ଭୁବନେଶ୍ୱର: କିଟରେ ପୁଣି ଜଣେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ,ତଦନ୍ତ ଆରମ୍ଭ ହୋଇଛି, ପୋଲିସ ଯାହା କରିବା କଥା କରୁଛି । ବିଭାଗ ମଧ୍ୟ ପଦକ୍ଷେପ ନେବା ଆରମ୍ଭ କରିଛି । ପ୍ରାଥମିକ ତଦନ୍ତ ପରେ ହିଁ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗତକାଲି ଆଉ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ । ମୃତ ନେପାଳୀ ଛାତ୍ରୀ କମ୍ପୁଟର ସାଇନ୍ସର ପ୍ରଥମ ବର୍ଷର ଛାତ୍ରୀ ପ୍ରିସା ଶାହ। ଗୁରୁବାର ସଂଧ୍ୟାରେ କ୍ୟାମ୍ପସ ହଷ୍ଟେଲ ପରିସରରୁ ପ୍ରିସାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସାଇଣ୍ଟିଫିକ ଟିମ୍ ସହ ଇନଫୋସିଟି ଥାନା ପୋଲିସ କିଟ୍ କ୍ୟାମ୍ପସରେ ତଦନ୍ତ ଆରମ୍ଭ କରିଛନ୍ତି ।