28.1 C
Bhubaneswar
Monday, June 23, 2025
Homeଓଡିଶାଅତିରିକ୍ତ ତହସିଲଦାରଙ୍କୁ ମାଡ଼ ଘଟଣା: ୩ ଗିରଫ

ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ଘଟଣା: ୩ ଗିରଫ

ମୟୁରଭଞ୍ଜ: ମୟୁରଭଞ୍ଜ କପ୍ତିପଦା ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ୨ ଦିନ ପରେ ୩ ବାଲି ମାଫିଆଙ୍କୁ ଗିରଫ କରିଛି ପୋଲିସ । ପୋଲିସ ଗିରଫ କରି ପଚରା ଉଚରା କରୁଛି । ଗିରଫ ୩ ଜଣ ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ କରିଥିବା ମାଫିଆ । ୧୫ ରୁ ଅଧିକ ମାଫିଆ ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ କରିଥିବାବେଳେ ପୁଲିସ ଏବେ ସୁଦ୍ଧା ୩ ଜଣ ଆକ୍ରମଣକାରୀଙ୍କୁ ଧରିପାରିଛି । ତଦନ୍ତ ଜାରି ରହିଥିବା ବେଳେ ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଉପଖଣ୍ଡ ପୁଲିସ ଅଧିକାରୀ । କପ୍ତିପଦା ଥାନା ଅଞ୍ଚଳରେ ଥିବା ଏକାଧିକ ବାଲିଘାଟରୁ ବେଆଇନ ବାଲି ଉତ୍ତୋଳନ ହେଉଥିବା ନେଇ କପ୍ତିପଦା ଅତିରିକ୍ତ ତହସିଲଦାର ଭୀମସେନ ମାଝୀ ଖବର ପାଇଥିଲେ । ସେ ନିଜ କାର୍‌  ଯୋଗେ ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରୁ ଅନ୍ୟ କର୍ମଚାରୀଙ୍କ ସହ ଚଢ଼ାଉ ପାଇଁ ଯାଇଥାଆନ୍ତେ । ହେଲେ ସେ କାର୍ଯ୍ୟାଳୟରେ ପହଞ୍ଚିବା ବେଳକୁ ହଠାତ୍‌ ୨୦ରୁ ୨୫ ଜଣ ଲୋକ ତାଙ୍କ କାର୍‌କୁ ଘେରିଯାଇ ଗାଳିଗୁଲଜ କରିଥିଲେ । ଏପରିକି ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ । କାର୍ଯ୍ୟାଳୟ ଗେଟ୍ ବନ୍ଦ ଥିବାରୁ ଅତିରିକ୍ତ ତହସିଲଦାର ଶ୍ରୀ ମାଝୀ ଜୀବନ ବିକଳରେ କାର୍‌ ନେଇ କପ୍ତିପଦା ଥାନାକୁ ପଳାଇଥିଲେ । ଦୁର୍ବୃତ୍ତମାନେ ତାଙ୍କୁ ପିଛା କରି ଥାନା ପାଖରେ ପହଞ୍ଚି ଯାଇଥିଲେ । ଥାନା ଫାଟକ ବନ୍ଦ ଥିବାରୁ ଶ୍ରୀ ମାଝୀ ଭିତରକୁ ଯାଇ ପାରିନଥିଲେ । ଏତିକିବେଳେ ଦୁର୍ବୃତ୍ତମାନେ ତାଙ୍କ କାର୍‌ ଉପରକୁ ପଥର ଫିଙ୍ଗି ଭାଙ୍ଗି ଦେଇଥିଲେ । ଖାଲି ଏତିକି ନୁହେଁ ଅତିରିକ୍ତ ତହସିଲଦାର ଶ୍ରୀ ମାଝୀଙ୍କୁ କାର୍‌ ଭିତରୁ ଟାଣିଆଣି ନିସ୍ତୁକ ମାଡ଼ ମାରିଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking