ମୟୁରଭଞ୍ଜ: ଡବଲ ଇଞ୍ଜିନ ସରକାରରେ ଡବଲ ଖଣି ଖାଦାନ ଲୁଟ୍ ହେଉଥିବା ଅଭିଯୋଗ ପ୍ରମାଣିତ ହୋଇଛି । ବାଲି ସୈରାତରୁ ବାଲି ଉତ୍ତୋଳନ ପାଇଁ ସ୍ପଷ୍ଟ ନିୟମ ରହିଥିଲେ ମଧ୍ୟ ନିଲାମଧାରୀ କି ମାଫିଆ କେହି ମାନୁନାହାନ୍ତି ନିୟମ । କିନ୍ତୁ ଜଳକା ସାଜିଛି ସରକାର ଏବଂ ପ୍ରଶାସନ କାହା ସ୍ୱାର୍ଥରେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ବେଫିକର ବାଲି ଚୋରାଙ୍କ ଏଭଳି ଏକ ବାଲି ଲୁଟ୍ ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଆଦିପୁରରୁ l ଖଣି ବିଭାଗ ବାଲି ଘାଟ ପରିଦର୍ଶନ ବେଳେ ଧରା ପଡିଲl ମାଫିଆଙ୍କ ଦ୍ଵାରା ଚାଲିଥିବା ରାଜ ସାଙ୍ଗକୁ ବେଧଡକ ଭାବରେ ବାଲି ଉତ୍ତୋଳନ ପୁଣି ଡଙ୍ଗା ସାହାଯ୍ୟରେ l ବୈତରଣୀ ନଦୀର ଏ ପାଖରେ ଆଦିପୁର ଘାଟ ଏବଂ ଅନ୍ୟ ପାଖରେ ରହିଛି କେନ୍ଦୁଝର ଜିଲ୍ଲାର ମାଳିପୋଷି ଘାଟରୁ ମେସିନ୍ ଲଗାଇ ବେଧଡକ ଭାବରେ ବାଲି ଉତ୍ତୋଳନ ସହ ଚୋରା ଚାଲାଣ କରୁଥିଲେ ବାଲି ମାଫିଆ l ବାଲିଘାଟ ଲିଜ ନ ଥିବା ବେଳେ ଡଙ୍ଗା ସାହାଯ୍ୟରେ କେନ୍ଦୁଝର ଜିଲ୍ଲାରୁ ପଷି ମୟୂରଭଞ୍ଜ ସୀମାରୁ ବାଲି ଟାଣି ନେଉଥିଲେ l ଆଗାମୀ ଦିନରେ ବାଲିଘାଟ ନିଲାମ ହେବାକୁ ଥିବା ବେଳେ ନିଲାମ ପୂର୍ବରୁ ହିଁ ନଦୀ ବାଲି ସବୁ ବୋହି ନେଉଛନ୍ତି ମାଫିଆ l ଏଭଳି ପରିସ୍ଥିତିରେ କୋଟି କୋଟି ଟଙ୍କାର ରାଜସ୍ବ ହାନି ହେଉଛି l ଡଙ୍ଗା ସାହାଯ୍ୟରେ ବେଧଡକ ବାଲି ଲୁଟ୍ ବେଳେ ଗତ କାଲି ଅପରାହ୍ନରେ ରାଜସ୍ବ ବିଭାଗ, ଖଣି ବିଭାଗ ଏବଂ ପୋଲିସ ପକ୍ଷରୁ ମିଳିତ ଚଢାଉ କରି ଦୁଇଟି ଡଙ୍ଗା ଜବତ କରିଥିବା ବେଳେ ଡଙ୍ଗା ଚାଳକ ମାନେ ଖସି ପଳାଇଛନ୍ତି l ଡଙ୍ଗା ଜବତ ପରେ ହାଇଡ୍ରl ସାହାଯ୍ୟରେ ନଦୀରୁ ଦୁଇଟି ଡଙ୍ଗା ବାହାର କରି ତହସିଲକୁ ନେଇଥିବା ଜଣାପଡ଼ିଛି l ପୂର୍ବ ସରକାରରେ ଏଭଳି ଲୁଟ ନ ଥିବା ବେଳେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏଭଳି ବାଲି ଲୁଟ୍ ହେଉଥିବା ନେଇ ସାଧାରଣରେ ଚର୍ଚ୍ଚା ଯୋର ଧରିଥିବା ଲକ୍ଷ୍ୟ କରାଯାଉଛି l ତେବେ ଏହି ଭଦ୍ର ମୁଖାଧାରୀ ବାଲି ଚୋରଙ୍କ ବିରୋଧରେ ଆଗକୁ ଡବଲ ଇଞ୍ଜିନ ସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି ନା ଭାଷଣରେ ସୀମିତ ରହୁଛି ଦେଖିବାକୁ ବାକି ରହିଲା।