30.1 C
Bhubaneswar
Saturday, May 10, 2025
Homeଦେଶ ବିଦେଶମହଙ୍ଗା ପଡ଼ିଲା ଡ୍ରଗ୍ସ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ; ଜେଲ୍ ଉପରେ ଆକ୍ରମଣ ଆରମ୍ଭ, ଚିନ୍ତାରେ ଫ୍ରାନ୍ସ...

ମହଙ୍ଗା ପଡ଼ିଲା ଡ୍ରଗ୍ସ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ; ଜେଲ୍ ଉପରେ ଆକ୍ରମଣ ଆରମ୍ଭ, ଚିନ୍ତାରେ ଫ୍ରାନ୍ସ ସରକାର

ପ୍ୟାରିସ୍‌: ଫ୍ରାନ୍ସ ସରକାରଙ୍କ ନିଶା ବିରୋଧୀ ମାତ୍ରାଧିକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବେ ସରକାରଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହେବାରେ ଲାଗିଛି। ମଙ୍ଗଳବାର ଫ୍ରାନ୍ସ ନ୍ୟାୟ ମନ୍ତ୍ରୀ ଜେରାଲ୍ଡ ଡାର୍ମାନିନ କହିଛନ୍ତି ଯେ, ଦେଶର ଅନେକ ଜେଲ୍‌କୁ ଟାର୍ଗେଟ୍ କରାଯାଇଛି। ତେବେ ଟୋଲନ୍ ପ୍ରାନ୍ତରେ ଆକ୍ରମଣକାରୀମାନେ ଜେଲ୍ ବାହାରେ ପାର୍କିଂ ହୋଇଥିବା ଯାନବାହାନଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ ଏବଂ ଗୋଟିଏ ସ୍ଥାନରେ ଗୁଳି ଚଳାଇବା ପାଇଁ ସ୍ୱୟଂଚାଳିତ ଅସ୍ତ୍ର ବ୍ୟବହାର କରିଥିଲେ। ସରକାର ଡ୍ରଗ୍ସ ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଏପ୍ରକାର ଘଟଣା ଦେଖିବାକୁ ମିଳିଛି। ତେବେ ସରକାର ଏସବୁ ଘଟଣାକୁ ନେଇ ଏହି ଅପରାଧୀ ନେଟୱାର୍କଗୁଡ଼ିକ ଆଗରେ କଦାପି ମୁଣ୍ଡ ନୁଆଁଇବେ ନାହିଁ। ଆଗାମୀ ଦିନରେ ଏପ୍ରକାର କଠୋର ପଦକ୍ଷେପ ଆହୁରି ବ୍ୟାପକ କରାଯିବ। ଟୋଲନ୍ ସମେତ ପ୍ରଭାବିତ ଅଞ୍ଚଳରେ ଅତିରିକ୍ତ ପୁଲିସ ଫୋର୍ସ ମୁତୟନ କରାଯାଇଛି ଏବଂ ଆକ୍ରମଣକାରୀଙ୍କ ସନ୍ଧାନ ପାଇଁ ତଦନ୍ତକୁ ଜୋରଦାର କରାଯାଇଛି।

ରିପୋର୍ଟ ଅନୁସାରେ ଡ୍ରଗ୍ସ ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଯୋଗୁ ଫ୍ରାନ୍ସର ବହୁ ଜେଲ୍ ଉପରେ ହଠାତ୍ ଆକ୍ରମଣ ହେବା ଆରମ୍ଭ ହୋଇଛି। ଆକ୍ରମଣ ପଛରେ ମାଫିଆ ନେଟୱାର୍କର ହାତ ଥିବା କୁହାଯାଉଛି। ଫ୍ରାନ୍ସର ଡ୍ରଗ୍ ମାଫିଆମାନେ ସରକାରଙ୍କ ବିରୋଧରେ ବନ୍ଧୁକ ଉଠାଇଛନ୍ତି। ପ୍ରକାଶ, ଫ୍ରାନ୍ସ ରାଷ୍ଟ୍ରପତି ଇମ୍ରାନୁଏଲ୍ ମାକ୍ରନଙ୍କ ନିର୍ଦ୍ଦେଶକ୍ରମେ ଦେଶରେ ନିଶା ନିବାରଣ ବିରୋଧରେ ଏକ କଠୋର ଅଭିଯାନ ଆରମ୍ଭ ହୋଇଛି। ଅନେକ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରାଯାଇଛି। ସୋମବାର ବିଳମ୍ବିତ ରାତିରେ ସେଠାକାର ଜେଲ୍‌ଗୁଡ଼ିକ ଉପରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସରକାରଙ୍କୁ ସମ୍ପୂର୍ଣ୍ଣ ଭାବରେ ଦୋହଲାଇ ଦେଇଥିବା ବିଶେଷଜ୍ଞ ମତପୋଷଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking