32.1 C
Bhubaneswar
Wednesday, September 18, 2024
Homeଓଡିଶାଡକାୟତି ସହ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ, ଏଭଳି ଦଣ୍ଡ ପାଇଲେ ଅଭିଯୁକ୍ତ

ଡକାୟତି ସହ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ, ଏଭଳି ଦଣ୍ଡ ପାଇଲେ ଅଭିଯୁକ୍ତ

ରାଇରଙ୍ଗପୁର: ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ଫାଷ୍ଟଟ୍ରାକ କୋର୍ଟରେ ଶୁକ୍ରବାର ଏକ ଘରୁ ଡକାୟତି ସହ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ଘଟଣାର ରାୟ ପ୍ରକାଶ ପାଇଛି । ବିଚାରପତି ସନ୍ତୋଷ କୁମାର ନାୟକ ଏହାର ବିଚାର କରି ୨ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ ପୂର୍ବକ ଆଜୀବନ କାରାଦଣ୍ଡାଦେଶ ଶୁଣାଣି କରିଛନ୍ତି । ଏହା ସହିତ ୫ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୧ ବର୍ଷର ଅତିରିକ୍ତ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି । ବାଲେଶ୍ୱର ଜିଲ୍ଲାର ବସ୍ତା ଥାନା ଅନ୍ତର୍ଗତ ଗୁହିପୁର ଗ୍ରାମର ପିଣ୍ଟୁ ସିଂ ଓ ସିମୁଳିଆ ଥାନା ଅନ୍ତର୍ଗତ ମାର୍କଣା ମାର୍କେଟର ଦୟାନିଧି ସିଂ ଗତ ୨୦୧୮ ମସିହା ସେପ୍େଟମ୍ବର ମାସ ୮ ତାରିଖରେ ବୈଶିଙ୍ଗା ଥାନା ଅନ୍ତର୍ଗତ ଏକ ଗ୍ରାମରେ ରାତିରେ ଜଣେ ବୃଦ୍ଧଙ୍କ ଘରୁ ଡକାୟତି କରିଥିଲେ । ରାତିରେ ଘରେ ପଶି ଅନେକ ଟଙ୍କା ଚୋରି କରିଥିଲେ । ପୁଣିଥରେ ଏହା ପରଦିନ ରାତିରେ ଉକ୍ତ ଘରୁ ଅଭିଯୁକ୍ତ ଦ୍ୱୟ ଚୋରି କରିବାକୁ ଯାଇଥିଲେ । ଘର ମଧ୍ୟରେ ଶୋଇଥିବା ବୃଦ୍ଧଙ୍କୁ ଲୁହା ରଡ଼ରେ ଆକ୍ରମଣ କରିଥିଲେ ।

ଗୋଡ଼ ହାତ ବାନ୍ଧି ଭୁଜାଲି ଦେଖାଇ ଭୟଭୀତ କରି ଟଙ୍କା ମାଗିଥିଲେ । ମାତ୍ର ସେ ଟଙ୍କା ନ ଦେବାରୁ ବୃଦ୍ଧଙ୍କ ଦିବ୍ୟାଙ୍ଗ ନାତୁଣୀକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ଏଥି ସହିତ ଦୁଷ୍କର୍ମ ସମୟରେ ଫଟୋ ଓ ଭିଡ଼ିଓ ମୋବାଇଲରେ ଉତ୍ତୋଳନ କରି ରଖିଥିବା ବେଳେ ତାହାକୁ ନେଇ ଧମକ ଦେଇଥିଲେ । ୨ଲକ୍ଷ ଟଙ୍କା ଦେବାକୁ କହିଥିଲେ । ପୋଲିସକୁ ଜଣାଇଲେ ପରିବାର ଲୋକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ସେପଟେ ବୃଦ୍ଧ ଜଣଙ୍କ ବୈଶିଙ୍ଗା ଥାନାରେ ଏନେଇ ଅଭିଯୋଗ କରିଥିଲେ । ପୋଲିସ ପୀଡିତାଙ୍କ ବୟାନ ରେକର୍ଡ କରି ଅଭିଯୋଗକ୍ରମେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସମସ୍ତ ସାକ୍ଷୀଙ୍କ ବୟାନ, ନଥିପତ୍ର ଓ ତଦନ୍ତ ରିପୋର୍ଟକୁ ଭିତ୍ତିକରି ଜର୍ଜ ଏହାର ରାୟ ପ୍ରକାଶ କରିଛନ୍ତି । ୨ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ ପୂର୍ବକ ଆଜୀବନ କାରାଦଣ୍ଡାଦେଶ ଶୁଣାଣି କରିଛନ୍ତି । ୫ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୧ ବର୍ଷର ଅତିରିକ୍ତ ଜେଲଦଣ୍ଡ ଭୋଗିବାକୁ ରାୟ ପ୍ରକାଶ କରିଛନ୍ତି । ଉକ୍ତ ମାମଲାକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ମନୋରଞ୍ଜନ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking