19.1 C
Bhubaneswar
Monday, February 2, 2026
Homeଓଡିଶା୩ ଆଇଏଏସ୍‌ଙ୍କୁ ଏସିଏସ୍ ପାହ୍ୟ

୩ ଆଇଏଏସ୍‌ଙ୍କୁ ଏସିଏସ୍ ପାହ୍ୟ

ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ୧୯୯୬ ବ୍ୟାଚ୍‌ର ୩ଜଣ ଆଇଏଏସ୍ ଅଫିସରଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ପୂର୍ବରୁ ଏହି ବ୍ୟାଚ୍ ଆଇଏଏସ୍ ଅରବିନ୍ଦ ପାଢ଼ୀଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ମିଳିସାରିଥିବାବେଳେ ଶାଶ୍ୱତ ମିଶ୍ର, ବିଶାଳ କୁମାର ଦେବ ଓ ଉଷା ପାଢୀଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି । ସେହପରି କେନ୍ଦ୍ରୀୟ ଡେପୁଟେସନରେ ଥିବା ଉକ୍ତ ବ୍ୟାଚର ବୀରବିକ୍ରମ ଯାଦବଙ୍କୁ ମଧ୍ୟ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପ୍ରୋଫର୍ମା ପଦୋନ୍ନତି ମିଳିଛି। ଅନ୍ୟପକ୍ଷରେ ୧୯୯୪ ବ୍ୟାଚର ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଡକ୍ଟର କେ. ମୁରୁଗେସନଙ୍କୁ ରାଜ୍ୟ ସରକାର ଆଜି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍‌) ଓ ବନ ବାହିନୀର ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି । ଜଙ୍ଗଲ ବିଭାଗର ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ ହୋଇ ସେ ରାଜ୍ୟର ଜଙ୍ଗଲ ସୁରକ୍ଷା ଓ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ବନ୍ଧୀୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking