24.1 C
Bhubaneswar
Saturday, March 28, 2026
Homeଓଡିଶାତାଳ ଗଛ କାଟିଲେ ହେବ କାର୍ଯ୍ୟାନୁଷ୍ଠାନ

ତାଳ ଗଛ କାଟିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : କିଛି ବର୍ଷ ହେବ ରାଜ୍ୟରେ ଅବାଧ ତାଳ ଗଛ କଟା ଯାଉଥିବାରୁ ବର୍ତ୍ତମାନ ପରିସ୍ଥିିତିରେ ବଜ୍ରପାତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଯାହାକୁ ନଜରରେ ରଖି ବନବିଭାଗ ପକ୍ଷରୁ ତାଳ ଗଛ କଟା ଉପରେ କଟକଣା ଲଗାଯାଇଛି। ଏନେଇ ପିସିସିଏଫ୍ ଦେବୀଦତ୍ତ ବିଶ୍ଵାଳ କହିଛନ୍ତି ଏଣିକି ଆଉ ମନ ଇଚ୍ଛା କାଟି ପାରିବେନି ତାଳ ଗଛ । ତାଳ ଗଛ କାଟିବାକୁ ହେଲେ ବନ ବିଭାଗଠୁ ନେବାକୁ ପଡ଼ିବ ଅନୁମତି । ଏମିତିକି ନିଜ ବାଡିର ତାଳ ଗଛ କାଟିବାକୁ ବି ନେବାକୁ ପଡ଼ିବ ଅନୁମତି । ମନଇଚ୍ଛା ତାଳ ଗଛ କାଟିଲେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ। ସେହିପରି ରାଜ୍ୟରେ ଏ ବର୍ଷ ୧୯ ଲକ୍ଷ ତାଳ ଗଛ ବନବିଭାଗ ପକ୍ଷରୁ ଲଗାଯିବ। ରାଜ୍ୟର ୫୨ଟି ଡିଭିଜନରେ ଥିବା ସମସ୍ତ ଫରେଷ୍ଟ ବ୍ଲକ୍ ବାଉଣ୍ଡରୀ ପିଲାର ଚାରିପାଖରେ ଲାଗିବ ୪ଟି ଲେଖାଏଁ ତାଳ ଗଛ । ସେଥିପାଇଁ ଏସଆରସିଙ୍କ ପକ୍ଷରୁ ସାଢେ ୭ କୋଟି ଟଙ୍କା ଖର୍ଚ୍ଚ ହେବ । ବଜ୍ରପାତ ଜନିତ ମୃତ୍ୟୁ କମାଇବା ସହ ହାତୀଙ୍କ ଖାଦ୍ୟ ସହ ବନ ବିଭାଗ ବାଉଣ୍ଡରି ପିଲାର ମଜବୁତ୍ କରିବାକୁ ଏଭଳି ନିଷ୍ପତି ନିଆଯାଇଥିବା ବେଳେ କୃଷି ବିଭାଗକୁ ମଧ୍ୟ ତାଳ ଗଛ ରୋପଣ ପାଇଁ ଏସଆରସି ନିର୍ଦେଶ ଦେଇଥିବା ପିସିସିଏଫ କହିଛନ୍ତି। ବିଶେଷ କରି ବଜ୍ରପାତଜନିତ ଧନଜୀବନ କ୍ଷୟକ୍ଷତି ଟାଳିବାରେ ତାଳଗଛର ଏକ ପ୍ରମୁଖ ଭୂମିକା ରହିଛି। ବିଜୁଳି ମାରିବା ପରେ ଉଚ୍ଚତାଥିବା ଜିନିଷ ଅଧିକ ପ୍ରଭାବିତ ହୋଇଥାଏ। ଯେହେତୁ ତାଳ ଗଛ ଅଧିକ ଉଚ୍ଚତା ପର୍ୟ୍ୟନ୍ତ ଯାଇଥାଏ। ତେଣୁ ଏହି ଗଛ ବିଜୁଳିକୁ ନିଜ ଆଡ଼କୁ ବିଜୁଳିକୁ ଟାଣି ଲୋକଙ୍କୁ ସୁରକ୍ଷା ଦେଇଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking