ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ମନୋଜ ଆହୁଜା ଏସଜେଟିଏର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏହି ବଡ ଦାୟିତ୍ୱ ମନୋଜ ଆହୁଜାଙ୍କୁ ରାଜ୍ୟ ସରକାର ଦେଇଛନ୍ତି । ପୂର୍ୱରୁ ଶ୍ରୀମନ୍ଦିରର କାଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉ ଥିଲେ ମନୋଜ ଆହୁଜା । ୨୦୨୪ ଅଗଷ୍ଟ ୧୩ରୁ କାଯ୍ୟକାରୀ ଅଧ୍ୟକ୍ଷ ଥିଲେ । ୧୯୯୦ ବ୍ୟାଚର ଆଇଏସ ଅଫିସର ଓଡିଶା କ୍ୟାଡରର ମନୋଜ ଆହୁଜା ନୂଆ କରି ଯେତେବେଳେ ବିଜେପି ୨୦୨୪ରେ ସରକାର ଗଠନ କରିଥିଲା ସେତେବେଳେ ମୁଖ୍ୟଶାସନ ସଚିବ ଭାବେ ମନୋଜ ଆହୁଜାଙ୍କୁ ଗୁରୁ ଦାୟିତ୍ୱ ମିଳିଥିଲା ।