ଭୁବନେଶ୍ୱର: ଘରୋଇ ସ୍କୁଲ ମନମାନୀ କଲେ କାର୍ଯ୍ୟାନୁଷ୍ଠାନ ହେବ । ଏପରି ଚେତାବନୀ ଦେଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସବୁ ଘରୋଇ ସ୍କୁଲ ସରକାରୀ ନିୟମ ମାନିବା ଜରୁରୀ । ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହେବ । ଯଦି କୌଣସି ସ୍କୁଲ ବିରୋଧରେ ଅଭିଯୋଗ ଆସିବ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।









