ଭୁବନେଶ୍ୱର: ପାର୍ଟ ପ୍ଲଟ ବିକ୍ରି ସମସ୍ୟାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବଡ ବୟାନ ଦେଇଛନ୍ତି । କହିଛନ୍ତି, ପାର୍ଟ ପ୍ଲଟ ରେଜିଷ୍ଟର କରିବାକୁ କେହି ମନା କରିପାରିବେନି । ମନାକଲେ ତଥ୍ୟ ଦିଅନ୍ତୁ, ବିଭାଗ କାର୍ଯ୍ୟାନୁଷ୍ଠାନ ନେବ । ନିର୍ଦ୍ଦିଷ୍ଟ ଅଭିଯୋଗରେ ଆମ ପାଖକୁ ଆସିଲେ ସସପେଣ୍ଡ କରାଯିବ । ପୂର୍ବ ସରକାରରେ ହନ୍ତସନ୍ତ ହେଉଥିଲେ କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।










