19.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଆଫଗାନିସ୍ତାନରେ ଭୁମିକମ୍ପ: ମୃତ୍ୟୁ ସଂଖ୍ୟା ୧୪ ଶହ ଟପିଲା

ଆଫଗାନିସ୍ତାନରେ ଭୁମିକମ୍ପ: ମୃତ୍ୟୁ ସଂଖ୍ୟା ୧୪ ଶହ ଟପିଲା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ମୃତ୍ୟୁ ସଂଖ୍ୟା ୧୪ ଶହ ଟପିଲା । ଭୟଙ୍କର ଭୁମିକମ୍ପ ପରେ  ବଢିଚାଲିଛି ମୃତ୍ୟୁ ସଂଖ୍ୟା । ଭୁମିକମ୍ପରେ ମୃତକଙ୍କ ସଂଖ୍ୟା ୧୪୧୧କୁ ବୃଦ୍ଧି ହୋଇଥିବା ବେଳେ ୩୦୦୦ ଆହତ ହୋଇଛନ୍ତି । ସୂଚନାଥାଉକି, ପୂର୍ବ ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ ଆତଙ୍କ ଖେଳାଇ ଦେଇଛି। ରବିବାର ରାତି ୧୧ଟା ୪୭ରେ ହୋଇଥିବା ଭୂକମ୍ପରେ ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୨୮୦୦ ଲୋକ ଆହତ ହୋଇଛନ୍ତି। ଏନ୍‌ସିଏସ୍‌ (ନ୍ୟାସନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି) ଅନୁଯାୟୀ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୦ ରହିଛି। ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ୮ରୁ ୧୦ କିମି ଗଭୀରତାରେ ଥିବା ଜଣାପଡ଼ିଛି। ଭୂକମ୍ପ ଝଟ୍‌କା ଆଫଗାନିସ୍ତାନର ବିଶାଳ ଅଞ୍ଚଳ ସମେତ ପାକିସ୍ତାନ ଏବଂ ଉତ୍ତର ଭାରତ ଯାଏଁ ବ୍ୟାପିଥିଲା। ଦିଲ୍ଲୀ -ଏନ୍‌ସିଆର୍‌ ଏବଂ ଅନ୍ୟ ସହର ଗୁଡ଼ିକରେ ମଧ୍ୟ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking