24.9 C
Bhubaneswar
Tuesday, April 7, 2026
Homeଦେଶ ବିଦେଶବନ୍ୟା ପ୍ରପୀଡିତଙ୍କୁ ୧କୋଟି ଦେଲେ ଅଭିନେତା ଜୁନିୟର ଏନଟିଆର

ବନ୍ୟା ପ୍ରପୀଡିତଙ୍କୁ ୧କୋଟି ଦେଲେ ଅଭିନେତା ଜୁନିୟର ଏନଟିଆର

ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଜୁନିୟର ଏନଟିଆର ୧କୋଟି ଟଙ୍କା ଦାନ କରିଛନ୍ତି। ମଙ୍ଗଳବାର ଜୁନିୟର ଏନଟିଆର ସୋସିଆଲ ମିଡିଆ ଏକ୍ସରେ ଦୁଇ ରାଜ୍ୟର ବନ୍ୟା ପରିସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହିତ ଉଭୟ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୫୦ଲକ୍ଷ ଟଙ୍କା ଲେଖାଏଁ ଦାନ କରିଛନ୍ତି। ଏପରି ପ୍ରାକୃତିକ ବିପର୍ୟ୍ୟୟରୁ ରାଜ୍ୟବାସୀଙ୍କ ଉଦ୍ଧାର କରିବା ଲାଗି ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ବନ୍ୟାରେ ତେଲଙ୍ଗାନାରେ ୫୪୩୮ କୋଟି ଟଙ୍କା କ୍ଷତି ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି। ଜୁନିୟର ଏନଟିଆର ହେଉଛନ୍ତି ତେଲୁଗୁ ଚଳଚ୍ଚିତ୍ର ଜଗତର ଜଣେ ପ୍ରତିଷ୍ଠିତ କଳାକାର। ତାଙ୍କ ପୂରାନାମ ହେଉଛି ନନ୍ଦମୁରୀ ତାରକା ରାମାରାଓ। ସେ ଏନଟି ରାମାରାଓଙ୍କ ନାତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking