ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟ ସରକାର ବିଧାନସଭାରେ ୨୦୨୫- ୨୬ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନା କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୧୭,୪୪୦ କୋଟିର ଅତିରିକ୍ତ ବଜେଟ ଆଗତ କରିଥିଲେ । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସରକାରଙ୍କୁ ନବୀନ କଟାକ୍ଷ କରି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି, ବିଜେପି ସରକାର ବିଧାନସଭାରେ ଆଗତ କରିଥିବା ଅତିରିକ୍ତ ବଜେଟ୍ ଓଡ଼ିଶାବାସୀଙ୍କ ଅନେକ ଆଶାକୁ ଧୂଳିସାତ କରୁଛି | ନୂତନ ବିଜେପି ସରକାରର ପ୍ରଥମ ବର୍ଷରୁ ଆଶା କରାଯାଉଥିବା କୌଣସି ବଡ଼ ଭିତ୍ତିଭୂମି ଯୋଜନା କିମ୍ବା ନୂତନ ଦୂରଦୃଷ୍ଟି ଏଥିରେ ଦେଖୁବାକୁ ମିଳିନାହିଁ |ଏହା ଆମକୁ ରାଜକୋଷୀୟ ନିଅଣ୍ଟ ଆଡ଼କୁ ଆଗକୁ ବଢ଼ାଉଛି ପ୍ରଶାସନିକ ବ୍ୟୟ ସଙ୍କୁଚିତ ହେଉଛି| ଓଡ଼ିଶାର ସୁଧ ବୋଝ ବଢୁଛି।ବଜେଟରେ ପୂର୍ତ୍ତ ବିଭାଗର (୯୦୦ କୋଟି) ଏବଂ କିଛି ସହରାଞ୍ଚଳ ଭିତ୍ତଭୂମିକୁ ଛାଡ଼ିଦେଲେ ଆଉ କିଛି ବି ନାହିଁ।ମନେ ହେଉଛି, ହ୍ରାସ ପାଉଥିବା କେନ୍ଦ୍ର ଅନୁଦାନ ଓ ନିଜସ୍ବ ଅପାରଗତା ଲୁଚାଇବା ପାଇଁ ହୋଇଛି ଅତିରିକ୍ତ ବଜେଟ୍ ।ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ନୁହଁ, ଏହା ରାଜ୍ୟବାସୀଙ୍କୁ ଭ୍ରମିତ କରିବାର ଅତିରିକ୍ତ ପ୍ରୟାସ ।










