33.1 C
Bhubaneswar
Monday, May 5, 2025
Homeଓଡିଶାସପ୍ତମ ଶ୍ରେଣୀ ଝିଅକୁ ଅପହରଣ ଓ ଦୁଷ୍କର୍ମ ଘଟଣାରେ ୩୦ ବର୍ଷ ଜେଲ ଗଲେ ଅଭିଯୁକ୍ତ

ସପ୍ତମ ଶ୍ରେଣୀ ଝିଅକୁ ଅପହରଣ ଓ ଦୁଷ୍କର୍ମ ଘଟଣାରେ ୩୦ ବର୍ଷ ଜେଲ ଗଲେ ଅଭିଯୁକ୍ତ

ଯାଜପୁର: ସପ୍ତମ ଶ୍ରେଣୀ ଝିଅକୁ ଅପହରଣ ଓ ଦୁଷ୍କର୍ମ ଘଟଣା ରେ ଅଭିଯୁକ୍ତ ଅଟୋ ଚାଳକ କୁ ୩୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଯାଜପୁର ଅତିରିକ୍ତ ସ୍ଵତନ୍ତ୍ର ଜିଲ୍ଲା ଦୌରା ଜଜ। ୨୦୨୪ ମସିହା ଯାଜପୁର ଥାନା ଅଞ୍ଚଳର ୧୨ ବର୍ଷୀୟ ନାବାଳିକାକୁ ଅପହରଣ ହୋଇଥିଲା । ଏକ ସରକାରୀ ସ୍କୁଲ ରେ ପଢୁଥିବା ନାବାଳିକା କୁ ବଳରାମ ରଣା ନାମକ ଅଭିଯୁକ୍ତ ଅଟୋ ଚାଳକ ନେବା ଆଣିବା କରୁଥିଲା। ଏହି ସମୟ ରେ ନାବାଳିକା କୁ ଅଟୋ ଚାଳକ ଅପହରଣ କରିନେଇଥିବା ନେଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।

ନାବାଳିକା କୁ ନେଇ ଭଦ୍ରକ, ବାଲେଶ୍ଵର, ଡିଘା, କଲିକତା ରେ ଅଭିଯୁକ୍ତ ଜଣକ ବିଭିନ୍ନ ଜାଗାରେ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଶେଷରେ ବରଗଡ ର ଏକ ହୋଟେଲ ରୁ ନାବାଳିକା କୁ ଉର୍ଦ୍ଧାର କରିବା ସହିତ ଅଭିଯୁକ୍ତ ବଳରାମ ରଣା ଙ୍କୁ ଗିରଫ କରାଯାଇଥିଲା। ଆଜି ଏହି ମାମଲା ର ଶୁଣାଣି କରିଛନ୍ତି ଅତିରିକ୍ତ ସ୍ୱତନ୍ତ୍ର ଜ଼ିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପସ୍କୋ ଜଜ ୧୫ଜଣଙ୍କ ସାକ୍ଷ ପ୍ରମାଣକୁ ଗ୍ରହଣ କରି ଅଭିଯୁକ୍ତ କୁ ୩୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୩୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଏଥି ସହିତ ଅନାଦୟ ୬ ମାସ ଅଧିକ କାରାଦଣ୍ଡାଦେଶ ସହ ପିଡିତା ଙ୍କୁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଆଇନ ସେବା ପ୍ରାଧିକରଣ କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ପୋକ୍ସୋ ବିଚାରପତି ଅଭିଜିତ ପଲାଇ । ଏହି ମାମଲା କୁ ସରକାରୀ ଓକିଲ ରାଜୀବ ମହାନ୍ତି ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking