30.1 C
Bhubaneswar
Wednesday, February 11, 2026
Homeଖେଳଏଏଫ୍‌ସି ଅଣ୍ଡର-୨୦ ଏସିଆନ୍ କପ୍ କ୍ୱାଲିଫାୟର୍‌; ୨୩ ଜଣିଆ ଭାରତୀୟ ଦଳ ଘୋଷିତ

ଏଏଫ୍‌ସି ଅଣ୍ଡର-୨୦ ଏସିଆନ୍ କପ୍ କ୍ୱାଲିଫାୟର୍‌; ୨୩ ଜଣିଆ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଲାଓସ୍‌ରେ ସେପ୍ଟେମ୍ବର ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥବା ଆଗାମୀ ଏଏଫ୍‌ସି ଅଣ୍ଡର-୨୦ ଏସିଆନ୍ କପ୍ କ୍ୱାଲିଫାୟର୍ସ ପାଇଁ ସର୍ବଭାରତୀୟ ଫୁଟ୍‌ବଲ୍ ମହାଂସଘ (ଏଆଇଏଫ୍‌ଏଫ୍‌) ୨୩ ଜଣିଆ ଦଳ ଘୋଷଣା କରିଛି।

ଟିମ୍‌ରେ ପ୍ରତିଭାବାନ ଯୁବ ଖେଳାଳି ସାମିଲ ଥିବାବେଳେ ଟିମ୍ କତାର୍‌ରେ ହେବାକୁ ଥିବା ଏଏଫ୍‌ସି ଅଣ୍ଡର-୨୦ ଏସିଆନ୍ କପ୍ ଫାଇନାଲ୍ ୨୦୨୬ ପାଇଁ ଯୋଗ୍ୟତା ଅର୍ଜନ ଲକ୍ଷ୍ୟରେ ରହିବ। ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍‌-ଜି’ରେ ଇରାନ, ମଙ୍ଗୋଲିଆ ଏବଂ ଆୟୋଜକ ଲାଓସ୍ ସହିତ ସ୍ଥାନ ପାଇଛି। ରଞ୍ଜନ ଚୌଧୁରୀଙ୍କ ନେତୃତ୍ୱାଧୀନ ଟିମ୍ ସେପ୍ଟେମ୍ବର ୨୫ରେ ମଙ୍ଗୋଲିଆ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଏହାପରେ ଭାରତ ସେପ୍ଟେମ୍ବର ୨୭ରେ ଇରାନ ଏବଂ ୨୯ରେ ଲାଓସ୍‌କୁ ଭେଟିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking