଷ କିନ୍ତୁ ଦମଦାର ପ୍ରଦର୍ଶନ କରି ପ୍ରଥମ ଥର ସେମିରେ ପହଞ୍ଚିଛି । ସୁପର ୮ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା ଦଳ । ଯାହା ସବୁଠାରୁ ବିଶ୍ବକପରେ ବଡ ବିପର୍ୟ୍ୟୟ ଥିଲା । ଏହାପରେ ଦଳର ସେମି ଆଶା ଉଜ୍ଜୀବିତ ହୋଇଥିଲା । ଆଜି ବାଂଲାଦେଶକୁ ହରାଇ ସୁପର ୮ ମୁକାବିଲାରେ ଆଫଗାନର ବିଜୟ ହୋଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking