ଭୁବନେଶ୍ୱର: ରାଜ୍ୟସଭା ସାଂସଦ ସସ୍ମିତ ଙ୍କ ବିରୋଧରେ ଚିଠି କଲେ ପ୍ରତାପ ଜେନା । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ପ୍ରତାପ । ସସ୍ମିତଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ନେବାକୁ ଚିଠିରେ ଦାବି କଲେ । ୱାକଫ ବିଲ ସପକ୍ଷରେ ସସ୍ମିତଙ୍କ ନେଇ ଚିଠି ଲେଖିଲେ ପ୍ରତାପ । ସୋସିଆଲ ମିଡିଆରେ ସସ୍ମିତଙ୍କ ଦଳବିରୋଧୀ ଆଭିମୁଖ୍ୟ ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି । ଏହି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ପୀଡାଦାୟକ କହିଛନ୍ତି ପ୍ରତାପ । ଏହା ପଛରେ ଗଭୀର ଷଡଯନ୍ତ୍ର ଥିବା ମୋର ହୃଦବୋଧ ହେଉଛି ।ଷଡଯନ୍ତ୍ର ପଛରେ କିଏ ଅଛି ତାର ଅନୁଧ୍ୟାନ ହେବା ଆବଶ୍ୟକ ।