21.1 C
Bhubaneswar
Tuesday, February 3, 2026
Homeଓଡିଶାଦାୟିତ୍ଵରେ ଅବହେଳା କଲେ କଡ଼ା କାର୍ୟ୍ୟାନୁଷ୍ଠାନ: ମନ୍ତ୍ରୀ

ଦାୟିତ୍ଵରେ ଅବହେଳା କଲେ କଡ଼ା କାର୍ୟ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ଵର,: ଯୋଗାଣ ଅଧିକାରୀଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ। ଦାୟିତ୍ଵରେ ଅବହେଳା କଲେ କିମ୍ଵା ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିଲେ ହେବ କଡ଼ା କାର୍ୟ୍ୟାନୁଷ୍ଠାନ। ନିକଟରେ ଦାୟିତ୍ୱରେ ଅବହେଳା ପାଇଁ ଜଗତସିଂହପୁର ପାରାଦ୍ୱୀପ ଏମଆଇଙ୍କୁ ନିଲମ୍ବନ କରାଯାଇଛି। ଆଗକୁ ଯେଉଁଠି ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିବ ସେଠାରେ କାର୍ୟ୍ୟାନୁଷ୍ଠାନ ହେବ। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

ସେହିପରି ଧାନ କିଣାକୁ ନେଇ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ସରକାର ଏବେ ସୁଦ୍ଧା ୨୬ ଲକ୍ଷ ୨୮ ହଜାର ୨୨୮ ମେଟ୍ରିକ୍ ଧାନ କିଣିଲେଣି। ୪ ଲକ୍ଷ ୯୯ ହଜାର ୭୭୮ ଜଣ ଚାଷୀ ଧାନର ମୂଲ୍ୟ ପାଇଲେଣି। ଏଯାବତ୍ ଚାଷୀଙ୍କୁ ୧୯୦୪ କୋଟି ଟଙ୍କାର ଇନପୁଟ ସବସିଡି ସହ ମୋଟ ୭୩୭୯ କୋଟି ଟଙ୍କା ସରକାର ଦେଇସାରିଲେଣି। ମଣ୍ଡିରେ ପେଡି ଆନାଲାଇଜର ମେସିନ ଯଥେଷ୍ଟ ନଥିବା କଥା ଯୋଗାଣ ମନ୍ତ୍ରୀ ମାନିଛନ୍ତି। ସେ କହିଛନ୍ତ ଯେ, ଏବେ ଆନାଲାଇଜର ମେସିନ କମ୍ ଅଛି, ଆମେ ଆଗକୁ ଅଧିକ ଆଣିବୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking