17.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶମାର୍ଚ୍ଚ ୧ରୁ ଅଷ୍ଟ୍ରେଲିଆରେ ଏଏଫ୍‌ସି ମହିଳା ଏସିଆ କପ୍

ମାର୍ଚ୍ଚ ୧ରୁ ଅଷ୍ଟ୍ରେଲିଆରେ ଏଏଫ୍‌ସି ମହିଳା ଏସିଆ କପ୍

ସିଡ୍‌ନୀ: ୨୦୨୬ ମହିଳା ଏସିଆ କପ୍ ଆସନ୍ତା ବର୍ଷ ମାର୍ଚ୍ଚ ୧ରୁ ୨୧ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଆୟୋଜିତ ହେବ ବୋଲି ବୁଧବାର ଫୁଟ୍‌ବଲ୍ ଅଷ୍ଟ୍ରେଲିଆ ଘୋଷଣା କରିଛି। ଟୁର୍ଣ୍ଣାମେଣ୍ଟ ଗୋଲ୍ଡ କୋଷ୍ଟ୍‌, ପର୍ଥ ଓ ସିଡ୍‌ନୀର ୫ଟି ଷ୍ଟାଡିୟମ୍ ଖେଳାଯିବ। ଏସିଆର ଶୀର୍ଷ ୧୨ଟି ଟିମ୍‌କୁ ନେଇ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ ଗୋଲ୍ଡ କୋଷ୍ଟ୍ ଷ୍ଟାଡିୟମ୍‌, ପାରାମାଟା ଷ୍ଟାଡିୟମ୍‌, ସିଡ୍‌ନୀ ଷ୍ଟାଡିୟମ. ପର୍ଥ ଷ୍ଟାଡିୟମ୍ ଓ ପାର୍ଥ ରେକ୍ଟାଙ୍ଗୁଲାର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ତେବେ ଫାଇନାଲ୍ ଭେନ୍ୟୁ ପରେ ନିର୍ଦ୍ଧାରିତ ହେବ।
ନ୍ୟୁଜିଲାଣ୍ଡ ସହିତ ଗତବର୍ଷ ମହିଳା ବିଶ୍ୱକପ୍‌ର ମିଳିତ ଆୟୋଜନ ବେଳେ ଅଷ୍ଟ୍ରେଲିଆ ଦର୍ଶକଙ୍କ ବହୁ ଭିଡ଼ ଦେଖିବାକୁ ମିଳିଥିଲା। ଏହାକୁ ଆଧାର କରି ଅଷ୍ଟ୍ରେଲିଆକୁ ଇଭେଣ୍ଟ୍‌ର ଆୟୋଜନ ଅଧିକାର ମିଳିଛି। ଟୁର୍ଣ୍ଣାମେଣ୍ଟ୍‌ର ବିଡିଂରୁ ଉଜ୍‌ବେକିସ୍ତାନ, ଜୋର୍ଡାନ୍ ଓ ସାଉଦି ଆରବ ଓହରିଯିବା ପରେ ଅଷ୍ଟ୍ରେଲିଆ ଏକମାତ୍ର ଦେଶ ଭାବେ ରହିଥିଲା। ଟୁର୍ଣ୍ଣାମେଣ୍ଟ୍‌ରେ ଚୀନ୍ ଟାଇଟଲ୍ ଡିଫେଣ୍ଡ୍ କରିବ। ୨୦୨୦ରେ ଭାରତରେ ଆୟୋଜିତ ଟୁର୍ଣ୍ଣାମେଣ୍ଟ୍‌ରେ ସାଉଥ୍ କୋରିଆକୁ ଫାଇନାଲ୍‌ରେ ହରାଇ ଚୀନ୍ ଚାମ୍ପିଅନ୍ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking