13.1 C
Bhubaneswar
Sunday, December 7, 2025
Homeଓଡିଶାବାଣ ଫୁଟାଇଲା ପ୍ରଶାସନ: ଥରିଲା ୬ଟି ଗାଁ

ବାଣ ଫୁଟାଇଲା ପ୍ରଶାସନ: ଥରିଲା ୬ଟି ଗାଁ

ବାଲେଶ୍ବର: ବାଣ ଫୁଟାଇଲା ପ୍ରଶାସନ। ଥରିଲା ୬ଟି ଗାଁ। ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ସୋର ବ୍ଲକ ତଳନଗର ପଞ୍ଚାୟତରେ । ଏତେ ବାଣ ଫୁଟାଇଲା ଯେ ଘରଦ୍ଵାର ଭାଙ୍ଗି ଯାଇଛି ଏବଂ କାନ୍ଥ ଫାଟି ଯାଇଛି । ଲୋକେ ଭୟରେ ଘର ଛାଡ଼ି ବାହାରକୁ ବାହାରି ଆସିଲେ । ଦୌଡ଼ାଦୌଡ଼ିରେ କେତେକ ଲୋକ ତଳେ ପଡ଼ି ଆହତ ହୋଇଛନ୍ତି । ଅଭିଯୋଗ ଅନୁସାରେ ଦୀପାବଳି ଆଗରୁ ବିଭିନ୍ନ ସ୍ଥାନରୁ ପ୍ରଶାସନ ବିପୁଳ ବାଣ ଜବତ କରିଥିଲା । ତାକୁ ନଷ୍ଟ କରିବା ପାଇଁ ଗାତ ଖୋଳି ସେହି ବାଣରେ ନିଆଁ ଲଗାଇ ଦିଆଯାଇଥିଲା । ଏତେ ବାଣ ଥିଲା ଯେ ତାହା ବୋମା ପରି ବିସ୍ଫୋରଣ ହୋଇଛି । ଆଖପାଖର ୬ଟି ଗାଁ ସାଲମପୁର, ଅସ୍ତବାଙ୍କ, ସୁନାରୀ, ତଳନଗର, ସବିରା, ରାଧିକାନଗର କ୍ଷତିଗ୍ରସ୍ତ ହୋଇଛି  । ପ୍ରଭାବିତ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ସରପଞ୍ଚ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking