25.1 C
Bhubaneswar
Saturday, February 7, 2026
Homeଓଡିଶାମହାନଦୀ ଉପରେ ମନ୍ତବ୍ୟ ଦେବା ପରିବର୍ତ୍ତେ ଆନ୍ତରିକତା ଓ ପ୍ରତିବଦ୍ଧତା ଦେଖାନ୍ତୁ ଆଡଭୋକେଟ ଜେନେରୋଲ: ବିଜେଡି

ମହାନଦୀ ଉପରେ ମନ୍ତବ୍ୟ ଦେବା ପରିବର୍ତ୍ତେ ଆନ୍ତରିକତା ଓ ପ୍ରତିବଦ୍ଧତା ଦେଖାନ୍ତୁ ଆଡଭୋକେଟ ଜେନେରୋଲ: ବିଜେଡି

ଭୁବନେଶ୍ୱର: ଓଡିଶାର ଜୀବନରେଖା ମହାନଦୀର ଜଳ ସ୍ରୋତକୁ ଦୀର୍ଘ ବର୍ଷ ଧରି ଏକଚାଟିଆ ଭାବେ ଛତିଶଗଡ ଅଟକାଇ ବ୍ୟବସାୟିକ ଉଦେ୍ଦଶ୍ୟରେ ବ୍ୟବହାର କରିଆସୁଛି । ଲଗାତାର ଭାବେ କେନ୍ଦ୍ର ସରକାର ଓ ଛତିଶଗଡ ସରକାରଙ୍କୁ ଅନୁରୋଧ କରି କୌଣସି ସୁଫଳ ନମିଳିବାରୁ ଓଡିଶା ସୁପି୍ରମକୋର୍ଟର ଦ୍ୱାରସ୍ଥ ହୋଇଥିଲା ଏବଂ ସୁପି୍ରମକୋର୍ଟ ନିଦେ୍ର୍ଦଶରେ ଆନ୍ତରାଜ୍ୟ ଜଳ ବିବାଦ ଟି୍ରବୁ୍ୟନାଲ ଗଠନ ହୋଇଥିଲା । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଏହି ବିବାଦ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ କହିଥିଲେ ମଧ୍ୟ ଏଥିରେ କୌଣସି ସୁଫଳ ମିଳିପାରିଲା ନାହିଁ । ଫଳରେ ବିବାଦର ସମାଧାନ ପାଇଁ ଟି୍ରବୁ୍ୟନାଲ ହିଁ ଏକମାତ୍ର ରାସ୍ତା ଓ ଏହି ଟି୍ରବୁ୍ୟନାଲରେ ଓଡିଶାର ପକ୍ଷ ରଖିବା ପାଇଁ ଆଡଭୋକେଟ ଜେନେରାଲ ଆନ୍ତରିକତା ଓ ପ୍ରତିବଦ୍ଧତା ଦେଖାଇବା ଆବଶ୍ୟକ ବୋଲି ବିଜେଡି କହିଛି ।

ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ, ଆଜି ଜଳ ବିବାଦ ଟି୍ରବୁ୍ୟନାଲରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଶୁଣାଣିରେ ଆଡଭୋକେଟ ଜେନେରାଲଙ୍କ ଅନୁପସ୍ଥିତକୁ ନେଇ ମାନ୍ୟବର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରଶ୍ନ ଉଠାଇଥିଲେ । ଏହାର ଜବାବରେ ଆଡଭୋକେଟ ଜେନେରାଲ ଅତ୍ୟନ୍ତ ଖାମଖିଆଲ ଭାବେ କିଛି ମନ୍ତବ୍ୟ ଦେଇଥିଲେ । ମାନ୍ୟବର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି, ମହାନଦୀ ଆମର ମାଆ, ଓଡିଶାର ଜୀବନ ରେଖା, ଲକ୍ଷ ଲକ୍ଷ ଚାଷୀ, ମତ୍ସ୍ୟଜୀବୀ ତଥା ଅଗଣିତ ଓଡିଆଙ୍କ ଜୀବନର ସ୍ରୋତ । ଏହାର ସୁରକ୍ଷାରେ ସାଲିସକୁ ଓଡିଶାବାସୀ କଦାପି ଗ୍ରହଣ କରିବେ ନାହିଁ । ତେଣୁ ଲଘୁ ମନ୍ତବ୍ୟ ଦେବାରୁ କ୍ଷାନ୍ତ ରହି ଆଡଭୋକେଟ ଜେନେରାଲ ଏଭଳି ସ୍ପର୍ଶକାତର ପ୍ରସଙ୍ଗରେ ନିଜର ଆନ୍ତରିକତା ଓ ପ୍ରତିବଦ୍ଧତା ପ୍ରଦର୍ଶନ କରନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking