26.1 C
Bhubaneswar
Sunday, April 5, 2026
Homeଅପରାଧଚା’ରେ ନିଶା ; ୪ ଅଚେତ

ଚା’ରେ ନିଶା ; ୪ ଅଚେତ

ପାରାଦୀପ : ଚା’ରେ ନିଶା ଦେଇ ବସ୍ କର୍ମଚାରୀଙ୍କୁ ଅଚେତ କଲେ ଦୁର୍ବୃତ୍ତ। ପରାଦୀପରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବସ୍‌ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ଆଜି ସକାଳେ ବସରେ ସିଟ୍‌ ବୁକିଂ କରିବା ପାଇଁ ଦୁଇ ଜଣ ବ୍ୟକ୍ତି ଆସିଥିଲେ। ସିଟ୍ ବୁକିଂ କରିବା ପରେ ସେମାନେ କିଛି ସମୟ ବସ୍‌ କର୍ମଚାରୀଙ୍କ ସହ ବାର୍ତ୍ତାଳାପ କରିଥିଲେ। ପରେ ବସ୍‌ରେ ଥିବା ୪ ବସ୍‌ କର୍ମଚାରୀଙ୍କୁ ଚା’ ପିଇବା ପାଇଁ ଦେଇଥିଲେ। ଚା’ ପିଇବାର କିଛି ସମୟ ପରେ ବସ୍‌ କର୍ମଚାରୀମାନେ ଅଚେତ ହୋଇଯାଇଥିଲେ। ପରେ ସେଠାରେ ଥିବା ସ୍ଥାନୀୟ ଲୋକେ ବସ୍‌ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ପାରାଦୀପର ଅଠରବାଙ୍କୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking